ଜୟ ଇ-ବାଇକ୍ ପକ୍ଷରୁ ଛଅ ମାସରେ ସାରା ଦେଶରେ ୧୦୦ରୁ ଅଧିକ ସୋ’ରୁମ୍‌ର ଉଦ୍‌ଘାଟନ


ଭୁବନେଶ୍ୱର: ଜୟ ଇ-ବାଇକ୍ ବ୍ରାଣ୍ଡ୍ ଇଲେକ୍ଟ୍ରିକ୍ ଯାନ ନିର୍ମାଣ କରୁଥିବା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ଦ୍ରୁତ ସମ୍ପ୍ରସାରଣରେ ଉଲ୍ଲେଖନୀୟ ସଫଳତା ଘୋଷଣା କରାଯାଇଛି । ଏକ ବଡ଼ ସଫଳତା ଭାବେ ବ୍ରାଣ୍ଡ୍ ପକ୍ଷରୁ ସାରା ଦେଶରେ ଛଅ ମାସରେ ୧୦୦ରୁ ଅଧିକ ସ୍ୱତନ୍ତ୍ର ବିତରକ ସୋ’ରୁମ୍ ଖୋଲାଯାଇଛି ଯାହା ଫଳରେ ଭାରତରେ ଏହାର ଟଚ୍‌ପଏଂଟ୍ ସଂଖ୍ୟା ୭୫୦ରୁ ଅଧିକରେ ପହଂଚିଛି ।
କଂପାନି ପକ୍ଷରୁ ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ ଓ ମଧ୍ୟପ୍ରଦେଶ, ଦିଲ୍ଲୀ, ଚଣ୍ଡିଗଡ଼, ହରିୟାଣା, ପଂଜାବ, ଜମ୍ମୁ ଓ କାଶ୍ୱୀର, ହିମାଚଳପ୍ରଦେଶ, ଉତରାଖଣ୍ଡ ଓ ଉତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶା, ପଶ୍ଚିମବଙ୍ଗ ଓ ତାମିଲନାଡ଼ୁ ଭଳି ଦେଶର କୋଣ ଅନୁକୋଣରେ ବିତରକ ସୋ’ରୁମ୍ ଖୋଲାଯାଇଛି । ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦ ମିହୋସ୍ ସମେତ ଲୋ ସ୍ପିଡ୍ ଓ ହାଇ ସ୍ପିଡ୍ ଭଳି ବିଭିନ୍ନ ପ୍ରକାର ଇଲେକ୍ଟ୍ରିକ୍ ଯାନ କଂପାନିର ସୋ’ରୁମ୍‌ରେ ପ୍ରଦର୍ଶିତ ହୋଇଛି । ପଲି ଡାଇକୋପେଂଟାଡିଏନ୍ ଉପକରଣରେ କଂପାନି ହାଇ-ସ୍ପିଡ୍ ଇଲେକ୍ଟ୍ରିକ୍ ସ୍କୁଟରକୁ ବିକାଶ କରିଛି ଯାହା ଚାଳକଙ୍କୁ ଦୀର୍ଘସ୍ଥାୟିତ୍ୱ ଓ ପ୍ରଦର୍ଶନ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ପ୍ରଦାନ କରୁଛି ।
ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ୟତିନ୍ ଗୁପ୍ତେ କହିଛନ୍ତି ଯେ, “ଭାରତର ଅଗ୍ରଣୀ ଇଲେକ୍ଟ୍ରିକ୍ ଗମନାଗମନ ପ୍ରତିଷ୍ଠାତା ଭାବେ ଛଅ ମାସ ଭିତରେ ୧୦୦ରୁ ଅଧିକ ବିତରକ ସୋ’ରୁମ୍ ସ୍ଥାପନର ଉଲ୍ଲେଖନୀୟ ମାଇଲଖୁଂଟ ହାସଲ କରିଛି ଯାହା ହେଉିଛି ଗ୍ରାହକଙ୍କୁ ଉତ୍କୃଷ୍ଟ ଅନୁଭବ ପ୍ରଦାନ କରିବା ଏବଂ ଯୋଗାଣ ଶୃଙ୍ଖଳକୁ ସଂଗଠିତ କରିବା ଦିଗରେ କଂପାନିର ରହିଥିବା ପ୍ରତିବଦ୍ଧତାର ପ୍ରମାଣ । ତାଲୁକା ସ୍ତରୀୟ ଡିଲରଙ୍କ ସହ ଦୃଢ଼ ସମ୍ପର୍କ ସ୍ଥାପନ କରିବା ଏବଂ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ କ୍ଷେତ୍ରରେ ରୂପାନ୍ତରଣ ପାଇଁ ଆମେ ପ୍ରତିବଦ୍ଧ ରହିଛୁ ଯାହା ସାରା ଦେଶର ଗ୍ରାହକଙ୍କ ସହ ଅତୁଟ ସମ୍ପର୍କ ସ୍ଥାପନ କରିବ । ଆମର ଅତ୍ୟାଧୁନିକ ବ୍ୟବସ୍ଥା ଓ ଉଲ୍ଲେଖନୀୟ ବିକ୍ରି ଓ ସର୍ଭିସ୍ ସମ୍ବଳ ସହ ଆମେ ନିରବଚ୍ଛିନ୍ନ କ୍ରୟ ଓ ମାଲିକାନା ଅନୁଭୂତି ଆମ ମୂଲ୍ୟବାନ ଗ୍ରାହକଙ୍କୁ ପ୍ରଦାନ କରିବାକୁ ଚାହୁଛୁ । ନିରବଚ୍ଛିନ୍ନ ଅନୁଭୂତି ପ୍ରଦାନ କରିବା ଲାଗି ଦେଶର ଦୂରଦୂରାନ୍ତରେ ଥିବା ଗ୍ରାହକଙ୍କ ନିକଟରେ ପହଂଚିବା ଲାଗି ଏହା ଆମ ପ୍ରତିବଦ୍ଧତାକୁ ସୁଦୃଢ଼ କରୁଛି ।”
ଏହି ପ୍ରିମିୟମ୍ ସୋ’ରୁମ୍‌ଗୁଡ଼ିକରେ ଉନ୍ନତ ଗ୍ରାହକ ଅନୁଭୁତି ପ୍ରଦାନ କରାଯାଉଥିବା ବେଳେ ଉତ୍ସର୍ଗୀକୃତ ବିଶେଷଜ୍ଞଙ୍କ ଜରିଆରେ ଉତ୍ପାଦକୁ ଭଲ ଭାବେ ବୁଝିବା ସୁଯୋଗ ପ୍ରଦାନ କରାଯାଉଛି । ଗ୍ରାହକମାନଙ୍କୁ କେନ୍ଦ୍ରରେ ରଖି କଂପାନି ଉତ୍ପାଦ ବିକାଶ କରିବାକୁ ଲକ୍ଷ୍ୟ ରଖିଛି ।


Share It

Comments are closed.