ଶରୀର ପାଇଁ କେତେ ଲାଭଦାୟକ ଜାମୁ କୋଳି, ଜାଣନ୍ତୁ ଏହାର ଉପକାରିତା


ଗ୍ରୀଷ୍ମ ଋତୁରେ ଆସୁଥିବା ଜାମୁ କୋଳି ଆପଣ ନିଶ୍ଚୟ ଖାଇଥିବେ । ଜାମୁ କୋଳିକୁ ଏକ ଗୁରୁତ୍ୱପୂର୍ଣ୍ଣ ଆୟୁର୍ବେଦିକ ଔଷଧ ବୋଲି ବିବେଚନା କରାଯାଏ । ଏହା ଏପରି ଏକ ଫଳ ଯାହା ଗ୍ରୀଷ୍ମ ଋତୁରେ ପ୍ରଚୁର ପରିମାଣରେ ମିଳିଥାଏ । ଜାମୁ କୋଳିରେ ଭିଟାମିନ୍ ବି ଏବଂ ଆଇରନ୍ ଭରପୂର ରହିଥାଏ । ଏହାକୁ ଖାଇବା ଦ୍ୱାରା କ୍ୟାନ୍ସର୍, ପାଟି ଘା’ ଏବଂ ଗ୍ରୀଷ୍ମ ଋତୁରେ ‘ଲୁ’ ହେବାର ଆଶଙ୍କା କମ୍ ରହିଥାଏ । ଚାଲନ୍ତୁ ଜାଣିବା ଏହାର ଫାଇଦା ବିଷୟରେ…

-ପେଟ ଯନ୍ତ୍ରଣା ହେବା କିମ୍ବା ଖାଦ୍ୟ ହଜମ ନହେଉଥିଲେ ଜାମୁ କୋଳି ଖାଆନ୍ତୁ । ଲିଭର୍ ସମସ୍ୟା ଥିଲେ ଜାମୁ କୋଳି ରସ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ।

-ଜାମୁ କୋଳିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ । ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ଜାମୁ କୋଳିରେ କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍, ଭିଟାମିନ୍ ମିଳିଥାଏ ।

-ଚର୍ମର ରଙ୍ଗର ଉନ୍ନତି କରିବା ପାଇଁ ଜାମୁ କୋଳି ସହାୟକ ହୋଇଥାଏ । ମଖ ବ୍ରଣର ସମସ୍ୟା ଦୁର କରିଥାଏ ।

-ମଧୁମେହ ରୋଗୀମାନଙ୍କ ପାଇଁ ଜାମୁ କୋଳି ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ଏହା ସୁଗାର୍ ଲେବଲକୁ ନିୟନ୍ତ୍ରଣ କରିଥାଏ ।


Share It

Comments are closed.