ଭାରତୀୟ ବାୟୁସେନା ପକ୍ଷରୁ ରିଟାୟର ହେବ ମିଗ-୨୧ ଫାଇଟର ପ୍ଲେନ


ଆଇଏଏଫ ଫାଇଟର ପ୍ଲେନର ଦୁଇ ଜଣ ପାଇଲଟର ମୃତ୍ୟୁ ପରେ ଇଣ୍ଡିଆନ ଏୟାର ଫୋର୍ସ (ଆଇଏଏଫ) ପକ୍ଷରୁ ମିଗ-୨୧ ବିସନ ଏୟାରକାର୍ଫ୍ଟକୁ ସେପ୍ଟେମ୍ବର ୩୦ ସୁଦ୍ଧା ରାଟାୟର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ଗୁରୁବାର ଦିନ ମିଗ-୨୧ ରାଜସ୍ଥାନରେ କ୍ରାସ ହେବା ପରେ ଦୁଇ ପାଇଲଟଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ଭାରତୀୟ ସେନା ପ କ୍ଷରୁ ଏହି କଠିନ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗୋଟିଏ ବର୍ଷରେ ପାଖାପାଖି ୪୫ ଏୟାରକାର୍ଫ୍ଟର କ୍ରାସ ହୋଇଥିବା ବେଳେ ୨୯ଜଣ ଆଇଏଏଫ ପାଇଲଟଙ୍କର ଏଥିରେ ମୃତ୍ୟୁ ହୋଇଛି । ଡିଫେନ୍ସ ମିନିଷ୍ଟର ରାଜନାଥ ସିଂ ଟୁଇଟ କରି ଦେଶ ପ୍ରତି ଆଇଏଫ ମିଗ-୨୧ର ସେବା ଉଲ୍ଲେଖନୀୟ ଏବଂ ଖାସ ବୋଲି ଜଣାଇଥିଲେ ।


Share It

Comments are closed.