୨୦୨୫ ସୁଦ୍ଧା ଭାରତୀୟ ଅର୍ଥବ୍ୟବସ୍ଥା ଦୁଇ ଗୁଣ ହେବ


ଯୁବ ସମୟ – ୨୦୨୫ ସୁଦ୍ଧା ଭାରତୀୟ ଅର୍ଥବ୍ୟବସ୍ଥା ଦୁଇ ଗୁଣା ହୋଇ ୫ ହଜରା ଆରବ ଡଲାରରେ ପହଞ୍ଚିବ । ଏପରି ଏକ ତଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରୀ କରାଯାଇଛି । ଏହା ଛଡା ଆହୁରୀ ମଧ୍ୟ କୁହାଯାଇଛି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଧାର୍ଯ୍ୟ ମୁଦ୍ରାସ୍ପିତିର ଲକ୍ଷ୍ୟକୁ ନେଇ କୌଣସି ବିପଦ ନାହିଁ । ଆର୍ଥିକ ମାମଲାର ସଚିବ ସୁବାଷ ଗର୍ଗ କହିଛନ୍ତି ଯେ ଦେଶ ୭ରୁ ୮ % ବୃଦ୍ଧି ହାର ହାସଲ କରିବାରେ ଅଗ୍ରସର ହେଉଛି । ଷ୍ଟାର୍ଟଅଫ, ଏନଏସଏମଇ ତଥା ବୁନିଆଦି ଢାଞ୍ଚା ନିବେଶ ଉପରେ ଧ୍ୟାନ ଦିଆଯିବା ଦ୍ୱାରା ଅର୍ଥବ୍ୟବସ୍ଥାର ବେଗ ଆହୁରୀ ତୀବ୍ର ହୋଇପାରେ । ଗର୍ଗ ଭାରତୀୟ ଉଦ୍ୟୋଗ ପରିସଂଘ (ସିଆଇଆଇ)ର ଏକ କାର୍ଯ୍ୟକ୍ରମକୁ ସମ୍ବୋଦ୍ଧିତ କରି କହିଛନ୍ତି ଯେ ଯଦି ଅର୍ଥବ୍ୟବସ୍ଥା ୭-୮ ବର୍ଷ ପର୍ଯ୍ୟନ୍ତ ଦ୍ରବ୍ୟ ଏବଂ ସେବାର ଉତ୍ପାଦନ କରେ ଏବଂ ଦାବୀ ସୃଷ୍ଟି ହୁଏ ତେବେ ୨୦୨୫ ସୁଦ୍ଧା ଅର୍ଥବ୍ୟବସ୍ଥାର ଆକାରକୁ ୫୦୦ ହଜାର ଆରବ ଡଲାର ପର୍ଯ୍ୟନ୍ତ ପହଞ୍ଚାଯାଇପାରିବ । ବର୍ତ୍ତମାନ ଭାରତ ସକଳ ଘରୋଇ ଉତ୍ପାଦର (ଜିଡିପି )ଆକାର ୨୫୦୦ ଅରବ ଡଲାର (ପାଖାପାଖି ୧୬୨,୫୦,୦୦୦ କୋଟି ଟଙ୍କା)ରେ ରହିଛି । ଏହା ଏକ ବିଶ୍ୱର ସର୍ବବୃହତ ଅର୍ଥବ୍ୟବସ୍ଥା ବୋଲି କୁହାଯାଏ । ମୁଦ୍ରସ୍ପିତ ସମ୍ବନ୍ଧରେ ଗର୍ଗ ଯେ ଏହା ଅନେକାଂଶରେ ରିଜର୍ଭ ବ୍ୟାଙ୍କର ଲକ୍ଷ୍ୟ ୪% ପରିସର ମଧ୍ୟରେ ରହିଛି । ପାଇକାରୀ ମୂଲ୍ୟ ସୂଚକାଂକ ଆଧାରିତ ମୁଦ୍ରାସ୍ପିତି ଫେବୃଆରୀରେ ୭ ମାସର ନିମ୍ନତମ ସ୍ତର ୨.୪୮%କୁ ଆସିଯାଇଛି । ଉପୋଭୋକ୍ତା ମୂଲ୍ୟ ସୂତକାଂଶ ଆଧାରିତ ମୁଦ୍ରାସ୍ପିତ ଫେବୃଆରୀରେ ୪ମାସର ନିମ୍ନତ୍ତମ ସ୍ତର ୪.୪୪%ରେ ରହିଛି ।


Share It

Comments are closed.