‘ମୁଁ ଡ୍ରଗ୍ ଆଡିକ୍ଟ ଥିଲି’ ସୋସିଆଲ ମିଡିଆରେ କଙ୍ଗନାଙ୍କ ପୁରୁଣା ଭିଡିଓ ଭାଇରାଲ


ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏବେ ଚର୍ଚ୍ଚାରେ। କଙ୍ଗନାଙ୍କ ଅନୁପସ୍ଥିତିରେ ବିଏମସି ତାଙ୍କ କାର୍ଯ୍ୟାଳୟକୁ ବେଆଇନ କହି ଭାଙ୍ଗି ଦେଇଥିଲେ। ଏଥି ସହିତ କଙ୍ଗନା ଏକ ଭିଡିଓ ଜାରି କରି ଏଥିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ପରେ ଖବର ଆସିଥିଲା କି କଙ୍ଗନା ଡ୍ରଗ୍ସ ନେଇଥିବା ଅଭିଯୋଗରେ ମହାରାଷ୍ଟ୍ର ସରକାର ମୁମ୍ବାଇ ପୋଲିସକୁ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାମଧ୍ୟରେ କଙ୍ଗନାର ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କଙ୍ଗନା ଗୋଟିଏ ସମୟରେ ଡ୍ରଗ୍ ଆଡିକ୍ଟ ଥିଲେ ବୋଲି କହିଥିବାର ଦେଖିବାକୁ ମିଳିଛି। କଙ୍ଗନା କହିଛନ୍ତି କି, ମୁଁ ଯେତେବେଳେ ଘରୁ ପଳାଇଆସିଥିଲି, ବର୍ଷେ ଦୁଇବର୍ଷ ପର୍ଯ୍ୟନ୍ତ ଡ୍ରଗ ଆଡିକ୍ଟ ଥିଲି।

ମୋ ଜୀବନରେ ଏମିତି କିଛି ଘଟଣା ଘଟୁଥିଲା ଯାହା ଅନ୍ୟ ମାନଙ୍କ ହାତରେ ଲାଗିଯାଇଥିଲା। ଯାହା ମୋ ପାଇଁ ବିପଦ ରହିଥିଲା। ଯେତେବେଳେ ଏସବୁ ଘଟିଥିଲା, ସେତେବଳେ ମୁଁ ଛୋଟ ଥିଲି ବୋଲି କଙ୍ଗନା କହିଛନ୍ତି। କଙ୍ଗନା ରଣାୱତଙ୍କ ସହ ଜଡିତ ଏହି ପ୍ରସଙ୍ଗରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ, ମୁମ୍ବାଇ ପୋଲିସ ଏହି ଘଟଣାର ତଦନ୍ତ କରିବ। ଏଥି ସହିତ ଏବେ କଙ୍ଗନାଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କଙ୍ଗନା କହୁଛନ୍ତି ଯେ ସେ ଏକ ସମୟରେ ଡ୍ରଗ୍ସ ଆଡିକ୍ଟ ଥିଲେ।


Share It

Comments are closed.