ରିଲାଏନ୍ସ ଜିଓ ଓ ଗୁଗୁଲ୍ ଆଣିଲେ ନୂଆ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍‌- “ଜିଓଫୋନ୍ ନେକ୍ସଟ୍‌” , ସେପ୍ଟେମ୍ବର ୧୦ରୁ ବଜାରରେ ଉପଲବ୍ଧ ହେବ


ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୪ତମ ବାର୍ଷିକ ସାଧାରଣ ବୈଠକରେ ଅଧ୍ୟକ୍ଷ ମୁକେଶ ଅମ୍ବାନି ରିଲାଏନ୍ସ ଜିଓ ଓ ଗୁଗୁଲ୍‌ର ସହଯୋଗିତାରେ ପ୍ରସ୍ତୁତ ହୋଇଥିବା ନୂଆ ସ୍ମାର୍ଟଫୋନ୍‌- ଜିଓଫୋନ୍ ନେକ୍ସଟ୍ ବିଷୟରେ ଘୋଷଣା କରିଛନ୍ତି । ଏହି ସ୍ମାର୍ଟଫୋନ୍‌ରେ ଜିଓ ଓ ଗୁଗୁଲ୍‌ର ବିଭିନ୍ନ ବୈଶିଷ୍ଟ୍ୟ ଓ ଆପ୍‌ଗୁଡ଼ିକ ରହିଛି । ଆଣ୍ଡ୍ରଏଡ୍ ଭିତ୍ତିକ ଏହି ଫୋନ୍‌ର ଅପରେଟିଂ ସିଷ୍ଟମ୍‌କୁ ଗୁଗୁଲ୍ ଓ ଜିଓ ମିଳିତ ଭାବେ ବିକଶିତ କରିଛନ୍ତି । ମୁକେଶ ଅମ୍ବାନି ଘୋଷଣା କରିଛନ୍ତି ଯେ ନୂଆ ସ୍ମାର୍ଟଫୋନ୍‌କୁ ସାଧାରଣ ଲୋକଙ୍କ ପକେଟ୍‌କୁ ସୁହାଇବା ଭଳି ପ୍ରସ୍ତୁତ କରାଯାଇଛି । ଏହା ଅତ୍ୟନ୍ତ ସୁଲଭ ମୂଲ୍ୟରେ ଏବଂ ଆସନ୍ତା ସେପ୍ଟେମ୍ବର ୧୦ ଗଣେଶ ଚତୁର୍ଥୀରୁ ଏହା ବଜାରରେ ମିଳିବ ।

ଭାରତୀୟ ବଜାର ପାଇଁ ବିଶେଷ ଭାବେ ପ୍ରସ୍ତୁତ କରାଯାଇଥିବା ଜିଓଫୋନ୍‌-ନେକ୍ସଟ ସ୍ମାର୍ଟଫୋନ୍‌ରେ ଗ୍ରାହକମାନେ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରୁ ମଧ୍ୟ ଆପ୍ ଡାଉନ୍‌ଲୋଡ୍ କରିପାରିବେ । ସ୍ମାର୍ଟଫୋନ୍‌ରେ ଉନ୍ନତ କ୍ୟାମେରା ଓ ଆଣ୍ଡ୍ରଏଡ୍ ଅପ୍‌ଡେଟ୍ ମଧ୍ୟ ମିଳିବ । ସବୁ ପ୍ରକାର ସୁବିଧା ସୁଯୋଗ ଥିବା ଏହି ସ୍ମାର୍ଟଫୋନ୍‌କୁ ମୁକେଶ ଅମ୍ବାନି କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱର ସବୁଠୁ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ଭାବେ ଅଭିହିତ କରିଛନ୍ତି । ଗତବର୍ଷ ରିଲାଏନ୍ସ ଜିଓ ପକ୍ଷରୁ ଗୁଗୁଲ୍ ସହ ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଥିଲା ।

ଗୁଗୁଲ୍‌ର ସିଇଓ ସୁନ୍ଦର ପିଚାଇ ଏହି ନୂଆ ସ୍ମାର୍ଟଫୋନ ବିଷୟରେ କହିଛନ୍ତି ଯେ “ଭାରତୀୟମାନଙ୍କ ପାଇଁ ସୁଲଭ ମୂଲ୍ୟରେ ସେମାନଙ୍କ ନିଜ ଭାଷାରେ ସୂଚନା ପହଂଚାଇବା ପାଇଁ ଆମର ଲକ୍ଷ୍ୟ ସ୍ୱରୂପ ଆମେ ଭାରତୀୟମାନଙ୍କ ଆବଶ୍ୟକତା ଅନୁସାରେ ନୂଆ ଉତ୍ପାଦ ଓ ସେବା ପ୍ରସ୍ତୁତ କରିବା ସହିତ ବ୍ୟବସାୟଗୁଡିକୁ ଟେକ୍ନୋଲୋଜି ବଳରେ ସଶକ୍ତ କରିବାକୁ ଉଦ୍ୟମ କରୁଛୁ । ଏହି ଦିଗରେ ଆମର ଆଗାମୀ ପଦକ୍ଷେପ ସମୂହ ଗୁଗୁଲ୍ ଓ ଜିଓ ମିଳିତ ଭାବେ ପ୍ରସ୍ତୁତ କରିଥିବା ଏହି ନୂଆ ଓ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ସହିତ ଆରମ୍ଭ ହେବ । ଏହା ଭାରତ ଲାଗି ପ୍ରସ୍ତୁତ କରାଯାଇଛି ଏବଂ ଏହା ଲକ୍ଷ ଲକ୍ଷ ନୂଆ ଉପଭୋକ୍ତାଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବ ଯେଉଁମାନେ ପ୍ରଥମ ଥର ଲାଗି ଇଂଟରନେଟ୍‌ର ଅନୁଭୂତି ହାସଲ କରିବେ । ଗୁଗୁଲ୍ କ୍ଲାଉଡ୍ ଓ ଜିଓ ମଧ୍ୟରେ ଏକ ନୂଆ ୫ଜି ସହବନ୍ଧନ ଏକ ଶତ କୋଟିରୁ ଅଧିକ ଭାରତୀୟଙ୍କୁ ଇଟଂରନେଟ୍ ଦୁନିଆ ସହ ଯୋଡ଼ି ହେବାରେ ସହାୟକ ହେବ ତଥା ଭାରତର ଡିଜିଟାଲ୍‌କରଣର ପରବର୍ତୀ ପର୍ଯ୍ୟାୟ ପାଇଁ ମୂଳଦୁଆ ପକାଇବ ।’’

ଜିଓଫୋନ୍ ନେକ୍ସଟ୍ ବିଷୟରେ ଘୋଷଣା କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ “ଭାରତରେ ବାସ୍ତବରେ ଡିଜିଟାଲ୍ ସଂଯୋଗୀକରଣ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ଜିଓ । ବିଶ୍ୱର ସବୁଠାରୁ ଉଚ୍ଚକୋଟୀର ୪ଜି ନେଟ୍‌ୱର୍କ ସବୁଠାରୁ ସୁଲଭ ମୂଲ୍ରରେ ପ୍ରଦାନ କରି ଜିଓ ଡାଟା ବ୍ୟବହାର କ୍ଷେତ୍ରରେ କ୍ରାନ୍ତି ଆଣିଛି ଜିଓ ଏବଂ ରିଲାଏନ୍ସ ଜିଓ ନେଟ୍‌ୱର୍କରେ ପ୍ରତି ମାସ ୬୩୦ କୋଟି ଜିବି ଡାଟା ବ୍ୟବହାର ହେଉଛି । ଗୁଗୁଲ୍ ଓ ଜିଓ ଟିମ୍ ମିଳିତ ଭାବରେ ଏକ ଯୁଗାନ୍ତକାରୀ ସ୍ମାର୍ଟଫୋନ୍ ପ୍ରସ୍ତୁତ କରିଛନ୍ତିଯାହାକୁ ଆମେ ଜିଓଫୋନ୍ ନେକ୍ସଟ୍ ବୋଲି କହୁଛୁ । ଆଣ୍ଡ୍ରଏଡ୍ ଅପରେଟିଙ୍ଗ୍ ସିଷ୍ଟମ୍‌ର ଏକ ବର୍ଦ୍ଧିତ ଭର୍ସନ ରହିଥିବା ଏହି ଫୋନ୍ ଅତ୍ୟନ୍ତ ସୁଲଭ ମୂଲ୍ୟରେ ଉପଲବ୍ଧ ହେବା ସହିତ ଏଥିରେ ଗୁଗୁଲ୍ ଆସିଷ୍ଟାଣ୍ଟ୍‌ସ୍କ୍ରିନ୍‌ରେ ରହିଥିବା ଲେଖାର ସ୍ୱୟଂକ୍ରିୟ ଭାଷ୍ୟଭାଷା ଅନୁବାଦଅଗ୍‌ମେଂଟେଡ୍ ରିଅଲିଟି ଫିଲ୍ଟର ସହିତ ସ୍ମାର୍ଟ କ୍ୟାମେରା ଏବଂ ଆହୁରି ଅନେକ କିଛି ଅତ୍ୟାଧୁନିକ ସୁବିଧା ରହିଛି । ବିଶ୍ୱର ଏକ ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ଓ ଦେଶର ଏକ ଟେକ୍ନୋଲୋଜି ଚାମ୍ପିଅନ୍ ମଧ୍ୟରେ ସହଭାଗିତା ବଳରେ ଏକ ଯୁଗାନ୍ତକାରୀ ଉତ୍ପାଦର ପ୍ରସ୍ତୁତି ର ଏହା ପରିଚାୟକ । ଜିଓଫୋନ୍ ନେକ୍ସଟ୍ ଆସନ୍ତା ସେପ୍ଟେମ୍ବର ୧୦ଗଣେଷ ଚତୁର୍ଥୀରୁ ବଜାରରେ ଉପଲବ୍ଧ ହେବ ।

ଜିଓ-ଗୁଗୁଲ୍‌ର ଆଣ୍ଡ୍ରଏଡ୍ ଭିତ୍ତିକ ସ୍ମାର୍ଟଫୋନ୍ ଜିଓଫୋନ୍ ନେକ୍ସଟ୍ ବ୍ୟାପକ ପରିବର୍ତନ ଆଣିବ । ଯେଉଁ ୩୦ କୋଟି ଲୋକଙ୍କ ହାତରେ ଏବେବି ୨ଜି ଫୋନ୍ ରହିଛି ଏହା ସେମାନଙ୍କ ଜୀବନ ବଦଳାଇଦେବ । ହାଇ ସ୍ପିଡ୍‌ଭଲ ଅପରେଟିଂ ସିଷ୍ଟମ୍ ଓ ସୁଲଭ ମୂଲ୍ୟ ଯୋଗୁଁ ଏହି ନୂଆ ସ୍ମାର୍ଟଫୋନ୍ ଜିଓର ଗ୍ରାହକଙ୍କ ସଂଖ୍ୟା ବଢ଼ାଇବ ।


Share It

Comments are closed.