‘ୱାନଟେଡ ୨’ରୁ ଆଉଟ ହେଲେ ସଲମାନ


ଫିଲ୍ମ ନିର୍ମାତା ବୋନି କପୁର ଦୀର୍ଘ ସମୟ ପର୍ଯ୍ୟନ୍ତ ନିଜର ୨୦୦୯ର ହିଟ ଫିଲ୍ମ ୱାନଟେଡର ସିକୁଏଲ ପ୍ରସ୍ୁତ କରିବା ପାଇଁ ଚାହୁଁଛନ୍ତି । ସେଥିପାଇଁ ସେ ବହୁ ପୂର୍ବରୁ ସଲମାନଙ୍କ ସହ ଏହି ବିଷୟରେ ଆଲୋଚନା କରିଥିଲେ ମଧ୍ୟ ସଲମାନଙ୍କ ପାଖରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସନ୍ତୋଷଜନକ ଉତ୍ତର ମିଳି ନାହିଁ । ଯେଉଁଥିପାଇଁ ସେ ୱାନଟେଡର ସିକୁଏଲ ଫଲ୍ମରୁ ସଲମାନଙ୍କୁ ଆଉଟ କରିବା ପାଇଁ ନିର୍ଣ୍ଣୟ ନେଇଛନ୍ତି । ଏହି ଘଟଣା ପଛର ରହସ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ମିଳିଥିବା ସୂଚନା ମୁତାବକ ସଲମାନ ଏବଂ ଅର୍ଜୁନଙ୍କ ମଧ୍ୟରେ ଥିବା ମତଭେଦର କାରଣ ହେତୁ ଏହା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।
କିଛି ଦିନ ତଳେ ‘ରେସ ୩’ର ପ୍ରମୋସନ ସମୟରେ ସଲମାନ ତାଙ୍କ ଆଗମୀ ଫିଲ୍ମ ଗୁଡିକର ନାମ କହିଥିବା ବେଳେ ‘ୱାନଟେଡ ୨’ର ନାମ ନେଇନଥିଲେ । ଏହି କାରଣ ଯୋଗୁଁ ବୋନି ‘ୱାନଟେଡ ୨’ରୁ ସଲମାନଙ୍କ ନାମକୁ କାଟି ଦେବା ସହ ଏହି ଫିଲ୍ମ ପାଇଁ ଟାଇଗର ସର୍ଫଙ୍କୁ ନାମ ଚୟନ କରିବାର ସୂଚନା ମିଳିଛି ।

ୱାନଟେଡ ଏକ ଆକସନ ଫିଲ୍ମ ଥିଲା ଏବଂ ଟାଇଗର ସର୍ଫ ବର୍ତ୍ତମାନର ସବୁଠାରୁ ପ୍ରତିଭାଶାଳୀ ଆକସନ ଷ୍ଟାର ଅଟନ୍ତି । ଖୋଦ ସଲମାନ ଆକସନ ଷ୍ଟାର ରୂପେ ଟାଇଗର ସର୍ଫଙ୍କ ପ୍ରସଂଶା ମଧ୍ୟ କରିଛନ୍ତି । ମିଳିଥିବା ସୂଚନା ମୁତାବକ ବୋନି ନିର୍ଦ୍ଦେଶକ ପ୍ରଭୁଦେବାଙ୍କ ସହ ସାକ୍ଷାତ କରି ୱାନଟେଡ-୨ରେ ଟାଇଗର ସର୍ଫଙ୍କୁ ନେବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହା ପରେ ଟାଇଗରଙ୍କ ସହ ବୋନି ଏବଂ ତାଙ୍କ ପ୍ରଡକସନ ଟିମ କଥାବାର୍ତ୍ତା ମଧ୍ୟ କରିଥିଲେ ।
ଟାଇଗର ବିଗତ ଫିଲ୍ମ ‘ବାଗି-୨’ ବ୍ଲକ ବଷ୍ଟର ହୋଇଥିବା ବେଳେ ଯଦି ସେ ଏହି ଫିଲ୍ମରେ ନଜର ଆସନ୍ତି ତେବେ ଫିଲ୍ମଟି ଆଶାତୀତ ସଫଳତା ନିଶ୍ଚିତ ହାସଲ କରିପାରିବ । ବୋନିଙ୍କ ପ୍ରଡକସନ ହାଉସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ‘ୱାନଟେଡ ୨’ର କାହାଣୀ ବହୁତ ଭଳ ରହିଛି । ଏଥିପାଇଁ ଏହାର କାହାଣୀ ଶୁଣିବା ପାଇଁ ଟାଇଗର ହିଁ ମଧ୍ୟ କରି ସାରିଛନ୍ତି ।
ସଲମାନ ଖରାପ ସମୟ ଚାଲିଥିବା ସମୟରେ ୨୦୦୯ରେ ରିଲିଜ ହୋଇଥିବା ୱାନଟେଡ ହିଁ ତାଙ୍କୁ ସଫଳତା ସ୍ୱାଦ ଚଖାଇଥିଲା । ଯଦି ଟାଇଗର ଏହି ଫିଲ୍ମ ପାଇଁ ହିଁ କରିଦିଅନ୍ତି ତେବେ ୨୦୧୯ରେ ହିଁ ଏହାର ସୁଟିଙ୍ଗ ଆରମ୍ଭ ହେବ । ବର୍ତ୍ତମାନ ପ୍ରଭୁଦେବା ‘ଦବଙ୍ଗ-୩’ର ପ୍ରି ପଡକ୍ସନ ପାଇଁ ବ୍ୟସ୍ତ ଅଛନ୍ତି ।


Share It

Comments are closed.