ଆଇନକ୍ସ ଇଣ୍ଡିଆ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୩ ଡିସେମ୍ବର ୧୪ରେ ଖୋଲିବ


ଭୁବନେଶ୍ୱର: ଆଇନକ୍ସ ଇଣ୍ଡିଆ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୩ ଡିସେମ୍ବର ୧୪ ଗୁରୁବାର ଦିନ ଖୋଲିବ । ଏହି ଅଫର ୨୦୨୩ ଡିସେମ୍ବର ୧୮ ସୋମବାର ବନ୍ଦ ହେବ । ଆଙ୍କର ନିବେଶକମାନେ ଅଫର ଖୋଲିବାର ଗୋଟିଏ ଦିନ ପୂର୍ବରୁ ୨୦୨୩ ଡିସେମ୍ବର ୧୩ ବୁଧବାର ଦିନ ବିଡ୍ ଦାଖଲ କରିପାରିବେ ।
ଏହି ଅଫରରେ ଇକ୍ୱିଟି ସେୟାରର ମୂଲ୍ୟ ୬୨୭ ଟଙ୍କାରୁ ୬୬୦ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି । ସର୍ବନିମ୍ନ ୨୨ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରାଯାଇପାରିବ ଏବଂ ଏହା ପରେ ୨୨ଟି ଲେଖାଏଁ ଇକ୍ୱିଟି ସେୟାର ଗୁଣିତକ ଭାବେ ଯୋଡ଼ାଯାଇପାରିବ ।
କଂପାନି ଅଂଶଧନକାରୀମାନଙ୍କ ୨୨,୧୧୦,୯୫୫ ଇକ୍ୱିଟି ସେୟାର ବିକ୍ରି କରି ପାଣ୍ଠି ଯୋଗାଡ଼ କରିବାକୁ ଯୋଜନା ରଖିଛି ।
ଅଫର ଫର ସେଲ୍‌ରେ ସିଦ୍ଧାର୍ଥ ଜୈନ ୧୦,୪୩୭,୩୫୫ ଇକ୍ୱିଟି ସେୟାର, ପବନ କୁମାର ଜୈନଙ୍କ ୫,୦୦୦,୦୦୦ ଇକ୍ୱିଟି ସେୟାର, ନୟନତାରା ଜୈନଙ୍କ ୫,୦୦୦,୦୦୦ ଇକ୍ୱିଟି ସେୟାର, ଇଶିତା ଜୈନଙ୍କ ୧,୨୦୦,୦୦୦ ଇକ୍ୱିଟି ସେୟାର, ମଂଜୁ ଜୈନଙ୍କ ୨,୩୦,୦୦୦ ଇକ୍ୱିଟି ସେୟାର, ଲତା ରୁଙ୍ଗଟାଙ୍କ ୧,୯୦,୦୦୦ ଇକ୍ୱିଟି ସେୟାର, ଭାରତୀ ଶାହଙ୍କ ୧୩,୪୦୦ ଇକ୍ୱିଟି ସେୟାର, କୁମୁଦ ଗଙ୍ଗୱାଲଙ୍କ ୧୩,୪୦୦ ଇକ୍ୱିଟି ସେୟାର, ସୁମନ ଅଜମେରାଙ୍କ ୧୩,୪୦୦ ଇକ୍ୱିଟି ସେୟାର ଏବଂ ରଜନୀ ମୋହାତଙ୍କ ୧୩,୪୦୦ ଇକ୍ୱିଟି ସେୟାର ବିକ୍ରି କରାଯିବ ।
କଂପାନିର ଇକ୍ୱିଟି ସେୟାରଗୁଡ଼ିକୁ ବିଏସଇ ଲିମିଟେଡ୍ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଂଜ୍ ଇଣ୍ଡିଆ ଲିମିଟେଡ୍‌ରେ ତାଲିକାଭୁକ୍ତ କରିବା ଲାଗି ରେଡ୍ ହେରିଂ ପ୍ରୋସପେକ୍ଟସ୍‌ରେ ପ୍ରସ୍ତାବ ରହିଛି ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡର ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ସମାନୁପାତିକ ଭିତିରେ ଯୋଗ୍ୟ ସଂସ୍ଥାଗତ ନିବେଶକ (କ୍ୟୁଆଇବି)ମାନଙ୍କ ଲାଗି ରହିବ । ବୁକ୍ ରନିଂ ଲିଡ୍ ମ୍ୟାନେଜରଙ୍କ ପରାମର୍ଶରେ କ୍ୟୁଆଇବି ଭାଗର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ଆଙ୍କର ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯାଇପାରିବ । ସେଥିରୁ ଅତିକମ୍‌ରେ ଏକ ତୃତୀୟାଂଶ ଇକ୍ୱିଟି ସେୟାରକୁ ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍‌ମାନଙ୍କୁ ପ୍ରଦାନ କରାଯିବ । ଯଦି ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍ ସବୁ ସେୟାର ନେବେ ନାହିଁ ତେବେ ଅବଶିଷ୍ଟ ସେୟାରକୁ କୁଆଇବିଙ୍କ ପାଇଁ ପୁଣି ଥରେ ସାମିଲ କରାଯାଇପାରିବ । ଅଫରର ୧୫ ପ୍ରତିଶତ ଇକ୍ୱିଟି ସେୟାର ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରହିବ । ସେବି ନିୟମ ଅନୁସାରେ ନେଟ୍ ଅଫରର ୩୫% ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଖୁଚୁରା ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯିବ ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ ଲିମିଟେଡ୍ ଓ ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍ ।


Share It

Comments are closed.