ଆଇଡେମିସୁ ଏସିଆ ଟ୍ୟାଲେଂଟ୍ କପ୍ ୨୦୨୪ ଋତୁରେ ଭାରତର ପ୍ରତିନିଧିତ୍ୱ କରିବେ ହୋଣ୍ଡା ରେସିଂ ଇଣ୍ଡିଆର ଚାଳକ ରକ୍ଷୀତ ଡାଭେ


ଭୁବନେଶ୍ୱର: ଭବିଷ୍ୟତରେ ଭାରତରେ ରେସିଂ ତାରକା ସୃ୍‌ଟି କରିବା ଲାଗି ରହିଥିବା ଲକ୍ଷ୍ୟ ଅନୁସାରେ ହୋଣ୍ଡା ମୋରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ସମ୍ମାନଜନକ ଆଇଡେମିସୁ ଏସିଆ ଟ୍ୟାଲେଂଟ୍ କପ୍ ୨୦୨୪ରେ ରକ୍ଷୀତ ଶ୍ରୀହରୀ ଡାଭେ ଯୋଗଦେବେ ବୋଲି ଘୋଷଣା କରାଯାଇଛି ।
ମାଲେସିଆର ସେପାଙ୍ଗ ସର୍କିଟ୍‌ରେ ଅନୁଷ୍ଠିତ ଚୟନ ପ୍ରକ୍ର୍ରିୟାରେ ପ୍ରତିଯୋଗିତା ଲାଗି ୮୯ ଜଣ ଚାଳକ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେଥିରୁ ୪୧ ଜଣ ଚାଳକ ନିଜର ଦକ୍ଷତା, ନିଷ୍ଠା ଓ ପ୍ରତିଶ୍ରୁତି ଉପସ୍ଥାପନ କରିଥିଲେ ଯାହା ସେମାନଙ୍କୁ ଚୂଡ଼ାନ୍ତ ପର୍ଯ୍ୟାୟକୁ ନେଇଥିଲା । ଏହି ପ୍ରତିଯୋଗିତାରେ ଆଇଡେମିସୁ ଏସିଆ ଟ୍ୟାଲେଂଟ୍ କପ୍ ୨୦୨୪ ପାଇଁ ରକ୍ଷୀତ ଏସ୍ ଡାଭେ ଚୟନ ହୋଇଛନ୍ତି । ଏସିଆ ମହାସାଗରୀୟ ଅଂଚଳରୁ ଚୟନ ହୋଇଥିବା ୧୦ ଜଣ ଚାଳକଙ୍କ ମଧ୍ୟରେ ତାଙ୍କ ନାମ ରହିଛି ।
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ-ସେଲ୍‌ସ ଆଣ୍ଡ୍ ମାର୍କେଟିଂ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “୨୦୨୪ ଆଇଡେମିସୁ ଏସିଆ ଟ୍ୟାଲେଂଟ୍ କପ୍‌ରେ ଜଣେ ପ୍ରତିଦ୍ୱନ୍ଦ୍ୱୀ ଭାବେ ସାମିଲ ହେବା ହୋଣ୍ଡା ରେସିଂ ଇଣ୍ଡିଆ ପାଇଁ ଏକ ଗୌରବମୟ ମୁହୂର୍ତ । ୨୦୧୯ ପରଠାରୁ ମାତ୍ର ତିନି ଜଣ ହୋଣ୍ଡା ରେସିଂ ଇଣ୍ଡିଆ ଚାଳକ ଏହି ସଫଳତା ପାଇଛନ୍ତି ଏବଂ ନିଜର ଆଗ୍ରହ ଜରିଆରେ ରକ୍ଷୀତ ତାହା ସମ୍ଭବ କରିପାରିଛନ୍ତି । ଏହା ବିଶ୍ୱ ପାଇଁ ତାରକା ଭାରତୀୟ ଚାଳକ ବିକାଶ ଓ ସମୃଦ୍ଧ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତାର ପ୍ରମାଣ । ହୋଣ୍ଡା ପାଇଁ ନିଜର ଅଭିଳାଷକୁ ପ୍ରକାଶ କରିବାର ଉପାୟ ହେଉଛି ମୋଟରସାଇକଲ୍ ଏବଂ ଚାଳକମାନଙ୍କ ଏକ ଉତ୍କୃଷ୍ଟ ଦଳ ଗଠନ କରି ବିଶ୍ୱରେ ଭାରତ ନାମ ଛାପିବା । ମୋଟରସ୍ପୋର୍ଟସ୍ ପାଇଁ ଥିବା ନିଜର ଅଭିଳାଷକୁ ରକ୍ଷୀତ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍‌ରେ ପ୍ରମାଣ କରିଛନ୍ତି ଏବଂ ଆମର ବିଶ୍ୱାସ ରହିଛି ଯେ ସେ ନିଜର ଶ୍ରେଷ୍ଠତା ପ୍ରଦାନ କରିବେ ଏବଂ ହୋଣ୍ଡାର ଅଭିଜ୍ଞ ପ୍ରଶିକ୍ଷକମାନଙ୍କ ମାର୍ଗଦର୍ଶନରେ ଆନ୍ତର୍ଜାତିକ ମଂଚରେ ନୂଆ ରେକର୍ଡ ସୃଷ୍ଟି କରିବେ ।’’
ଅଷ୍ଟ୍ରେଲିଆ, ଚୀନ୍‌, ଚାଇନିଜ ତାଇପେଇ, ଭାରତ, ଇଣ୍ଡୋନେସିଆ, ମାଲେସିଆ, ଫିଲିପାଇନ୍ସ, ଥାଇଲ୍ୟାଣ୍ଡ୍ ଓ ଭିଏତନାମର ୨୦ ଜଣ ଚାଳକ ଆଇଡେମିସୁ ଏସିଆ ଟ୍ୟାଲେଂଟ୍ କପ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।
ଏହି ଅବସରରେ ରକ୍ଷୀତ ଡାଭେ କହିଛନ୍ତି ଯେ, “ଏଥିପାଇଁ ମୁଁ ସବୁବେଳେ ସ୍ୱପ୍ନ ଦେଖୁଥିଲି ଓ ତାହା ସାକାର ହୋଇଥିବାରୁ ମୁଁ ବେଶ ଉତ୍ସାହିତ ରହିଛି । ବିଶ୍ୱ ମଂଚରେ ଭାରତୀୟ ଟିମ୍‌କୁ ଉପସ୍ଥାପନ କରିବା ଲାଗି ମୋତେ ସୁଯୋଗ ପ୍ରଦାନ କରାଯାଇଥିବାରୁ ମୁଁ ହୋଣ୍ଡା ରେସିଂ ଇଣ୍ଡିଆକୁ ଧନ୍ୟବାଦ ଜଣାଉଛି । ଏହା ଏକ ଶ୍ରେଷ୍ଠ ମଂଚ କାରଣ ମୋଟରସ୍ପୋର୍ଟସ୍‌ରେ କ୍ୟାରିୟର ପାଇଁ ଏହା ମୋତେ ନୂଆ ଅଭିଜ୍ଞତା ଏବଂ ଶିକ୍ଷା ପ୍ରଦାନ କରିବ । ଟିମ୍ ଓ ଦେଶ ଲାଗି ଗୌରବ ଆଣିବାକୁୁ ମୁଁ ମୋର ଶ୍ରେଷ୍ଠ ପ୍ରଦର୍ଶନ ପ୍ରଦାନ କରିବି ।”


Share It

Comments are closed.