ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ପୁଣି ୨୦ ହଜାର ପାର୍‍


ଦେଶରେ ଲଗାତାର କିଛି ଦିନ ମଧ୍ୟରେ ଦୈନିକ ସଂକ୍ରମଣ ୨୦ ହଜାର ଅତିକ୍ରମ କରୁଛି। ଦିନକରେ ଆଉ ୨୦ ହଜାର ୪୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ୧,୪୩,୯୮୮ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି। ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୩୨ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଶୁକ୍ରବାର ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୯,୭୯,୭୩୦କୁ ବୃଦ୍ଧି ପାଇଛି। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୬,୨୫୮ରେ ପହଞ୍ଚିଛି। ସକ୍ରିୟ ଆକ୍ରାନ୍ତ ହାର ୦.୩୩ ପ୍ରତିଶତ ରହିଥିବା ବେଳେ ଆରୋଗ୍ୟ ହାର ୯୮.୪୮ ରହିଛି। ଦୈନିକ ସଂକ୍ରମଣ ହାର ୫.୧୨ ପ୍ରତିଶତ ଓ ସପ୍ତାହିକ ହାର ୪.୮୨ ପ୍ରତିଶତ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।


Share It

Comments are closed.