ଜୁଲାଇ ୫ରେ ଆମାଜନ ସିଇଓ ପଦରୁ ଅବସର ନେବେ ଜେଫ ବେଜୋସ


ଏକ ଇଣ୍ଟର୍‌ନେଟ୍‌ ବୁକ୍‌ଷ୍ଟୋରରୁ ଆମାଜନ୍‌କୁ ବିଶାଳ ଇ-କମର୍ସ ପୋର୍ଟାଲରେ ରୂପାନ୍ତର କରିଥିବା ଏହାର ପ୍ରତିଷ୍ଠାତା ଜେଫ୍‌ ବେଜୋସ ଆସନ୍ତା ଜୁଲାଇ ୫ରେ କମ୍ପାନିର ସିଇଓ ପଦରୁ ଅବସର ନେବେ । ସମାନ ଦିନରେ ତାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ କମ୍ପାନିର ଅଧିକାରୀ ଆଣ୍ଡି ଜେସି ।
ବେଜୋସ୍‌ କହିଛନ୍ତି ଯେ, ଜୁଲାଇ ୫ରେ ଅବସର ନେବାର ଏକ ବଡ଼ କାରଣ ଅଛି । କାରଣ ୨୭ ବର୍ଷ ତଳେ ସମାନ ଦିନରେ ଆମାଜନ୍‌ର ନିଅଁ ପଡ଼ିଥିଲା । ଆମାଜନ୍‌ର ଅଂଶୀଦାରମାନଙ୍କ ବୈଠକରେ ବେଜୋସ୍‌ ଏହା କହିଛନ୍ତି । ସମ୍ପ୍ରତି ଜେସି କମ୍ପାନିର କ୍ଲାଉଡ୍‌ କମ୍ପ୍ୟୁଟିଂ ବିଜ୍‌ନେସ୍‌ ସମ୍ଭାଳୁଛନ୍ତି । ୫୭ ବର୍ଷୀୟ ବେଜୋସ୍‌ଙ୍କ ସମ୍ପତ୍ତି ପରିମାଣ ହେଉଛି ୧୬୭୦୦ କୋଟି ଡଲାର । ଅବସର ପରେ ସେ ଆମାଜନ୍‌ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ରହିବେ ଏବଂ ନୂଆ ଉତ୍ପାଦ ଓ ଅଭିଯାନ ଉପରେ ଧ୍ୟାନକେନ୍ଦ୍ରିତ କରିବେ । ନିଜର ଅନ୍ୟ କମ୍ପାନି ଯେପରି ରକେଟ୍‌ ସିପ୍‌ କମ୍ପାନି, ବ୍ଲ୍ୟୁ ଅରିଜିନ୍‌ ଏବଂ ଖବରକାଗଜ ‘ଦ ୱାଶିଂଟନ ପୋଷ୍ଟ’ ଉପରେ ସେ ମନୋନିବେଶ କରିବେ ।


Share It

Comments are closed.