କ୍ୟାଟ୍ରିନା କୈଫ ଓ ବିକି କୌଶଲଙ୍କ ବିବାହ ପାଇଁ ‘ଟାଇଗର ୩’ ର ଶୁଟିଂ ଘୁଞ୍ଚାଇଲେ ସଲମାନ ଖାନ


କ୍ୟାଟ୍ରିନା କୈଫ ଏବଂ ବିକି କୌଶଲଙ୍କ ବିବାହ ଖବର ମଧ୍ୟରେ ସଲମାନ ଖାନ ତାଙ୍କ ଫିଲ୍ମ ‘ଟାଇଗର ୩’ ’ସୁଟିଂ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସଦ୍ୟତମ ରିପୋର୍ଟ ଅନୁଯାୟୀ, କ୍ୟାଟ୍ରିନା ଏବଂ ବିକିଙ୍କ ବିବାହକୁ ଦୃଷ୍ଟିରେ ରଖି ନଭେମ୍ବରରେ ଆରମ୍ଭ ହେବାକୁ ଥିବା ଫିଲ୍ମର ନୂତନ କାର୍ଯ୍ୟସୂଚୀକୁ ସ୍ଥଗିତ ରଖାଯାଇଛି। ରାଜସ୍ଥାନର ଏକ ବଡ ପ୍ୟାଲେସରେ ଡିସେମ୍ବରରେ ଭିକ୍କି ଏବଂ କ୍ୟାଟ୍ରିନାଙ୍କ ବିବାହ ହେବା ନେଇ କୁହାଯାଉଛି। ବର୍ତ୍ତମାନ ନିଜ ଗ୍ରାଣ୍ଡ ୱେଣ୍ଡିଂ ପାଇଁ ଦୁହେଁ କାମରୁ କିଛି ସମୟ ପାଇଁ ବ୍ରେକ ମଧ୍ୟ ନେଇଛନ୍ତି ।

ତେବେ ସଲମାନ ନିଜ କୋ-ଷ୍ଟାର କ୍ୟାଟ୍ରିନାଙ୍କ ବିବାହରେ ଯୋଗ ଦେବା ପାଇଁ ଶୁଟିଂ ଅଟକାଇ ଦେଇଥିବା ନେଇ ଚର୍ଚ୍ଚା ହେଉଛି। ଜାନୁଆରୀରେ ଶୁଟିଂକୁ ରିସିଡ୍ୟୁଲ କରାଯାଇଛି। କେବଳ ଏତିକି ନୁହେଁ ସଲମାନ ତାଙ୍କ ଘନିଷ୍ଠ ବନ୍ଧୁ ଶାହରୁଖଙ୍କ ପାଇଁ ଦୁଇଟି ଫିଲ୍ମର ଶୁଟିଂ ତାରିଖ ମଧ୍ୟ ଆଗକୁ ବଢାଇ ଦେଇଛନ୍ତି।


Share It

Comments are closed.