ଇଣ୍ଡିଗୋରିଚ୍ ଓ ଇଂଟରଗ୍ଲୋବ୍ ଫାଉଣ୍ଡେଶନ ପକ୍ଷରୁ ‘ମାଇଁ ସିଟି ମାଇଁ ହେରିଟେଜ୍‌’ କ୍ୟାମ୍ପେନ୍ ଅଧିନରେ ଐତିହ୍ୟ ପଦଯାତ୍ରା ଆୟୋଜିତ


ଭୁବନେଶ୍ୱର, ୨୬ ଫେବୃଆରୀ ୨୦୨୩:  ଇଣ୍ଡିଗୋର ସିଏସ୍‌ଆର୍ ଶାଖା ଇଣ୍ଡିଗୋରିଚ୍ ଏବଂ ଇଂଟରଗ୍ଲୋବ୍ ଏଂଟରପ୍ରାଇଜେସ୍‌ର ଜନହିତକାରୀ ଶାଖା ଇଂଟରଗ୍ଲୋବ୍ ଫାଉଣ୍ଡେଶନ (ଆଇଜିଏଫ୍‌) ପକ୍ଷରୁ  ଫେବୃଆରୀ ୨୬ ତାରିଖ ୨୦୨୩ରେ ଭୁବନେଶ୍ୱରରେ ସେମାନଙ୍କର ୨ୟ ଐତିହ୍ୟ ପଦଯାତ୍ରାର ଆୟୋଜନ କରାଯାଇଛି । ଏହି ପଦଯାତ୍ରା ‘ମାଇଁ ସିଟି ମାଇଁ ହେରିଟେଜ୍‌’ କ୍ୟାମ୍ପେନ୍‌ର ଅଂଶ ହୋଇଥିବାବେଳେ ଏହା  ଭାରତର ଐତିହ୍ୟ ଓ ସଂସ୍କୃତିର ମୂଲ୍ୟ ଓ ଗୁରୁତ୍ୱ ସମ୍ପର୍କରେ ସଚେତନତା ବୃଦ୍ଧି କରିବା  ଏବଂ ସ୍ପର୍ଶନୀୟ ଓ ଅସ୍ପର୍ଶନୀୟ ଐତିହ୍ୟଗୁଡିକର ସଂରକ୍ଷଣ ସମ୍ପର୍କରେ ଆଲୋଚନା ଓ ସହଭାଗିତା ପାଇଁ  ଏକ ପରିବେଶ ସୃଷ୍ଟି କରିଛି । ‘ମାଇଁ ସିଟି ମାଇଁ ହେରିଟେଜ୍‌’ କ୍ୟାମ୍ପେନ୍ ଦିଲ୍ଲୀରେ ଏକ ସମିତିସ୍ତରୀୟ ଆଲୋଚନା ସହିତ ନଭେମ୍ବର ୨୦୨୨ରେ ଆରମ୍ଭ ହୋଇଥିଲା ଏବଂ ଏହାପରେ ଡିସେମ୍ବର ୨୦୨୨ରେ ପ୍ରୟାଗରାଜଠାରେ ପ୍ରଥମ ଐତିହ୍ୟ ପଦଯାତ୍ରାର ଆୟୋଜନ କରାଯାଇଥିଲା ।

ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ୨ୟ ପଦଯାତ୍ରାର ନେତୃତ୍ୱ ନେଇଥିଲେ ଡଃ କବିତା ଗୁପ୍ତା ଓ ଏହା ଐତିହ୍ୟଗୁଡିକର ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏକ ସଂସ୍ଥା କଲ୍‌ଚର ଦ୍ୱାରା ପରିଚାଳିତ ହୋଇଥିଲା । ଏହି ପଦଯାତ୍ରା ପର୍ଶୁରାମେଶ୍ୱର ମନ୍ଦିର, ମୁକ୍ସେଶ୍ୱର ମନ୍ଦିର, ସମ୍ପୂର୍ଣ୍ଣ ଜଳେଶ୍ୱର ମନ୍ଦିର, ବିନ୍ଦୁସାଗର, ଅନନ୍ତବାସୁଦେବ ମନ୍ଦିର, ସୁକଶାରୀ ମନ୍ଦିର ଓ ବୈତାଳ ଦେଉଳରେ ନିର୍ମିତ ବୈତାଳ ମନ୍ଦିର ଭଳି ଐତିହାସିକ ସ୍ଥାନଗୁଡିକୁ ଭ୍ରମଣ କରିଥିଲା ।

ଏହି ଅବସରରେ  ଇଣ୍ଡିଗୋର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ, ପିଟର ଏଲ୍‌ବର୍ସ କହିଛନ୍ତି, ‘ଆମର ୨ୟ ‘ମାଇଁ ସିଟି ମାଇଁ ହେରିଟେଜ୍‌’ ପଦଯାତ୍ରା ମାଧ୍ୟମରେ ଭୁବନେଶ୍ୱରର ସମୃଦ୍ଧ ଐତିହ୍ୟକୁ  ଉନ୍ମୋଚନ କରିବା ସମୟ ଓ ପରମ୍ପରା କ୍ଷେତ୍ରରେ ଏକ ଯାତ୍ରା ଥିଲା । ବିଶାଳ କୀର୍ତିରାଜିଠାରୁ ଆରମ୍ଭ କରି ଐତିହାସିକ ସ୍ଥାପତ୍ୟ ପର୍ଯ୍ୟନ୍ତ, ଭୁବନେଶ୍ୱର ହେଉଛି କାହାଣୀ ଓ କିମ୍ବନ୍ଦନ୍ତୀଗୁଡିକର ଏକ ଭଣ୍ଡାର ଯାହା ଆବିଷ୍କାର ପାଇଁ ଅପେକ୍ଷାରେ ରହିଛି । ଇଣ୍ଡିଗୋରେ ଆମେ ଭବିଷ୍ୟତର ପିଢି ପାଇଁ ଏହି ସ୍ଥାପତ୍ୟକଳାଗୁଡିକୁ ସଂରକ୍ଷିତ ରଖିବାରେ ବିଶ୍ୱାସ ରଖିଥାଉ ।  ଆମେ ଆମର ୭୮ଟି ଘରୋଇ ଗନ୍ତବ୍ୟସ୍ଥଳୀ ମଧ୍ୟରୁ ଭୁବନେଶ୍ୱରକୁ ଖୁବ୍‌ଶୀଘ୍ର ଆନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳୀଗୁଡିକ ସହ ସଂଯୋଗ କରିବାକୁ ଯାଉଛୁ ଯାହା ବିଦେଶୀ ପର୍ଯ୍ୟଟକମାନଙ୍କୁ ଏହି ସ୍ଥାପତ୍ୟକଳାକୁ ଅନ୍ୱେଷଣ କରିବା ପାଇଁ ଏଠାକୁ ଆଣିବାକୁ ଯାଉଛି । ଆମେ ଦାୟିତ୍ୱସମ୍ପନ୍ନ ହେବା ଓ ଆମେ କାର୍ଯ୍ୟ କରୁଥିବା ସମୁଦାୟରେ ଯୋଗଦାନ ଦେବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିବା ଜାରି ରଖିବୁ ଏବଂ ଆମର ଅତୁଳନୀୟ ନେଟ୍‌ୱର୍କ ମାଧ୍ୟମରେ ପହଂଚ ବୃଦ୍ଧି କରିବା ସହ ଲୋକ ଓ ସ୍ଥାନଗୁଡିକୁ ସଂଯୋଜିତ କରିବୁ ।’

ଇଂଟରଗ୍ଲୋବ୍ ଫାଉଣ୍ଡେଶନର ଅଧ୍ୟକ୍ଷ ରୋହିଣୀ ଭାଟିଆ କହିଛନ୍ତି, ‘ଇଂଟରଗ୍ଲୋବ୍ ଫାଉଣ୍ଡେଶନ ‘ମାଇଁ ସିଟି ମାଇଁ ହେରିଟେଜ୍‌’ କ୍ୟାମ୍ପେନ୍‌ର ଅଂଶ ହୋଇ ଗର୍ବିତ । ଭୁବନେଶ୍ୱର ଏହାର ସମୃଦ୍ଧ ଇତିହାସ, ଜଟିଳ ସ୍ଥାପତ୍ୟ, ବିବିଧ କଳା, ମନ୍ଦିର ଓ ଐତିହାସିକ ସ୍ଥାନଗୁଡିକ ପାଇଁ ସୁପରିଚିତ । ଆମେ ଆମର କ୍ୟାମ୍ପେନ୍ ମାଧ୍ୟମରେ ଏହି ସହରକୁ ଆବିଷ୍କାର ଓ ପ୍ରଦର୍ଶିତ କରିବା ପାଇଁ ଅତ୍ୟଧିକ ଉତ୍ସାହିତ ରହିଛୁ । ଏହି ଫାଉଣ୍ଡେଶନ ସବୁବେଳେ ଲୋକମାନଙ୍କୁ ଆମର ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ ରଖିବା ପାଇଁ ପ୍ରୋତ୍ସାହିତ କରିଥାଏ, ଯାହା ଆମର ଇତିହାସ ଓ ମୌଳିକତାକୁ ପ୍ରତିପାତିଦ କରିଥାଏ ଏବଂ ଏହି କ୍ୟାମ୍ପେନ ସଚେତନତା ବୃଦ୍ଧି କରିବା ଓ ସାଂସ୍କୃତିକ ସଂରକ୍ଷଣକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ । ଇଂଟରଗ୍ଲୋବ୍ ଫାଉଣ୍ଡେଶନ  ସ୍ଥାୟୀ ଜୀବିକା ପ୍ରଦାନ କରିବା, ପରିବେଶ ସଂରକ୍ଷଣ ଏବଂ ଆମ ଦେଶର ଐତିହ୍ୟ ଓ ସଂସ୍କୃତିକୁ ଭବିଷ୍ୟତର ପିଢି ପାଇଁ ସୁରକ୍ଷିତ ରଖିବା ପାଇଁ ପ୍ରତିବଦ୍ଧ ରହିଛି । ‘

‘ମାଇଁ ସିଟି ମାଇଁ ହେରିଟେଜ୍‌’ କ୍ୟାମ୍ପେନ୍  ୧୦ଟି ଭାରତୀୟ ସହର: ପ୍ରୟାଗରାଜ, ଇନ୍ଦୋର, ନାସିକ୍‌, ଭୁବନେଶ୍ୱର, ହାଇଦ୍ରାବାଦ, ଅହମ୍ମଦାବାଦ, ଚଣ୍ଡୀଗଡ, ଗୋଆ, କୋଲ୍‌କାତା ଓ ସିଲଙ୍ଗର ବିବିଧ ଐତିହ୍ୟ ଓ ସାଂସ୍କୃତିକ ଦିଗଗୁଡିକୁର ଆବିଷ୍କାର, ଲିଖିତ ପ୍ରମାଣ ଓ ବିସ୍ତାର ପାଇଁ ଏକ ପ୍ରକଳ୍ପର ଅଂଶ ଭାବେ ପୂର୍ବରୁ ଇଂଟରଗ୍ଲୋବ୍ ଫାଉଣ୍ଡେଶନ ଦ୍ୱାରା ସାହାପେଡିଆ ସହ ସହଭାଗିତାରେ ବିକଶିତ କରାଯାଇଥିବା ସାମଗ୍ରୀଗୁଡିକୁ ବ୍ୟବହାର କରିଛି । ଏହି ପ୍ରକଳ୍ପର ଅଂଶ ଭାବେ ୨୦୦ରୁ ଅଧିକ ସାଂସ୍କୃତିକ ବିନ୍ଦୁଗୁଡିକୁ ଚିହ୍ନଟ କରାଯାଇଛି ଏବଂ କଲ୍‌ଚରାଲ ମ୍ୟାପିଙ୍ଗ୍ ଆର୍ଟିକିଲ୍‌, ସେଲ୍ଫ-ଗାଇଡେଡ୍ ଟ୍ରେଲ୍‌, ତାଲିକା, ମ୍ୟୁଜିୟମ ମ୍ୟାପିଙ୍ଗ୍‌, କଲ୍‌ଚରାଲ କ୍ୟାଲେଣ୍ଡର, ଫଟୋଗ୍ରାଫି ସମେତ ବିକଶିତ କରାଯାଇଥିବା ସାମଗ୍ରୀଗୁଡିକୁ ସିଟି ବୁକ୍‌ଲେଟ୍ ରୂପରେ କ୍ୟାପ୍‌ଚର କରାଯାଇଛି, ଯାହା ଏବେ ଉଭୟ ପ୍ରିଂଟ୍ ଓ ଡିଜିଟାଲ ଫର୍ମାଟ୍‌ରେ ଲୋକଙ୍କ ପାଇଁ ଉପଲବ୍ଧ ହେଉଛି ।

ଉଭୟ ଇଂଟରଗ୍ଲୋବ୍ ଫାଉଣ୍ଡେଶନ ଓ ଇଣ୍ଡିଗୋରିଚ୍ ଭାରତରେ ଐତିହ୍ୟ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟକ୍ତିଗତ ଭାବେ ବିଭିନ୍ନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିଛନ୍ତି । ଇଂଟରଗ୍ଲୋବ୍ ଫାଉଣ୍ଡେଶନର କିଛି ପ୍ରମୁଖ ପ୍ରକଳ୍ପଗୁଡିକ ମଧ୍ୟରେ ଦିଲ୍ଲୀର ଅବ୍‌ଦୁର ରହିମ୍ ଖାନ୍‌-ଇ-ଖନନ୍‌ର ସମାଧିସ୍ଥଳର ସଂରକ୍ଷଣ ଓ ସାଂସ୍କୃତିକ ପୁନରୁଦ୍ଧାର, ୧୧୦ଟି ସହରର କଲ୍‌ଚରାଲ୍ ମ୍ୟାପିଙ୍ଗ୍ ଓ ଡକୁମେଂଟେଶନ ଏବଂ ରାଜସ୍ଥାନର ଦେଲ୍‌ୱାରାସ୍ଥିତ ‘ଇନ୍ଦ୍ରକୁଣ୍ଡ’ର ପୁନରୁଦ୍ଧାର ଆଦି ସାମିଲ ରହିଛି । ନିକଟରେ ଇଂଟରଗ୍ଲୋବ୍ ଫାଉଣ୍ଡେଶନ ପକ୍ଷରୁ ଭାରତର ସାଂସ୍କୃତିକ ଐତିହ୍ୟର ଅନୁସନ୍ଧାନ ଓ ତାହାର ନଥିପତ୍ର ପ୍ରସ୍ତୁତ କରିବା ଏବଂ ଏହା ସମ୍ପର୍କରେ ସଚେତନତା ବୃଦ୍ଧି କରିବାରେ ସାହାଯ୍ୟ କରିବା ପାଇଁ କ୍ଷେତ୍ରରେ ବିଭିନ୍ନ ବର୍ଗର ଲୋକଙ୍କୁ ନିୟୋଜିତ କରିବା ପାଇଁ ଇଂଟରଗ୍ଲୋବ୍ ହେରିଟେଜ୍ ଫେଲୋସିପ୍‌ର ଶୁଭାରମ୍ଭ କରାଯାଇଥିଲା । ଇଣ୍ଡିଗୋରିଚ୍ ମଧ୍ୟ ହାଇଦ୍ରାବାଦରେ କୁତୁବ୍‌ସାହି ହେରିଟେଜ୍ ପାର୍କରେ ଥିବା ମହମ୍ମଦକୁତୁବ୍ ଶାହଙ୍କ ସମାଧିସ୍ଥଳର ସଂରକ୍ଷଣ ଏବଂ ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଲାଲ୍ ବାଗ୍ ପ୍ୟାଲେସ୍‌ର ଇଂଟେରିୟରର ପୁନରୁଦ୍ଧାର ପାଇଁ ଏକାଧିକ ପ୍ରକଳ୍ପ କାର୍ଯ୍ୟକାରୀ କରିଛି ।


Share It

Comments are closed.