ଅଷ୍ଟ୍ରେଲିଆ ସିରିଜର ଦ୍ୱିତୀୟ ମ୍ୟାଚରୁ ବାଦ ପଡିଲେ ଶ୍ରେୟସ୍ ଆୟର


ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ (IND vs AUS Test Series 2023) ଫେବୃଆରୀ ୯ରୁ ଆରମ୍ଭ ହୋଇଛି । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ (World Test Championship Final) କୁ ଦୃଷ୍ଟିରେ ରଖି ଟିମ୍ ଇଣ୍ଡିଆ (Team India) ପାଇଁ ଏହି ସିରିଜ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ସିରିଜର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆକୁ ଇନିଂସ ଓ ୧୩୨ ରନରେ ବିଜୟ ମିଳିଥିଲା । ଫଳରେ ଏହି ସିରିଜରେ ଭାରତୀୟ ଦଳ ୧-୦ରେ ଆଗୁଆ ରହିଛି । ବର୍ତ୍ତମାନ ସିରିଜର ଦ୍ୱିତୀୟ ମ୍ୟାଚ (IND VS AUS 2nd Test) ଫେବୃଆରୀ ୧୭ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । କିନ୍ତୁ ଏହି ଏହି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ (Team India) ପାଇଁ ଏକ ବହୁତ ଖରାପ ଖବର ଆସିଛି । ଦଳର ଏକ ବଡ଼ ମ୍ୟାଚ୍ ୱିନର ଖେଳାଳି ଆହତ କାରଣରୁ ବର୍ଡର-ଗାଭାସ୍କର ଟ୍ରଫି (Border-Gavaskar Trophy 2023) ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରୁ ମଧ୍ୟ ବାଦ ପଡିଛନ୍ତି ।

ପିଠିରେ ଆଘାତ ଲାଗିଥିବାରୁ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରୁ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର (Shreyas Iyer) ଙ୍କୁ ବାଦ୍ ଦିଆଯାଇଥିଲା । ପିଟିଆଇ ରିପୋର୍ଟ ଅନୁଯାୟୀ ତାଙ୍କୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ମଧ୍ୟ ଖେଳିବାକୁ ଦେଖିବାକୁ ମିଳିବ ନାହିଁ । ପିଠିରେ ଆଘାତ ଲାଗିଥିବାରୁ ଶ୍ରେୟସ୍ ଆୟର ନ୍ୟାସନାଲ କ୍ରିକେଟ୍ ଏକାଡେମୀ (NCA) ରେ ରିହ୍ୟାବ ପ୍ରକ୍ରିୟା ମଧ୍ୟ ଦେଇ ଗତି କରୁଛନ୍ତି, ଯେଉଁଥିପାଇଁ ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ଟେଷ୍ଟ ମ୍ୟାଚ୍‌ରେ ଖେଳାଇବାର ରିସ୍କ ନ ନେଇପାରେ। ଏଭଳି ପରିସ୍ଥିତିରେ ଦେଖିବା ବାକି ରହିଗଲା ଶ୍ରେୟସ୍ ଆୟର (Shreyas Iyer) ଦଳରେ ଯୋଗ ଦେଉଛନ୍ତି କି ନାହିଁ ।

ନିକଟ ଅତୀତରେ ଟିମ୍ ଇଣ୍ଡିଆ (Team India) ନ୍ୟୁଜିଲାଣ୍ଡ ବିପକ୍ଷରେ ଏକଦିବସୀୟ ସିରିଜ୍ (India vs New Zealand ODI Series) ଖେଳିଛି । ଆହତ କାରଣରୁ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର (Shreyas Iyer) ଙ୍କୁ ଏହି ସିରିଜରୁ ବାଦ୍ ଦିଆଯାଇଥିଲା । ପିଠିରେ ଆଘାତ ଯୋଗୁଁ ଶ୍ରେୟସ୍ ଆୟର ଏହି ସିରିଜରୁ ବାଦ ପଡିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶ୍ରେୟାସ ଆୟର ଏହି ଆଘାତରୁ ସମ୍ପୂର୍ଣ୍ଣରୂପେ ସୁସ୍ଥ ହୋଇ ନାହାଁନ୍ତି, ଯେଉଁ କାରଣରୁ ତାଙ୍କୁ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରୁ ବାଦ ଦିଆଯାଇଥିଲା । ଏହି ସମୟରେ ଟେଷ୍ଟ କ୍ରିକେଟରେ ଭାରତର ଅନ୍ୟତମ ପ୍ରମୁଖ ଖେଳାଳି ହେଉଛନ୍ତି ଶ୍ରେୟସ ଆୟର (Shreyas Iyer) । ୨୦୨୨ ବର୍ଷ ଶ୍ରେୟସ୍ ଆୟରଙ୍କ ପାଇଁ ଅତ୍ୟନ୍ତ ସ୍ମରଣୀୟ ଥିଲା । ଗତ ବର୍ଷ ୧୭ଟି ODI ରେ ଶ୍ରେୟସ୍ ଆୟର ୭୨୪ ରନ୍ ସ୍କୋର କରିଥିଲେ । ସେ (Shreyas Iyer) ଚଳିତ ବର୍ଷ ଭାରତ ପାଇଁ ODI ରେ ସର୍ବାଧିକ ରନ୍ ସ୍କୋରର ହୋଇଥିଲେ । ଏଥି ସହିତ ଶ୍ରେୟସ୍ ଆୟର ଟିମ୍ ଇଣ୍ଡିଆ ପାଇଁ ଏପର୍ଯ୍ୟନ୍ତ ୭ଟି ଟେଷ୍ଟ, ୪୨ଟି ODI ଏବଂ ୪୯ଟି ଟି-20 ମ୍ୟାଚ୍ ଖେଳିଛନ୍ତି । କିନ୍ତୁ ଚଳିତ ବର୍ଷ ଆରମ୍ଭ ତାଙ୍କ ପାଇଁ ଭଲ ରହିନାହିଁ ।


Share It

Comments are closed.