“ଦି କେରଳ ଷ୍ଟୋରୀ” ଫିଲ୍ମ ଟିକେଟ୍ ଦେଖାଇଲେ ମିଳିବ ମାଗଣା ଚା’ ଓ କଫି!


ଯେତିକି ବିବାଦ ସେତିକି ସମର୍ଥନ । ବ୍ୟାନ, ବିବାଦ ଓ ବିରୋଧ ମଧ୍ଯରେ ଦର୍ଶକଙ୍କ ପ୍ରସଂଶା ସାଉଁଟି ଚାଲିଛି “ଦି କେରଳ ଷ୍ଟୋରୀ” । ଅଦା ଶର୍ମା ଷ୍ଟାରର (Adah Sharma) “ଦି କେରଳ ଷ୍ଟୋରୀ”କୁ (“The Kerala Story”) ନେଇ ଗୋଟେ ପଟେ ବିବାଦ ଥମିବାର ନାଁ ନେଉ ନଥିବା ବେଳେ ଅନ୍ୟପଟେ ଫିଲ୍ମଟି କିନ୍ତୁ ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିବାରେ ଲାଗିଛି । ରିଲିଜର ୫ ଦିନ ମଧ୍ଯରେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ୫୦ କୋଟିରୁ (The kerala story Box office collection) ଅଧିକ ରୋଜଗାର କରିଛି । ତେବେ ଚର୍ଚ୍ଚା ଭିତରେ ପୁଣିଥରେ ଭିନ୍ନ ଢଙ୍ଗରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଏହି ସିନେମା । ଗୁଜୁରାଟର ଏକ ଚା ଦୋକାନୀ ଚଳଚ୍ଚିତ୍ର ଦେଖୁଥିବା ଦର୍ଶକଙ୍କୁ ଏକ ନିଆରା ଅଫର୍ ଦେଉଛନ୍ତି, ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ସୁରଟର ଜଣେ ଚା ବ୍ୟବସାୟୀ ଭେସୁ ଅଞ୍ଚଳରେ ନିଜ ‘କେସରିୟା ଟି ସପ୍’ରେ “ଦି କେରଳ ଷ୍ଟୋରୀ”ର ପୋଷ୍ଟର ଲଗାଇଛନ୍ତି। ଏହି ପୋଷ୍ଟରେ ଲେଖାଯାଇଛି ଯେ, “ଯେଉଁମାନେ ଫିଲ୍ମର ଟିକେଟ୍ ଦେଖାଇବେ ସେମାନଙ୍କୁ ଚା ଓ କଫି ମାଗଣା ଦିଆଯିବ। ଏହି ଅଫର ୧୫ ମଇ ୨୦୨୩ ପର୍ଯ୍ୟନ୍ତ ବୈଧ ଅଟେ”। ତେବେ ଗୁଜୁରାଟ ଚା ବ୍ୟବସାୟୀଙ୍କ ଏହି ପୋଷ୍ଟର ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସୂଚନା ଥାଉ କି, ରିଲିଜ ହେବା ପୂର୍ବରୁ କେରଳ ସରକାର (Kerala Government) ଏହି ସିନେମାକୁ ବ୍ୟାନ କରିବା ନେଇ ଦାବି କରିଥିଲେ । କେରଳ ମୁଖ୍ୟମନ୍ତ୍ରୀ (kerala cm Pinarayi Vijayan), ବିରୋଧୀ ଦଳ ନେତା ଓ କଂଗ୍ରେସ ପକ୍ଷରୁ ଫିଲ୍ମକୁ ମିଥ୍ୟା ପ୍ରଚାରମୂଳକ ଚଳଚ୍ଚିତ୍ର କହିବା ସହ ଏହାକୁ ବିରୋଧ କରାଯାଇଥିଲା । ଫିଲ୍ମ ଆରମ୍ଭରୁ ଏହା ଏକ କାଳ୍ପନିକ କାହାଣୀ ବୋଲି ଦର୍ଶାଯାଇଥିବାରୁ କେରଳ ହାଇକୋର୍ଟ (kerala high court) ସିନେମା ଉପରେ ବ୍ୟାନ ଲଗାଇବାକୁ ମନା କରିଥିଲେ । ପ୍ରକାଶ ଥାଉ କି, ମଇ ୫ ତାରିଖରେ ବଡ଼ ପରଦାରେ ରିଲିଜ ହେବା ଦିନ ଫିଲ୍ମଟି ପ୍ରଥମ ଦିନର ପ୍ରାୟ ୮ କୋଟି ରୋଜଗାର କରିଥିଲା । ଓପନିଂର ପ୍ରଥମ ସପ୍ତାହ ଶେଷ ସୁଦ୍ଧା ଫିଲ୍ମର କଲେକ୍ସନ ଥିଲା ୩୫ କୋଟି । ପରେ ରବିବାର ଫିଲ୍ମଟି ୧୬.୪୦ କୋଟି ଓ ସୋମବାର ୧୦.୦୭ କୋଟି ବ୍ୟବସାୟ କରିଥିଲା । ସେହିପରି ୫ମ ଦିନରେ ସିନେମାଟି ୧୧ କୋଟି ବକ୍ସ ଅଫିସ୍ କଲେକ୍ସନ୍ ୫୦ କୋଟିରୁ ଅଧିକ ରୋଜଗାର କରିବାରେ ସକ୍ଷମ ହୋଇଛି । ପ୍ରକାଶ ଥାଉ କି, ସିନେମା ରିଲିଜର ୩ ଦିନ ପରେ ପଶ୍ଚିମବଙ୍ଗ ସରକାର ଏହି ସିନେମା ଉପରେ କଟକଣା ଲଗାଇଥିଲେ । ରାଜ୍ୟରେ ଶାନ୍ତି ଭଙ୍ଗ ହେବା ଆଶଙ୍କା ଥିବାରୁ ମୁଖ୍ୟମନ୍ତ୍ରୀ (Mamata Banerjee) ଏଭଳି ନିଷ୍ପତ୍ତି ନେଇଥିଲେ । ସେପଟେ ବିଜେପି ଶାସିତ ରାଜ୍ୟରେ ଏହି ଫିଲ୍ମ ଉପରୁ ଟିକେସ ଛାଡ଼ କରିଥିବା ବେଳେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ମନଗଢା କାହାଣୀକୁ ସମର୍ଥନ କରି ବିଜେପି କେରଳକୁ ବଦନାମ କରୁଥିବା କଂଗ୍ରେସ ଅଭିଯୋଗ କରୁଥିବା ବେଳେ ଫିଲ୍ମ ଆତଙ୍କବାଦର କଥା କହୁଛି, ଏହାକୁ ଲୁଚାଇବା ପାଇଁ ଫିଲ୍ମକୁ ବ୍ୟାନ କରାଯାଇଥିବା ପାଲଟା ଅଭିଯୋଗ କରିଛି ବିଜେପି ।

ସେପଟେ “ଦି କଶ୍ମୀର ଫାଇଲ୍ସ” (The kashmir files) ପରି “ଦି କେରଳ ଷ୍ଟୋରୀ”ର ସ୍ପେଶାଲ ସ୍କ୍ରିନିଂରେ ପହଁଞ୍ଚୁଛନ୍ତି ଅନେକ ବିଜେପି ନେତା । ମଙ୍ଗଳବାର ଦିନ ସଂଧ୍ୟାରେ ଦିଲ୍ଲାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଈରାନୀ (Smriti Irani) ଓ ନାଗପୁରରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ (Devendra Fadnavis) ଏହି ସିନେମାକୁ ଦେଖିବା ସହ ଏହାକୁ ପ୍ରଶଂସା ମଧ୍ଯ କରିଛନ୍ତି । ଏହି କାହାଣୀ ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ପହଁଞ୍ଚିବା ଦରକାର ବୋଲି ଦେବେନ୍ଦ୍ର ଫଡ଼ନାଭିସ ମତ ଦେଇଛନ୍ତି । ସୂଚନାଯୋଗ୍ୟ, ସ୍ପର୍ଶକାତର ବିଷୟବସ୍ତୁ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି ସୁଦୀପ୍ତ ସେନ। ‘ଦି କେରଳ ଷ୍ଟୋରି’ କାହାଣୀ କେରଳର ତିନି ହିନ୍ଦୁ ଝିଅଙ୍କ ଉପରେ ପର୍ଯ୍ୟବେସିତ । କିପରି ସେମାନଙ୍କୁ ଚରମପନ୍ଥୀ ମାର୍ଗକୁ ଅଣାଯାଇ ଧର୍ମାନ୍ତରିତ କରିବା ପରେ ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟରେ ଭର୍ତ୍ତି କରାଯାଇଛି ତାହାକୁ ନେଇ କାହାଣୀଟି ଗତିଶୀଳ ।


Share It

Comments are closed.