ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଭାରତଜିପି ପ୍ରତିଯୋଗିତା ଘୋଷଣା


ଭୁବନେଶ୍ୱର: ଭାରତରେ ମୋଟୋଜିପି ସଂସ୍କୃତିର ଗ୍ରହଣୀୟତା ବଢ଼ାଇବା ଲାଗି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ସର୍ବଭାରତୀୟ ସ୍ତରୀୟ ମୋଟୋଜିପି ପ୍ରତିଯୋଗିତା ହୋଣ୍ଡା ଏକ୍ସାଇଟସ୍ ଦି ୱାର୍ଲଡ୍ ଘୋଷଣା କରାଯାଇଛି ଯାହା ଗ୍ରାହକ, ଚାଳକ ଓ ପ୍ରଶସଂକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବ ।
୨୦୨୩ ଅଗଷ୍ଟ ୨୪ରୁ ଡିଜିଟାଲ୍ ମୋଟୋଜିପି ପ୍ରତିଯୋଗିତାର ଶୁଭାରମ୍ଭ ହେଉଥିବା ବେଳେ ଭାରତରର ପ୍ରଥମ ମୋଟୋଜିପି ବିଶ୍ୱ କପ୍ ପ୍ରତିଯୋଗିତାକୁ୨୦୨୩ ସେପ୍ଟେମ୍ବର ୨୨ରୁ ୨୪ ପର୍ଯ୍ୟନ୍ତ ଗ୍ରେଟର ନୋଏଡାର ବୁଦ୍ଧ ଇଟଂରନ୍ୟାସନାଲ୍ ସର୍କିଟ୍‌ରେ ଆୟୋଜନ କରିବ ଯାହାର ରଖାଯାଇଛି “ଗ୍ରାଣ୍ଡ୍ ପ୍ରିକ୍ସ ଅଫ୍ ଭାରତ’ ।
ପ୍ରଶଂସକମାନଙ୍କୁ ଉତ୍ସାହିତ କରିବା ଲାଗି ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ଏହି ପ୍ରତିଯୋଗିତା ଘୋଷଣା କରାଯାଇଛି । ସାରା ଦେଶର ହୋଣ୍ଡା ଗ୍ରାହକଙ୍କୁ ଏକତ୍ରୀତ କରିବା ଲାଗି ଡିଜିଟାଲ୍ ମୋଟୋଜିପି ପ୍ରତିଯୋଗିତାକୁ ଆୟୋଜନ କରାଯାଉଛି ଯାହା ସ୍ୱତନ୍ତ୍ର କାହାଣୀ ଜଣାଇବ, ଅଭିନବ କଳ୍ପନାକୁ ପରିପ୍ରକାଶ କରିବ ଏବଂ ହୋଣ୍ଡାର ବ୍ରାଣ୍ଡ୍ ମୂଲ୍ୟବୋଧକୁ ଅବଗତ କରିବ ।
ଏହି ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନଙ୍କୁ ମୋଟରସାଇକଲ୍ ଓ ରେସିଂ ଦୁନିଆ ପ୍ରତି ସେମାନଙ୍କ ଭଲ ପାଇବା ଓ ଅଭିଳାଷ ଜଣାଇବାର ସୁଯୋଗ ପ୍ରଦାନ କରି ସେମାନଙ୍କୁ ରେସିଂ ସହ ଯୋଡ଼ିବ ।
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ସେଲ୍‌ସ ଓ ମାର୍କେଟିଂ ନିର୍ଦ୍ଦେଶକ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ଯଦି ହୋଣ୍ଡା ରେସ୍ କରୁନାହିଁ, ତେବେ ହୋଣ୍ଡା ହିଁ ନାହିଁ । ଏହି ଭାବନା ଉପରେ ଆମ ପ୍ରତିଷ୍ଠାତା ଶ୍ରୀ ସୋଇଚିରୋ ହୋଣ୍ଡାଙ୍କ ଦୃଢ଼ ବିଶ୍ୱାସ ରହିଛି । ଆମ ପାଇଁ ମୋଟରସ୍ପୋର୍ଟ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ହେଉଛି ଏକ ଭାବ ଯାହା ଆମକୁ ଦୁନିଆରେ ଶ୍ରେଷ୍ଠତା ଉପସ୍ଥାପନ କରିବାର ସୁଯୋଗ ପ୍ରଦାନ କରିଛି । ହୋଣ୍ଡା ଏକ୍ସାଇଟ୍ ଦି ୱାର୍ଲଡ୍ ମୋଟୋଜିପି ପ୍ରତିଯୋଗିତା ଜରିଆରେ ଆମେ ରେସିଂ ସଂସ୍କୃତିକୁ ସୁଦୃଢ଼ କରୁଥିବା ବେଳେ ହୋଣ୍ଡା ଚାଳକ ଗୋଷ୍ଠୀରେ ଯୋଗ ଦେବା ଲାଗି ସାରା ଦେଶର ଚାଳକମାନଙ୍କୁ ଅନୁପ୍ରାଣିତ କରୁଛୁ । ଆମେ ଆମ ଗ୍ରାହକଙ୍କ ରେସିଂ ଡିଏନ୍‌ଏ ଓ ସେମାନଙ୍କ ଅଭିନବ ପରିକଳ୍ପନାକୁ ଦେଖିବାକୁ ଚାହୁଁଛୁ । ବିଜେତାମାନଙ୍କୁ ସ୍ୱତନ୍ତ୍ର ମୋଟୋଜିପି ଟିକଟ୍ ଓ ହୋଣ୍ଡା ବ୍ରାଣ୍ଡ୍‌ର ମାର୍କେଣ୍ଡାଇଜ୍ ଦେଇ ଉଲ୍ଲସିତ କରିବାକୁ ଚାହୁଁଛୁ । ଏଚ୍‌ଏମ୍‌ଏସ୍‌ଆଇ କେବଳ ପୁରୁଣା ଗ୍ରାହକ ନୁହେଁ ବରଂ ରେସ୍‌ର ଉତ୍ସାହକୁ ସାରା ଦେଶରେ ପହଂଚାଇବାକୁ ଚାହୁଛି ।’’


Share It

Comments are closed.