ଖସିଲା ସୁନା ଏବଂ ରୂପା ଦାମ୍, ଜାଣନ୍ତୁ ଆପଣଙ୍କ ସହରରେ କେତେ


ଷ୍ଟକ୍ ମାର୍କେଟରେ ତୀବ୍ରତାର ପ୍ରଭାବ ଶୁକ୍ରବାର ବୁଲିୟନ୍ ମାର୍କେଟରେ ମଧ୍ୟ ଦେଖିବାକୁ ମିଳିଛି । ସୁନା ଏବଂ ରୂପାର ଦାମରେ ଭାରିମାତ୍ରାରେ ହ୍ରାସ ଦେଖାଦେଇଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ(ଏମସିଏକ୍ସ)ରେ ଶୁକ୍ରବାର ସକାଳ ୧୦ଟା ୨୦ ମିନିଟ୍ ସମୟରେ ସୁନା ଦାମ୍ ୬୫୬ ଟଙ୍କା ହ୍ରାସ ପାଇ ୫୦,୮୮୭ ଟଙ୍କା ପ୍ରତି ୧୦ ଗ୍ରାମକୁ ଆସିଯାଇଛି । ଏକ୍ସଚେଞ୍ଜରେ ୪ ମାର୍ଚ୍ଚର ବାଏଦା ଦାମ୍ ୧.୨୭ ପ୍ରତିଶତର ହ୍ରାସ ନଜର ଆସୁଛି । ଗୋଟିଏ ଦିନ ପୂର୍ବରୁ ସୁନାର ଦାମ୍ ୧୬୦୦ ଟଙ୍କାର ବୃଦ୍ଧି ଦେଖିବାକୁ ମିଳିଥିଲା ।

ରୂପା ଦାମରେ ମଧ୍ୟ ୨ ପ୍ରତିଶତରୁ ଅଧିକ ହ୍ରାସ

ଏମସିଏକ୍ସରେ ରୂପାର ବାଏଦା ଦାମରେ ଆଜି ହ୍ରାସ ଦେଖିବାକୁ ମିଳିଛି । ସକାଳ ୧୦.୨୦ ମିନିଟରେ ରୂପାର ୫ ମାର୍ଚ୍ଚର ବାଏଦା ଦାମ୍ ୧୩୯୧ ଟଙ୍କା ହ୍ରାସ ପାଇ ୬୪,୬୪୦ ଟଙ୍କାକୁ ଆସିଯାଇଛି । ଗୋଟିଏ ଦିନ ପୂର୍ବରୁ ରୂପା ମଧ୍ୟ ୨ ହଜାର ଟଙ୍କାରୁ ଅଧିକ ବୃଦ୍ଧି ପାଇଥିଲା ଏବଂ ଦାମ୍ ୬୯ ହଜାର ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚି ଯାଇଥିଲା ।

ଗ୍ଲୋବାଲ୍ ମାର୍କେଟରେ ଦର ବୃଦ୍ଧି

ଆମେରିକା ସହିତ ଅନ୍ୟ ଗ୍ଲୋବାଲ୍ ମାର୍କେଟରେ ସୁନା ଏବଂ ରୂପା ଦାମରେ ବୃଦ୍ଧି ଦେଖିବାକୁ ମିଳିଛି । ଶୁକ୍ରବାର ସୁନାର ହାଜିରା ଦାମ୍ ୧୯୦୯.୬ ଡଲାର୍ ପ୍ରତି ଆଉନ୍ସ ରହିଥିଲା ଯାହାକି ଦିନେ ପୂର୍ବ ଅପେକ୍ଷା ୦.୩ ପ୍ରତିଶତ ଅଧିକ । ଏହିଭଳି ରୂପା ମଧ୍ୟ ୨୪.୩୩ ଡଲାର ପ୍ରତି ଆଉନ୍ସ ଦାମରେ ବିକ୍ରି ହେଉଥିଲା ଯାହା କି ପୂର୍ବଦିନ ତୁଳନାରେ ୦.୫ ପ୍ରତିଶତ ଅଧିକ ।


Share It

Comments are closed.