ହ୍ୱାଟ୍ସଆପ ପ୍ରେମ ହେଲା କାଳ


ବର୍ତ୍ତମାନ ସୋସିଆଲ ମିଡିଆକୁ ଲୋକମାନେ ଯେଉଁଭଳି ଭାବରେ ବ୍ୟବହାର କରୁଛନ୍ତି ବେଳେବେଳେ ପରିସ୍ଥିତି ଏଭଳି ଉପୁଜେ ଯାହାଫଳରେ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଅନେକ କ୍ଷେତ୍ର ସୋସିଆଲ ମିଡିଆର ବ୍ୟବହାର ଦ୍ୱାରା ବିଭିନ୍ନ ଅଭାବନୀୟ ଘଟଣା ଘଟିଯିବାର ମଧ୍ୟ ପରିଲକ୍ଷିତ ହୋଇଛି । ବର୍ତ୍ତମାନ ଏହିଭଳି ଏକ ଅଭାବନୀୟ ଘଟଣା ସୀକନ୍ଦ୍ରରାବାଦରେ ଦେଖିବାକୁ ମିଳିଛି ।
ଏହି ଅଞ୍ଚଳରେ ରହୁଥିବା ୨୭ ବର୍ଷିୟ ଯୁବକ ଶିବ କୁମାର ନିଜ ପତ୍ନୀଙ୍କର ଗାଳି ଗୁଲଜକୁ ସହି ନପାରି ଆତ୍ମହତ୍ୟା କରିଦେଇଛନ୍ତି । ଏବେ ଆପଣମାନେ ଭାବୁଥିବେ ଏଥିରେ ସୋସିଆଲ ମିଡିଆର କ’ଣ ଭୂମିକା ରହିଛି ।
ଆଜ୍ଞା ହଁ ଏଥିରେ ସୋସିଆଲ ମିଡିଆର ବଡ ଭୂମିକା ରହିଛି । ଏହି ଆତ୍ମହତ୍ୟା ସୋସିଆଲ ମିଡିଆ ଯୋଗୁଁ ହିଁ ହୋଇଛି । ମୁଖ୍ୟ କଥା ହେଲା କି ଉକ୍ତ ଯୁବକ ଜଣକ ହ୍ୱାଟ୍ସଆପରେ ଜଣେ ୧୭ ବର୍ଷିୟା ମହିଳା ବନ୍ଧୁଙ୍କ ସହ କଥା ହେଉଥିଲେ, ଯାହାକୁ ତାଙ୍କ ପତ୍ନୀ ସହି ପାରୁନଥିଲେ । ଉକ୍ତ ଯୁବକଙ୍କର ପତ୍ନୀ ସବୁବେଳେ ତାଙ୍କ ସ୍ୱାମୀଙ୍କ ହ୍ୱାଟ୍ସଆପରେ ସେହି ମହିଳା ସହ କଥା ନହେବା ପାଇଁ ବାରଣ କରିବା ସହ ଗାଳିଗୁଲଜ ମଧ୍ୟ କରୁଥିଲେ । ଯାହାକି ତାଙ୍କର ସ୍ୱାମୀ ଜମାରୁବି ବରଦାସ୍ତ କରିପାରୁନଥିଲେ, ସେଥିପାଇଁ ସେ ରାଗିକରି ନିଜେ ଆତ୍ମହତ୍ୟା କରିଥିବାର ଜଣାପଡିଛି ।
ପୋଲିସ ପକ୍ଷରୁ ମିଲିଥିବା ସୂଚନା ମୁତାବକ, ପୁରୁଷଙ୍କର ଉକ୍ତ ମହିଳା ବନ୍ଧୁ ଜଣକ ଯେତବେଳେ ଜାଣିଲେ ତାଙ୍କ ବନ୍ଧୁ ଆତ୍ମହତ୍ୟା କରିଦେଇଛନ୍ତି ବୋଲି ସେଥିପାଇଁ ସେ ମଧ୍ୟ ବିଷ ପିଇ ଆତ୍ମହତ୍ୟା କରିଦେଲେ ।
ମିଳିଥିବା ସୂଚନା ମୁତବାକ, ଶିବ କୁମାର ଶନିବାର ରାତିରେ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏହା ପରେ ତାଙ୍କ ମହିଳା ବନ୍ଧୁ ଜାଣିବା ପରେ ସେ ମଧ୍ୟ ବିଷ ପିଇ ଆତ୍ମହତ୍ୟା କରିଦେଇଥିଲେ । ଶିବ କୁମାର ପେସାରେ ଜଣେ ଇଲେକ୍ରିସିଆନ ଥିଲେ । ସେ ୧୫ ବର୍ଷ ପୂର୍ବେ ବିବାହ କରିଥିଲେ । ଉଭୟ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ଝଗଡା ମଧ୍ୟ ଲାଗି ରହିଥାଏ ।


Share It

Comments are closed.