ଜୟ ଇ-ବାଇକ୍ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତର ଆୟରଲ୍ୟାଣ୍ଡ୍ ଗସ୍ତର ଟାଇଟଲ୍ ପ୍ରାୟୋଜକ


ଭୁବନେଶ୍ୱର: ଭାରତର ଅଗ୍ରଣୀ ଇଲେକ୍ଟ୍ରିକ୍ ଯାନ ନିର୍ମାତା ୱାର୍ଡୱିଜାର୍ଡ ଇନୋଭେସନ୍‌ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍‌ର ବ୍ରାଣ୍ଡ୍ ଜୟ ଇ-ବାଇକ୍ ପକ୍ଷରୁ କ୍ରୀଡ଼ା ସହିତ ସହଯୋଗିତାକୁ ସୁଦୃଢ଼ କରି ସ୍ୱାଧୀନତା ଦିବସ ପାଳନ ଅବସରରେ ଭାରତର ଆୟରଲ୍ୟାଣ୍ଡ୍ ଗସ୍ତ ୨୦୨୩ର ଟାଇଟଲ୍ ପ୍ରାୟୋଜକ ଭାବେ ଘୋଷଣା କରାଯାଇଛି । ଏହି ଟୁର୍ଣ୍ଣାମେଂଟ୍‌ର ନାମ ଜୟ ଇ-ବାଇକ୍ କପ୍ ରଖାଯାଇଛି । ଏହି ଅବସରରେ ଡବ୍‌ଲିନ୍‌ର ମାଲାହାଇଡ୍ କ୍ରିକେଟ କ୍ଲବ୍ ପଡ଼ିଆରେ ଜୟ ଇ-ବାଇକ୍ ଏହାର ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦ “ମିହୋସ୍‌’କୁ ପ୍ରଦର୍ଶିତ କରିବ ।
୨୦୨୨ରେ ଭାରତର ଆୟରଲ୍ୟାଣ୍ଡ୍ ଗସ୍ତ ସମୟରେ ମଧ୍ୟ ଜୟ ଇ-ବାଇକ୍ “ପାୱାରଡ୍ ବାଏ ପାର୍ଟନର’ ଥିଲା । ସେହି କ୍ରୀଡା ସହଯୋଗିତାକୁ ଜାରି ରଖି ଜୟ ଇ-ବାଇକ୍ ଇଣ୍ଡିଆନ ପ୍ରିମିୟମ୍‌ର ଲିଗ୍‌ର ୨୦୨୧ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍‌ସର ଅଫିସିଆଲ ଇଭି ସହଯୋଗୀ ଥିଲା ।
ୱାର୍ଡୱିଜାର୍ଡ ଇନୋଭେସନ୍‌ସ ଆଣ୍ଡ୍ ମୋବିଲିଟିର ମାର୍କେଟିଂ ଓ ବ୍ରାଣ୍ଡିଂ ସଭାପତି ଶ୍ରୀ ତରୁଣ ଶର୍ମା କହିଛନ୍ତି ଯେ, “ଭାରତର ସାଂସ୍କୃତିକ ପରିଚୟରେ ଆମ ଦେଶ ବିବିଧତାକୁ କ୍ରିକେଟ ଗୋଟିଏ ସୂତାରୁ ବାନ୍ଧି ରଖିଛି । ଭାରତରେ କ୍ରିକେଟ ଏକ ଖେଳଠାରୁ ବହୁତ ଉଚ୍ଚରେ, ଯାହା ହେଉଛି ଦଳଗତ କାର୍ଯ୍ୟ ଏବଂ ଦୃଢ଼ତାର ସମିଶ୍ରଣ, ଦେଶର ପ୍ରତିଟି କୋଣ ଅନୁକୋଣରେ ଦେଖିବାକୁ ମିଳେ । ଏହା ଭାରତର ଶକ୍ତି ଓ ବିବିଧତାକୁ ପ୍ରତିଫଳିତ କରୁଛି, ଯେଉଁ ଭୂମିରେ ପ୍ରତି ପରମ୍ପରା ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ଯୋଡ଼ିହୋଇରହିଛି । ଜୟ ଇ-ବାଇକ୍‌ରେ ଆମେ ଦୀର୍ଘସ୍ଥାୟିତ୍ୱକୁ ଗମନାଗମନ ସହ ଯୋଡ଼ିବାକୁ ଚାହୁଛୁ ଏବଂ ଭାରତରକୁ ଏକ ନିରନ୍ତର ଭବିଷ୍ୟତ ଆଡ଼କୁ ଅଗ୍ରସର କରାଇବାକୁ ଚାହୁଛୁ । ଅଭିନବ ଓ ପରିବେଶ ମିତବ୍ୟୟୀ ଉତ୍ପାଦ ପ୍ରଦାନ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତା କ୍ରିକେଟ୍‌ର ଗ୍ରହଣୀୟତା ଓ ସମୟ ସମୟରେ ଏହାର ଅଭ୍ୟୁଦୟକୁ ପ୍ରତିଫଳିତ କରୁଛି । ଆମ ଉତ୍ପାଦ ବର୍ଗରେ ଗ୍ରାହକଙ୍କ ପାଇଁ ଖୁସିର ମୁହୂର୍ତ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ଜୟ ଇ-ବାଇକ୍ କପ୍ ସହିତ ଆମର ସହଯୋଗିତା ହେଉଛି, ଏକତା ପ୍ରଗତିର ଶକ୍ତି ଏବଂ ଆମର ଅତୁଟ ବିଶ୍ୱାସର ପ୍ରତିଫଳନ ଯାହା ଭାରତ ଏବଂ ଇଭି ସମାଧାନରେ ଆମର ସ୍ଥିତିକୁ ବର୍ଣ୍ଣନା କରୁଛି ।’’
କ୍ରିକେଟ୍ ଆୟରଲ୍ୟାଣ୍ଡ୍‌ର ମୁଖ୍ୟ ବିତ ଅଧିକାରୀ ଶ୍ରୀ ଆଣ୍ଡ୍ରୁ ମେ’ କହିଛନ୍ତି ଯେ, “ଦୀର୍ଘସ୍ଥାୟୀ ଇଭି ସମାଧାନ କ୍ଷେତ୍ରରେ ଭାରତର ଅଗ୍ରଣୀ ଅଟୋମୋବାଲ୍ ନିର୍ମାତା ଜୟ ଇ-ବାଇକ୍ ସହିତ ସହଯୋଗିତାର ଏହି ଆକର୍ଷଣୀୟ ଯାତ୍ରାର ଶୁଭାରମ୍ଭ କରୁଥିବାରୁ ଆମେ ବେଶ ଆନନ୍ଦିତ । କ୍ରିକେଟ ଯେ’ଭଳି ଜୀବନର ବିଭିନ୍ନ କ୍ଷେତ୍ରର ପ୍ରଂଶସକଙ୍କୁ ଯୋଡ଼ିଥାଏ, ଏହି ସହଯୋଗିତା ନବସୃଜନ ଓ ସବୁଜ ଭବିଷ୍ୟତ ପ୍ରତି ଆମ ମିଳିତ ପ୍ରତିବଦ୍ଧତାକୁ ଏକତ୍ରୀତ କରିଛି । ଏହି ଆକର୍ଷଣୀୟ ସିରିଜ୍ ପାଇଁ ଆମେ ଭାରତ ଓ ଆୟରଲ୍ୟାଣ୍ଡ୍ କ୍ରିକେଟ୍ ଟିମ୍‌କୁ ସ୍ୱାଗତ କରୁଥିବ ବେଳେ ଆମ ମୂଲ୍ୟ ଓ ଅଭିଳାଷ ସହ ଖାପଖାଉଥିବା ଜୟ ଇ-ବାଇକ୍‌କୁ ଆମେ ସହଯୋଗୀ ଭାବେ ମଧ୍ୟ ଆମନ୍ତ୍ରିତ କରିଥିବାରୁ ଅତ୍ୟନ୍ତ ଉତ୍ସାହିତ । ଏହି ସହଯୋଗିତା ଏକ ସହଯୋଗିତାଠାରୁ ବହୁତ କିଛି ଏବଂ ଏହା ହେଉଛି ଉଭୟ କ୍ରୀଡ଼ା ଓ ସବୁଜ ଶିଳ୍ପର ନବସୃଜନ ଦିଗରେ ଏକ ପ୍ରତିଫଳନ । ମିଳିତ ଭାବେ ଆମେ କ୍ରୀଡ଼ା ଓ ପ୍ରଯୁକ୍ତି, ପରମ୍ପରା ଓ ନବସୃଜନର ମିଶ୍ରଣକୁ ପାଳନ କରୁଛୁ । ଏଭଳି ଏକ ସିରିଜ୍‌କୁ ଆଶାରହିଛୁ ଯାହା ଇଲେକ୍ଟ୍ରିକ୍ ଦୁନିଆରେ ଜୟ ଇ-ବାଇକ୍ ଆଣିଥିବା ସଦଭ଼ାବକୁ ପ୍ରତିଫଳନ କରିବ । ଏକ ସଫଳ ସହଯୋଗିତା ଓ ସିରିଜ୍‌ର କାମନା କରୁଛୁ ।’’
ଯଶପ୍ରିତ୍ ବୁମ୍‌ରାଙ୍କ ନେତୃତ୍ୱରେ ଭାରତର ଆୟରଲ୍ୟାଣ୍ଡ୍ ଗସ୍ତରରେ ତିିନିଟି ଟି-୨୦ କ୍ରିକେଟ୍ ମ୍ୟାଚ୍ ଖେଳାଯିବ ଯାହା ଚଳିତ ମାସ ୧୮ରୁ ଆରମ୍ଭ ହେବ ।


Share It

Comments are closed.