ଇଣ୍ଡୋନେସିଆରେ ଏସିଆ ରୋଡ୍ ରେସିଂ ଚମ୍ପିଆନ୍‌ସିପ୍ ୨୦୨୩ର ଚତୁର୍ଥ ରାଉଣ୍ଡ ପାଇଁ ହୋଣ୍ଡା ରେସିଂ ଇଣ୍ଡିଆର ଚାଳକ ପ୍ରସ୍ତୁତ


ଭୁବନେଶ୍ୱର: ଇଣ୍ଡୋନେସିଆର ମଣ୍ଡାଲିକା ଇଟଂରନ୍ୟାସନ।।ଲ୍ ଷ୍ଟ୍ରିଟ୍ ସର୍କିଟ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏସିଆ ରୋଡ୍ ରେସିଂ ଚମ୍ପିଆନ୍‌ସିପ୍‌ର ଚତୁର୍ଥ ରାଉଣ୍ଡରେ ନିଜର ଚମତ୍କାର ରେସିଂ ଦକ୍ଷତାକୁ ପ୍ରଦର୍ଶନ କରିବା ପାଇଁ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ପ୍ରସ୍ତୁତ ରହିଛି । ଏହି ଚମ୍ପିଆନ୍‌ସିପ୍‌ର ତୃତୀୟ ପର୍ଯ୍ୟାୟ ଶେଷ ସୁଦ୍ଧା ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ୧୯ ପଏଂଟ୍ ହାସଲ କରିଛି । ଚତୁର୍ଥ ପର୍ଯ୍ୟାୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଏସିଆ ପ୍ରଡକ୍ସନ୍ ୨୫୦ ସିସି ବର୍ଗରେ ନୂତନ ମାନଦଣ୍ଡ ଧାର୍ଯ୍ୟ କରି ରେସ୍‌ର ସ୍ତର ଉପରକୁ ନେବା ଲାଗି ଟିମ୍‌ର ଦୃଢ଼ ସଂକଳ୍ପ ନେଇଛି ।
ଚମ୍ପିଆନ୍‌ସିପ୍‌ର ତୃତୀୟ ରାଉଣ୍ଠ୍‌ରେ ଦୃଢ଼ ସାମର୍ଥ୍ୟ ପ୍ରଦର୍ଶନ ଜରିଆରେ ଭାରତୀୟ ଟିମ୍‌ର ଚାଳକ କେଭିନ୍ ସମର କ୍ୱିଂଟାଲ୍ ବେଶ ପ୍ରଭାବିତ କରିଥିଲେ ।
ଏହି ନେଇ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ର ସେଲ୍‌ସ ଓ ମାର୍କେଟିଂ ନିର୍ଦ୍ଦେଶକ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ଏସିଆ ରୋଡ୍ ରେସିଂ ଚମ୍ପିଆନ୍‌ସିପ୍‌ର ଚତୁର୍ଥ ରାଉଣ୍ଡ ଆଡ଼କୁ ଆମେ ଅଗ୍ରସର ହେଉଥିବା ବେଳେ ଆମର ବିଶ୍ୱାସ ରହିଛି ଯେ ଦୃଢ଼ ସକଂଳ୍ପ ସହିତ ଏହି ଆହ୍ୱାନକୁ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ଗ୍ରହଣ କରିବ । ମଣ୍ଡାଲିକା ଇଟଂରନ୍ୟାସନାଲ୍ ଷ୍ଟ୍ରିଟ୍ ସର୍କିଟ୍ ଆମ ଚାଳକମାନଙ୍କୁ ନୂତନ ଏବଂ ଆକର୍ଷଣୀୟ ସୁଯୋଗ ପ୍ରଦାନ କରିବ ଏବଂ ଆମର ଦୃଢ଼ ବିଶ୍ୱାସ ରହିଛି ଯେ ଟିମ୍‌ର ସ୍ଥାୟୀ ଭାବ ଆମକୁ ସକାରାତ୍ମକ ଫଳ ପ୍ରଦାନ କରିବ । ଇଣ୍ଡୋନେସିଆରେ ଆମ ଚାଳକମାନେ ଚଳିତ ସପ୍ତାହ ଶେଷ ଆଡ଼କୁ ପ୍ରଦର୍ଶନ କରିବାକୁ ଥିବା ଚମ୍ପିଆନ୍‌ସିପ୍‌ର ଚତୁର୍ଥ ରାଉଣ୍ଡରେ ସେମାନଙ୍କ ଶକ୍ତି ଓ ଅତୁଟ ଅଭିଳାଷର ପ୍ରଦର୍ଶନ ଦେଖିବାକୁ ଆମେ ଚାହିରହିଛୁ ।”
ଆଇଡେମିସୁ ହୋଣ୍ଡା ଇଣ୍ଡିଆ ରେସିଂ ଇଣ୍ଡିଆ ଚାଳକ କେଭିନ୍ କ୍ୱିଂଟାଲ୍ କହିଛନ୍ତି ଯେ, “ରେସ୍ ଟ୍ରାକ୍‌ରେ ଆମ ଦକ୍ଷତା ଓ ସଂକଳ୍ପକୁ ପ୍ରଦର୍ଶନ କରିବା ପାଇଁ ଏହି ସୁଯୋଗକୁ ଆମେ ଚାହିରହିଛୁ । ଏସିଆ ରୋଡ୍ ରେସିଂ ଚମ୍ପିଆନ୍‌ସିପ୍‌ର ଆଗାମୀ ପର୍ଯ୍ୟାୟରେ ଅଭିଜ୍ଞ ଚାଳକମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି ମୋର ପରିସୀମା ବଢ଼ାଇବାକୁ ମୁଁ ଚାହିରହିଛି । ଅତୀତର ଭୁଲରୁ ମୁଁ ଯେଉଁ ଶିକ୍ଷା ଲାଭ କରିଛି ତାହାକୁ ନେଇ ଓ ଟିମ୍‌ର ସମର୍ଥନ ସହ ମୋର ଦୃଢ଼ ବିଶ୍ୱାସ ରହିଛି ଯେ ଏହି ସପ୍ତାହରେ ମୋତେ ସଫଳତା ମିଳିବ ।”
ଟିମ୍‌ର ଅନ୍ୟତମ ଚାଳକ ମୋହସିନ ପରମବାନ କହିଛନ୍ତି ଯେ, “ଇଣ୍ଡୋନେସିଆରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ପାଇଁ ମୁଁ ବିଶ୍ୱାସର ସହ ପ୍ରସ୍ତୁତ ରହିଛି । ଏହି ସୁଯୋଗ ପାଇଥିବାରୁ ମୁଁ କୃତଜ୍ଞ ଏବଂ ମୁଁ ମୋର ଦକ୍ଷତା ପ୍ରଦର୍ଶନ କରିବା ଏବଂ ମୋ ପ୍ରଦର୍ଶନରେ ଉନ୍ନତି ଆଣିବା ଲାଗି ମୁଁ ସଂକଳ୍ପ ନେଇଛି । ପ୍ରଶିକ୍ଷକଙ୍କ ମାର୍ଗଦର୍ଶନ ଏହି ଚାମ୍ପିଆନ୍‌ସିପ୍ ଲାଗି ମୋତେ ପ୍ରସ୍ତୁତ କରିଛି । ରେସ୍‌ରେ ହୋଣ୍ଡା ଭାବକୁ ପ୍ରଦର୍ଶନ କରିବାକୁ ମୁଁ ଅପେକ୍ଷା କରିଛି ।”


Share It

Comments are closed.