ପୁତ୍ର ସନ୍ତାନର ଜନନୀ ହେଲେ ଗାୟିକା ନୀତି ମୋହନ


ଗାୟିକା ନୀତି ମୋହନ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଅଭିନେତା ନିହାର ପାଣ୍ଡ୍ୟା ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଏହି ଖୁସି ଖବର ଦେଇଛନ୍ତି। ନିହାର ପାଣ୍ଡ୍ୟା ନୀତିଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରି ଏକ ନୋଟ୍ ଲେଖିଛନ୍ତି। ତାଙ୍କ ପୋଷ୍ଟରେ କମେଣ୍ଟ ଦେଇ ସେଲିବ୍ରେଟିମାନେ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଉଛନ୍ତି।
ନିହାର ପାଣ୍ଡ୍ୟା ଲେଖିଛନ୍ତି, ‘ମୋର ସୁନ୍ଦର ପତ୍ନୀ ମୋତେ ମୋ ପିଲାକୁ ସେ ସବୁ ସିଖାଇବାକୁ ସୁଯୋଗ ଦେଇଛନ୍ତି ଯାହା ମୋ ବାପା ମୋତେ ଶିଖାଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନୀତି ଏବଂ ଶିଶୁ ଉଭୟ ସୁସ୍ଥ ଏବଂ ଭଲ ଅଛନ୍ତି । ଆଜି ମୁମ୍ବାଇରେ ଏହି ସୁନ୍ଦର ବର୍ଷା ପାଗରେ ଆମେ ଆମ ପୁଅକୁ ଦେଖିଲୁ । ହାତ ଯୋଡି ମୋହନ ଏବଂ ପାଣ୍ଡ୍ୟାଙ୍କ ପରିବାର ଡାକ୍ତର, ବନ୍ଧୁ, ପରିବାର ଏବଂ ସମସ୍ତ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଦେଉଛନ୍ତି। ଯେଉଁମାନେ ସର୍ବଦା ଭଲପାଇବା ଦେବା ସହ ସମର୍ଥନ କରିଛନ୍ତି ।

ଅନ୍ୟପକ୍ଷରେ ନୀତିଙ୍କ ଭଉଣୀ ଶକ୍ତି ମୋହନ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି। ନୀତି ଏବଂ ନିହାରଙ୍କ ଫଟୋ ସେୟାର କରି ସେ ଲେଖିଛନ୍ତି – ପୁଅ ହୋଇଛି । ଫଟୋରେ ନିହାର ନୀତୀଙ୍କୁ କିସ୍ କରୁଥିବା ଦେଖାଯାଇଛି । ନୀତିଙ୍କ ଦ୍ୱିତୀୟ ଭଉଣୀ ମୁକ୍ତି ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ନୀତି ମା ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଏବଂ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ନୀତି ମୋହନ ଚଳିତ ବର୍ଷ ଫେବୃଆରୀରେ ଫ୍ୟାନ୍ସମାନଙ୍କୁ ଏହି ଖୁସି ଖବର ଦେଇଥିଲେ। ଏହା ସହିତ ସେ ତାଙ୍କର ଅନେକ ଫଟୋ ମଧ୍ୟ ସେୟାର କରିଥିଲେ । ଗାୟକ ନୀତି ମୋହନ ଏବଂ ଅଭିନେତା ନିହାର ପାଣ୍ଡ୍ୟା ଫେବୃଆରୀ ୧୫, ୨୦୧୯ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସମସ୍ତ ବିବାହ ରୀତିନୀତି ହାଇଦ୍ରାବାଦର ହୋଟେଲ ଫାଲକନୁମା ପ୍ୟାଲେସରେ ହୋଇଥିଲା ।


Share It

Comments are closed.