ଦକ୍ଷିଣ ଆଫ୍ରିକାକୁ ହରାଇ ଟେବୁଲ ଶୀର୍ଷରେ ଭାରତ


ବିରାଟ କୋହଲିଙ୍କ ଶତକୀୟ ଇନିଂସ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଘାତକ ବୋଲିଂ ବଳରେ ଭାରତ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ସହଜ ବିଜୟ ହାସଲ କରିନେଇଛି। କୋଲକାତାର ଇଡେନ ଗାର୍ଡେନରେ ଚଳିତ ବିଶ୍ୱକପର ୩୭ତମ ମ୍ୟାଚରେ ଭାରତର ସହଜ ବିଜୟ ହାସଲ କରିନେଇଛି। ଏହା ସହିତ ଚଳିତ ବିଶ୍ୱକପରେ ଅପରାଜେୟ ରହିଛି ଭାରତ। ଭାରତ ୮ଟି ଯାକ।

ବିରାଟ କୋହଲିଙ୍କ ଶତକୀୟ ଇନିଂସ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଘାତକ ବୋଲିଂ ବଳରେ ଭାରତ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ସହଜ ବିଜୟ ହାସଲ କରିନେଇଛି। କୋଲକାତାର ଇଡେନ ଗାର୍ଡେନରେ ଚଳିତ ବିଶ୍ୱକପର ୩୭ତମ ମ୍ୟାଚରେ ଭାରତର ସହଜ ବିଜୟ ହାସଲ କରିନେଇଛି। ଏହା ସହିତ ଚଳିତ ବିଶ୍ୱକପରେ ଅପରାଜେୟ ରହିଛି ଭାରତ। ଭାରତ ୮ଟି ଯାକ ମ୍ୟାଚରେ ବିଜୟ ହାସଲ କରି ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି। ତେବେ ଇଡେନ ଗାର୍ଡେନରେ ଖେଳାଯାଇଥିବା ମ୍ୟାଚରେ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ପରାସ୍ତ କରିଛି ଭାରତ। ଟସ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ୩୨୬ ରନର ବିଶାଳ ସ୍କୋର କରିଥିଲା। ଭାରତ ପକ୍ଷରୁ ବିରାଟ କୋହଲି ୧୦୦ ରନ କରି ଅପରାଜିତ ରହିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ୨୭.୧ ବଲରେ ମାତ୍ର ୮୩ ରନ କରି ଅଲଆଉଟ ହୋଇଯାଇଥିଲା।

ଆରମ୍ଭରୁ ଭାରତୀୟ ଓପନର ରୋହିତ ଶର୍ମା ବେଶ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ସେ ମାତ୍ର ୨୪ ବଲରେ ୪୦ରନ ବିସ୍ଫୋରକ ଇନିଂସ ଖେଳିଥିଲେ। ତାଙ୍କୁ ସହଯୋଗ କରିଥିଲେ ଓପନର ଶୁବମନ ଗିଲ। କିନ୍ତୁ ରୋହିତ ୪୦ କରି ଆଉଟ ହୋଇଥିବା ବେଳେ ଶୁବମନ ୨୩ ରନ କରି ଆଉଟ ହୋଇଯାଇଥିଲେ। ପରେ ଶ୍ରେୟାସ ଆୟାର ଓ ବିରାଟ କୋହଲି ବେଶ ରକ୍ଷଣାତ୍ମକ ଢଙ୍ଗରେ ବ୍ୟାଟିଂ କରିଥିଲେ। ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ବିରାଟ ଶତକୀୟ ଇନିଂସ ଖେଳିଥିଲେ। ଫଳରେ ଦିନିକିଆରେ ୪୯ତମ ଶତକ ହାସଲ କରିବା ସହିତ ସଚିନ ତେନ୍ଦୁଲକରଙ୍କ ସହିତ ସମକକ୍ଷ ହୋଇପାରିଥିଲେ। ସେପଟେ ଶ୍ରେୟାସ ଆୟାର ୭୭ ରନ କରି ଶତକରୁ ବଞ୍ଚିତ ହୋଇଥିଲେ। କେଏଲ ରାହୁଲ ମାତ୍ର ୮ ରନ କରି ପାଭିଲିୟନ ଫେରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୨୨ କରି ଆଉଟ ହୋଇଥିଲେ। ରବୀନ୍ଦ୍ର ଜାଡ଼େଜା ୨୯ ରନ କରି ଅପରାଜିତ ରହିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡ଼ି, ମାକ୍ରୋ ଜାନସେନ, କାଗିସୋ ରାବଡ଼ା, କେଶବ ମହାରାଜ ଓ ତାବ୍ରେଜ ସାମସୀ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ଧାର୍ଯ୍ୟ ବିଜୟ ଲକ୍ଷକୁ ପିଛା କରି ବ୍ୟାଟିଂ ଆରମ୍ଭ କରିଥିଲା ଦକ୍ଷିଣ ଆଫ୍ରିକା। ତେବେ ଆରମ୍ଭରୁ ହିଁ ଦକ୍ଷିଣ ଆଫ୍ରିକାର ବ୍ୟାଟସମ୍ୟାନଙ୍କୁ ଭାରତୀୟ ବୋଲର ଚାପରେ ରଖିଥିଲେ। ଆରମ୍ଭରୁ ହିଁ ତାସ ଘର ଭୁଶୁଡ଼ିବା ଭଳି ବ୍ୟାଟିଂ ଅର୍ଡର ଭୁଶୁଡ଼ିପଡ଼ିଥିଲା। ଦକ୍ଷିଣ ଆଫ୍ରିକାର ମାର୍କୋ ଜାନସେନ ସର୍ବାଧିକ ୧୪ ରନ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସେଭଳି ପ୍ରଦର୍ଶନ କରିପାରିନଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ ଜାଡ଼େଜା ସର୍ବାଧିକ ୫ଟି ଓ୍ୱିକେଟ ନେଇଥିବା ବେଳେ ମହମ୍ମଦ ଶାମୀ ଓ କୂଳଦୀପ ଯାଦବ ଦୁଇଟି ଓ ମହମ୍ମଦ ସିରାଜ ଗୋଟିଏ ୱିକେଟ ନେଇଥିଲେ।


Share It

Comments are closed.