ଭାଇରାଲ ହେବାରେ ଲାଗିଛି ରୋହିତ ଏବଂ ପାଣ୍ଡ୍ୟାଙ୍କ ମଧ୍ୟରେ ଲଢେଇର ଭିଡିଓ


ଗତ ରବିବାର ଦିନ ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜୁରାଟ ଏବଂ ମୁମ୍ବାଇ ମଧ୍ୟୟରେ ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ, ଗୁଜୁରାଟ ଠାରୁ ମାତ୍ର ୬ ରନରେ ପରାଜୟ ବରଣ କରିଥିଲା । ମୁମ୍ବାଇର ଅଧିନାୟକ ଭାବେ ଏହା ପାଣ୍ଡ୍ୟାଙ୍କ ପ୍ରଥମ ମ୍ୟାଚ ହୋଇଥିବାବେଳେ ଷ୍ଟାଡିୟମରେ ଥିବା ଦର୍ଶକଙ୍କ ପାଇଁ ଏହା ତାଙ୍କ ପାଇଁ ଏକ କଠିନ ସମୟ ଥିଲା । ପୂର୍ବରୁ ୨ଟି ସଂସ୍କରଣରେ ଅଧିନାୟକ ରହିଥିବା ପାଣ୍ଡ୍ୟା ଚଳିତ ସଂସ୍କରଣ ୨୦୨୪ରେ ମୁମ୍ବାଇକୁ ଆସିଥିଲେ । ଏହା ପରେ ମୁମ୍ବାଇ, ରୋହିତଙ୍କ ବଦଳରେ ପାଣ୍ଡ୍ୟାଙ୍କ ହାତରେ ଦଳର ଅଧିନାୟକତ୍ୱ ପଦ ହସ୍ତାନ୍ତର କରିଥିଲା ।

ତେବେ ଗତ କାଲିର ମ୍ୟାଚ ଶେଷ ହେବାପରେ ରୋହିତ ଏବଂ ପାଣ୍ଡ୍ୟାଙ୍କ ମଧ୍ୟରେ କିଛି ଆଲୋଚନା ହେବାର ଦେଖିବାକୁ ମିଳିଥିଲା । ଏଥିରେ ରୋହିତ, ହାର୍ଦ୍ଦିକଙ୍କ ସହ କଥା ହେବା ସମୟରେ ବେଶ ଖୁସି ନଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦେଖିବାକୁ ମିଳୁଛି ଯେ, ପାଣ୍ଡ୍ୟା ପଛ ପଟୁ ଆସି ରୋହିତଙ୍କ ଆଲିଙ୍ଗନ କରୁଛନ୍ତି ଏବଂ ଏହା ପରେ ରୋହିତ ଓ ପାଣ୍ଡ୍ୟାଙ୍କ ମଧ୍ୟରେ ଯୁକ୍ତିତର୍କ ହେବାର ଦେଖିବାକୁ ମିଳିଥିଲା ।
ଭିଡିଓରେ ଯଦି ତାଙ୍କ ଅଭିବ୍ୟକ୍ତକୁ ଧରାଯାଏ ତେବେ ସେ ଖୁସି ନଥିବା ଜଣାପଡିଥିଲା । ସେ ସ୍ପଷ୍ଟ ଭାବରେ କୌଣସି ଜିନିଷକୁ ନେଇ ଅସନ୍ତୁଷ୍ଟ ଥିବାର ଜଣାପଡିଥିଲା । ମୁମ୍ବାଇ ସଫଳତାର ସହ ଏହି ମ୍ୟାଚକୁ ଜିତିପାରିନଥିବାବେଳେ ରୋହିତ, ଅଧିନାୟକଙ୍କୁ କିଛି ଉପଦେଶ ଦେଇଥିଲେ ।
ଅନ୍ୟପଟେ ରୋହିତ ମୁମ୍ବାଇ ପାଇଁ ଭଲ ଆରମ୍ଭ କରିଥିବାବେଳେ ସେ ୨୯ ବଲରେ ୪୩ ରନର ବିସ୍ପୋରକ ଇଂନିସ ଖେଳିଥିଲେ ।

 

 


Share It

Comments are closed.