ଭାରତ-ଅଷ୍ଟ୍ରେଲିଆ ଶେଷ ଟେଷ୍ଟ୍ : ମ୍ୟାଚ ଜିତି ସିରିଜ ବିଜୟୀ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ


ଆଜିଠୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ ଖେଳାଯିବ । ୪ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ପୂର୍ବରୁ ଭାରତ ଦୁଇଟି ଜିତିଥିବା ବେଳେ ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚ ଜିତିଛି । ତେଣୁ ଏହି ମ୍ୟାଚ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ଅଛି ଟିମ୍ ଇଣ୍ଡିଆ । ଅହମ୍ମଦାବାଦରେ ଖେଳଯିବାକୁ ଥିବା ଏହି ଟେଷ୍ଟ ମ୍ୟାଚରେ ଭାରତୀୟ ଦଳରେ କିଛି ପରିବର୍ତ୍ତନ ହୋଇପାରେ ବୋଲି ଆଶା କରାଯାଉଛି । ଭାରତ ଏହି ମ୍ୟାଚ ଜିତିଲେ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ପ୍ରବେଶ କରିବ । ଅଷ୍ଟ୍ରେଲିଆ ପ୍ରଥମ ଟିମ ଭାବେ ଟେଷ୍ଟ ଚାମ୍ପୟନସିପରେ ଫାଇନାଲରେ ପ୍ରବେଶ କରିଥିବା ବେଳେ ଦୌଡରେ ଅଛନ୍ତି ଭାରତ ଓ ଶ୍ରିଲଙ୍କା । ଯଦି ଭାରତ ଏହି ମ୍ୟାଚ ହାରୁଛି ଅବା ଡ୍ର ରଖୁଛି ତେବେ ଫାଇନାଲ ଯିବାକୁ ଶ୍ରୀଲଙ୍କା ପାଇଁ ସୁଯୋଗ ରହିବ ।

ଭାରତ ଗସ୍ତରେ ଅଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ୍ । ଅହମ୍ମଦାବାଦରେ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍ ମ୍ୟାଚ୍ ଦେଖିବେ ଆଲବାନିସ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲବାନିସ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ମ୍ୟାଚ୍ ଦେଖିବେ । ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଆଲବାନିସ୍ । ଗୁଜରାଟରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିଥିଲେ । ଏହା ପରେ ହୋଲି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ରାଜଭବନରେ ରାତ୍ରୀଯାପନ କରିଥିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ।


Share It

Comments are closed.