ଆଇନକ୍ସ ଇଣ୍ଡିଆ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ


ଭୁବନେଶ୍ୱର: ଶିଳ୍ପ ଗ୍ୟାସ୍ କ୍ଷେତ୍ରର ଅଗ୍ରଣୀ ସଂସ୍ଥା ଆଇନକ୍ସ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି ।
ଇନିସିଆଲ ପବ୍ଳିକ୍ ଅଫରିଂ (ଆଇପିଓ) ଜରିଆରେ କଂପାନି ପାଣ୍ଠି ଯୋଗାଡ଼ କରିବାକୁ ଯୋଜନା ରଖିଛି ଯେଉଁଥିରେ ଅଫର ଫର ସେଲ୍‌ରେ ଅଂଶଧନକାରୀମାନଙ୍କ ୨,୨୧,୧୦,୯୫୫ ଇକ୍ୱିଟିି ସେୟାର ବିକ୍ରି କରାଯିବ ।
କ୍ରାୟୋଜେନିକ୍ ସ୍ଥିତି ପାଇଁ ଡିଜାଇନ୍‌, ଇଞ୍ଜିନିୟରିଂ, ମାନୁଫାକ୍‌ଚରିଂ ଓ ଉପକରଣ ସ୍ଥାପନ କରିବାରେ କଂପାନିର ୩୦ ବର୍ଷରୁ ଅଧିକ ବର୍ଷର ଅଭିଜ୍ଞତା ରହିଛି । ଏହା ଆଇନକ୍ସସିଭିଏ ନାମକ ଏକ ଲୋକପ୍ରିୟ ବ୍ରାଣ୍ଡ୍ ସ୍ଥାପନ କରିଛି ।
ଅଫର ଫର ସେଲ୍‌ରେ ସିଦ୍ଧାର୍ଥ ଜୈନଙ୍କ ୧୦,୪୩୭,୩୫୫ ଇକ୍ୱିଟି ସେୟାର, ପବନ କୁମାର ଜୈନଙ୍କ ୫,୦୦୦,୦୦୦ ଇକ୍ୱିଟି ସେୟାର, ନୟନ୍ତରା ଜୈନଙ୍କ ୫,୦୦୦,୦୦୦ ଇକ୍ୱିଟି ସେୟାର, ଇସିତା ଜୈନଙ୍କ ୧,୨୦୦,୦୦୦ ଇକ୍ୱିଟି ସେୟାର, ମଂଜୁ ଜୈନଙ୍କ ୨୩୦,୦୦୦ ଇକ୍ୱିଟି ସେୟାର, ଲତା ରୁଙ୍ଗଟାଙ୍କ ୧୯୦,୦୦୦ ଇକ୍ୱିଟି ସେୟାର, ଭାରତୀ ଶାହଙ୍କ ୧୩,୪୦୦ ଇକ୍ୱିଟି ସେୟାର, କୁମୁଦ ଗଙ୍ଗୱାଲଙ୍କ ୧୩,୪୦୦ ଇକ୍ୱିଟି ସେୟାର, ସୁମନ ଆଜମୀରାଙ୍କ ୧୩,୪୦୦ ଇକ୍ୱିଟି ସେୟାର ଓ ରଜନୀ ମୋହତାଙ୍କ ୧୩,୪୦୦ ଇକ୍ୱିଟି ସେୟାର ଉପଲବ୍ଧ କରାଯିବ ।
ଆଇପିଓର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍ ଓ ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍ ।
ଇକ୍ୱିଟି ସେୟାରଗୁଡ଼ିକୁ ବମ୍ବେ ଷ୍ଟକ ଏକ୍ସଚେଂଜ୍ ଓ ନ୍ୟାସନାଲ୍ ଷ୍ଟକ ଏକ୍ସଚେଂଜ୍‌ରେ ତାଲିକାଭୁକ୍ତ କରିବା ଲାଗି ଡ୍ରାଫ୍ଟ ରେଡ୍ ହେରିଂ ପୋସପେକ୍ଟସ୍‌ରେ ପ୍ରସ୍ତାବ ଦିଆଯାଇଛି ।


Share It

Comments are closed.