ଜମ୍ମୁ ଓ କାଶ୍ମୀରରେ ଭାରତୀୟ ସେନାର ୯୨ ବେସ୍ ହସ୍ପିଟାଲ୍‌ରେ ସିଟି ସ୍କାନ୍ ସେଂଟର ଉଦ୍‌ଘାଟିତ


ଭୁବନେଶ୍ୱର: ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ ଅଫ୍ ଇଣ୍ଡିଆ ଲିମିଟେଡ୍‌ର ସିଏସ୍‌ଆର୍ ଶାଖା ଏନ୍‌ଏସ୍‌ଇ ଫାଉଣ୍ଡେସନ ପକ୍ଷରୁ ଜାମ୍ମୁ ଓ କାଶ୍ମୀରର ଶ୍ରୀନଗରଠାରେ ଥିବା ଭାରତୀୟ ସେନାର ୯୨ ବେସ୍ ହସ୍ପିଟାଲ୍‌ରେ ଅତ୍ୟାଧୁନିକ ସିଟି ସ୍କାନ୍ ଶାଖାକୁ ଉଦ୍‌ଘାଟନ କରାଯାଇଛି । ଲେଫଟନାଂଟ୍ ଜେନେରାଲ୍ ରାଜୀବ ଘାଇ ଓ ଏନ୍‌ଏସ୍‌ଇଆଇଏଲ୍‌ର ଏମ୍‌ଡି ଓ ସିଇଓ ଶ୍ରୀ ଆଶିଷ ଚୌହ୍ୱାନଙ୍କ ଉପସ୍ଥିତିରେ ଜାମ୍ମୁ ଓ କାଶ୍ମୀରର ଉପ ରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା ସିଟି ସ୍କାନ୍ ଶାଖାକୁ ଉଦ୍‌ଘାଟନ କରିଛନ୍ତି । ଶ୍ରୀନଗର ସ୍ଥିତ ୯୨ ବେସ୍ ହସ୍ପିଟାଲ୍ ହେଉଛି ଏକ ୫୯୮ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ଯେଉଁଠାରେ ଗୁଳି, ଆଘାତ ଆଦିର ଶିକାର ହୋଇଥିବା ରୋଗୀଙ୍କ ତ୍ୱରିତ ଚିକିତ୍ସା କରାଯାଏ । ଉପଯୁକ୍ତ ଚିକିତ୍ସା ପାଇଁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ହସ୍ପିଟାଲ୍‌ରେ ପ୍ରଭାବୀ ଓ ଭରସାଯୋଗ୍ୟ ସିଟି ସ୍କାନ୍ ମେସିନର ଆବଶ୍ୟକତା ଥିଲା । ଏଥିପାଇଁ ଜିଓ (ରିଭଲ୍ୟୁସନ ମାକ୍ସିମା) ମଡେଲ୍‌କୁ ପ୍ରଦାନ କରାଯାଇଛି ଯେଉଁଥିରେ ଏଆଇଭିତିକ ପ୍ରଯୁକ୍ତି ରହିଛି ।
ଏହି ଅବସରରେ ଜାମ୍ମୁ ଓ କାଶ୍ମୀରର ଉପ ରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା କହିଛନ୍ତି ଯେ, “ନୂଆ ଶାଖାରେ ସିଟି ସ୍କାନ୍ ମେସିନ୍ ହେଉଛି ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ଏକ ଜରୁରୀ ଆବଶ୍ୟକତା । ଏହା ରୋଗୀଙ୍କ ଚିକିତ୍ସା ପ୍ରୋଟୋକଲ୍ ଓ ଫଳାଫଳରେ ବାସ୍ତବ ଅନ୍ତର ଆଣିବ । ଏହି ହସ୍ପିଟାଲ୍‌ର ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଏନ୍‌ଏସ୍‌ଇ ଫାଉଣ୍ଡେସନ ଗ୍ରହଣ କରିଥିବା ପଦକ୍ଷେପକୁ ନେଇ ଆମେ ବହୁତ ଖୁସି ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଏବଂ ଉପତ୍ୟାକାରେ ମେଡିକାଲ୍ ସୁବିଧାରେ ଉନ୍ନତି ଆଣିବା ଲାଗି ଏନ୍‌ଏସ୍‌ଇ ଫାଉଣ୍ଡେସନ ସହ କାର୍ଯ୍ୟ କରିବାକୁ ଆମେ ଚାହିରହିଛୁ ।’’
୧୫ କର୍ପସ୍ କମାଣ୍ଡରର ଲେଫଟନାଂଟ୍ ଜେନେରାଲ୍ ରାଜୀବ ଘାଇ କହିଛନ୍ତି ଯେ, “ଏନ୍‌ଏସ୍‌ଇ ଫାଉଣ୍ଡେସନର ଏହି ପଦକ୍ଷେପ ୯୨ ବେସ୍ ହସ୍ପିଟଲ୍ ପାଇଁ ଏକ ପ୍ରମୁଖ ମାଇଲଖୁଂଟ ହେବ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାରେ ଆବଶ୍ୟକ ପ୍ରଯୁକ୍ତି ଭିତିକ ଭିତିଭୂମି ପ୍ରଦାନ କରିବ । ଭାରତୀୟ ସେନା ତରଫରୁ ଏହି ପଦକ୍ଷେପ ପାଇଁ ମୁଁ ଏନ୍‌ଏସ୍‌ଇ ଫାଉଣ୍ଡେସନକୁ ପ୍ରଶଂସା କରୁଛି । ଏହି ଉନ୍ନତ ମାନର ମେସିନ, ଏହି ଅଂଚଳର ରୋଗୀମାନଙ୍କୁ ଉନ୍ନତ ନିଦାନ ଓ ଚିକିତ୍ସା ପ୍ରଦାନ କରିବାରେ ସହାୟକ ହେବ ଯେଉଁମାନେ ଜୀବନମରଣ ସହ ସଂଘର୍ଷ କରୁଥିବା ବେଳେ ଆମ ପାଖକୁ ଆସୁଛନ୍ତି ଏବଂ ସେମାନଙ୍କୁ ତ୍ୱରିତ ଚିକିତ୍ସା ଦରକାର ।’’
ଏନ୍‌ଏସ୍‌ଇର ଏମ୍‌ଡି ଓ ସିଇଓ ଶ୍ରୀ ଆଶିଷ ଚୌହ୍ୱାନ କହିଛନ୍ତି ଯେ, “ନିଃସ୍ୱାର୍ଥପର ଭାବେ ଦେଶର ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ସେନା ବାହିନୀର ସେବା କରିବାକୁ ଏନ୍‌ଏସ୍‌ଇ ପ୍ରତିବଦ୍ଧ ରହିଛି । ଆମ ଦେଶର ସୀମାକୁ ସୁରକ୍ଷିତ ରଖିବା ଲାଗି ନିଜ ଜୀବନକୁ ବାଜିରେ ଲଗାଉଥିବା ଆମ ଯବାନମାନଙ୍କ କଲ୍ୟାଣ ପ୍ରତି ଯୋଗଦାନ ଦେବାର ସୁଯୋଗ ମିଳିଥିବାରୁ ଆମେ ଗର୍ବିତ । ଆମେ ଆଶା କରୁଛୁ ଯେ ଏହି ସହାୟତା ଜାମ୍ମୁ ଓ କାଶ୍ମୀରର ଉଭୟ ସେନା ଯବାନ ଏବଂ ସାଧାରଣ ନାଗରିକଙ୍କ ସ୍ୱାସ୍ଥ୍ୟ ସେବା ଆବଶ୍ୟକତା ପୂରଣ କରିବ ।’’


Share It

Comments are closed.