ଟାଟା ଷ୍ଟିଲ କଳିଙ୍ଗନଗରରେ ଯୁଗ୍ମ ପରାମର୍ଶଦାତା ବ୍ୟବସ୍ଥା ଉଦ୍‌ଘାଟିତ


କଳିଙ୍ଗନଗର: କର୍ମଚାରୀ, ସଂଘ ଓ ପରିଚାଳନା ମଧ୍ୟରେ ସହଯୋଗ, ଯୋଗଦାନ ଓ ସୌହାର୍ଦ୍ଦ୍ୟର ଉଲ୍ଲେଖନୀୟ ବାତାବରଣ ସୃଷ୍ଟି କରିବା ପାଇଁ ଟାଟା ଷ୍ଟିଲ କଳିଙ୍ଗନଗରସ୍ଥିତ ପ୍ଲଟ୍‌-୨ ଅଡିଟୋରିୟମରେ ଏକ ‘ଯୁଗ୍ମ ପରାମର୍ଶଦାତା ବ୍ୟବସ୍ଥା’ ଅକ୍ଟୋବର ୧୭ ତାରିଖ ଦିନ ଉଦ୍‌ଘାଟିତ ହୋଇଯାଇଛି ।

ଟିଏସକେର ଉପସଭାପତି (ଅପରେସନ) ରାଜୀବ କୁମାର, ଟାଟା ଷ୍ଟିଲର ଉପସଭାପତି (ଏଚ୍‌ଆରଏମ) ଆତ୍ରେୟୀ ସାନ୍ୟାଲ, ଟାଟା ଷ୍ଟିଲ କଳିଙ୍ଗନଗର ୱାର୍କର୍ସ ୟୁନିଅନ (ଟିଏସକେଡବ୍ଲୁୟୁ)ର ସଭାପତି ରବୀନ୍ଦ୍ର କୁମାର ଜାମୁଦା, ଟିଏସକେଡବ୍ଲୁୟୁର ସାଧାରଣ ସମ୍ପାଦକ ଦାମୋଦର ସୋୟ ଏବଂ ଟିଏସକେର ଏଚଆରବିପି–ଷ୍ଟିଲ ବିଭାଗର ମୁଖ୍ୟ ୟଶବନ୍ତ କୁମାର ପାଣ୍ଡେ ମିଳିତ ଭାବେ ଉଦ୍‌ଘାଟନ କରିଥିଲେ ।

ଏହି ଅବସରରେ ଟାଟା ଷ୍ଟିଲ କଳିଙ୍ଗନଗର ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ଯୁଗ୍ମ ପରାମର୍ଶ ବ୍ୟବସ୍ଥାର ଢାଂଚା କୁ ନେଇ ବିଶିଷ୍ଟ ବ୍ୟକ୍ତିମାନେ ଏକ ଚାର୍ଟର ଉନ୍ମୋଚନ କରିଥିଲେ । ଏଥିରେ ପରିଷଦ ଓ ଉପକମିଟିର ଦୁଇସ୍ତରୀୟ ଢାଂଚା ସମ୍ପର୍କରେ ବିସ୍ତୃତ ବିବରଣୀ ସହ ବିଭିନ୍ନ ସ୍ତରରେ ପ୍ରଭାବଶାଳୀ ବୈଠକ ଆୟୋଜନ ପାଇଁ ମାର୍ଗଦର୍ଶିକା ପ୍ରଦାନ କରାଯାଇଛି । ଏହି ଚାର୍ଟର ଏକ ବ୍ୟାପକ ମାର୍ଗଦର୍ଶିକା ଭାବରେ ମଧ୍ୟ କାର୍ଯ୍ୟ କରିବ, ଯାହା ପ୍ରଭାବଶାଳୀ ଯୋଗାଯୋଗ, ବାର୍ତାଳାପ ଏବଂ ଆତ୍ମ-ଅଭିବ୍ୟକ୍ତିକୁ ସକ୍ଷମ କରିବ ।

ଏହି ଯୁଗ୍ମ ପରାମର୍ଶଦାତା ବ୍ୟବସ୍ଥା କର୍ମଚାରୀ, ସଂଘ ଏବଂ ପରିଚାଳନାକୁ ଉତ୍ପାଦନ, ଉତ୍ପାଦକତା, ଗୁଣବତା, ନିରାପତା, କଲ୍ୟାଣ ଏବଂ କର୍ମଚାରୀଙ୍କ ପ୍ରଶିକ୍ଷଣ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ । ଏହି ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ଉତ୍ପାଦକ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଯାହା ସହଯୋଗକୁ ପ୍ରୋତ୍ସାହିତ କରିବ ।

ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲର ବରିଷ୍ଠ ନେତୃତ୍ୱ, ସଂଘର ଅଧିକାରୀ ଓ କର୍ମଚାରୀଙ୍କ ସମେତ ପ୍ରାୟ ୧୦୦ ଜଣ ଯୋଗ ଦେଇଥିଲେ ।


Share It

Comments are closed.