ଶରଦ ପାୱାର ଗୋଷ୍ଠୀକୁ ବଡ ବିଜୟ, ‘ଟ୍ରମ୍ପେଟ’କୁ ଏନସିପି ଚିହ୍ନ ଭାବେ ମାନ୍ୟତା ଦେବା ପାଇଁ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ


ସୁପ୍ରିମକୋର୍ଟ ଅଜିତ ପାୱାର ଗୋଷ୍ଠୀଙ୍କୁ ନୋଟିସ ଜାରି କରି ନିର୍ଦ୍ଦେଶ ଦେଇଛନ୍ତି ଯେ, ଏନସିପିର ପ୍ରକୃତ ଘଣ୍ଟା ଚିହ୍ନ ବର୍ତ୍ତମାନ ମାମଲାଧିନ ରହିଛି ଏବଂ ଏହାର ବ୍ୟବହାର ବିଚାର ସାପେକ୍ଷ ରହିବ ।
ଶରଦ ପାୱାରଙ୍କ ଏନସିପି ଗୋଷ୍ଠୀକୁ ବୃହତ୍ତ ବିଜୟ ମିଳିଛି । ଯେଉଁଥିରେକି ‘ଟ୍ରମ୍ପେଟ’ ଚିହ୍ନକୁ ଶରଦ ପାୱାରଙ୍କ ଗୋଷ୍ଠୀକୁ ଔପଚାରିକ ଚିହ୍ନ ଭାବେ ମାନ୍ୟତା ଦେବା ପାଇଁ ସୁପ୍ରିମକୋର୍ଟ ଇସିଆଇ ଏବଂ ରାଜ୍ୟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ଅଜିତ ପାୱାରଙ୍କ ଗୋଷ୍ଠୀକୁ ଏକ ସାର୍ବଜନୀନ ନୋଟିସ ଜାରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏନସିପିର ପ୍ରକୃତ ଘଣ୍ଟା ଚିହ୍ନ ବର୍ତ୍ତମାନ ବିଚାରଧୀନ ରହିଛି ଏବଂ ଏହାର ବ୍ୟବହାର ବିଚାର ସାପେକ୍ଷ ରହିବ । ମହାମହୀମ ଉଚ୍ଚ ନ୍ୟାୟାଳୟ ଅଜି ପାୱାର ଗୋଷ୍ଠୀକୁ ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଯେ, ନିର୍ବାଚନ ସଂକ୍ରାନ୍ତୀୟ ସମସ୍ତ ବିଜ୍ଞପ୍ତିରେ ଘଣ୍ଟା ଚିହ୍ନ ବିଚାରଧୀନ ରହିବ ।
ଶରଦ ପାୱାରଙ୍କ ଗୋଷ୍ଠୀ ବାଦ ‘ଟ୍ରମ୍ପେଟ’ ଚିହ୍ନକୁ ଅନ୍ୟ କୌଣସି ଲୋକସଭା କିମ୍ବା ବିଧାନସଭା ନିର୍ବାଚନରେ ଏହାକୁ ବ୍ୟବହାର ନକରାଯିବା ପାଇଁ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଏହି ଚିହ୍ନରେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି-ଶରଦଚନ୍ଦ୍ର ପାୱାର ନାମ ବ୍ୟବହାର କରିବା ପାଇଁ ମଧ୍ୟ ଅନୁମତି ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ ।

 


Share It

Comments are closed.