ଗୋଦରେଜ୍ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଇନ୍‌ଭେଷ୍ଟ୍ ଇନ୍ ଓମେନ୍ ଅଭିଯାନ ସହ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ


ଭୁବନେଶ୍ୱର: ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଥିବା ବେଳେ ଗୋଦରେଜ୍ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଇନଭେଷ୍ଟ୍ ଇନ୍ ଓମେନ୍ ଅଭିଯାନର ଶୁଭାରମ୍ଭ କରାଯାଇଛି ଯାହା ଏହାର ବିଭିନ୍ନ ବ୍ୟବସାୟରେ ମହିଳାଙ୍କ ଉପରେ ରୂପାନ୍ତରୀତ ପ୍ରଭାବକୁ ପ୍ରଦର୍ଶିତ କରୁଛି ।
ବିଶ୍ୱ ବିଷୟବସ୍ତୁ ଅନୁସାରେ ଗୋଦରେଜ୍ ଇଣ୍ଡଷ୍ଟ୍ରିଜ୍ ଏହାର କାର୍ଯ୍ୟାଳୟ, କାରଖାନା ଓ ଲାବୋରେଟୋରିରେ ମହିଳାମାନଙ୍କ ସଶକ୍ତୀକରଣ ପ୍ରତିବଦ୍ଧତା ଉପରେ ଆଲୋକପାତ କରୁଛି । ଏହି ଅଭିଯାନରେ ଉଭୟ ବଡ଼ ଓ ଛୋଟ ସଫଳ କାହାଣୀକୁ ଉନ୍ମୋଚନ କରାଯାଇଛି ଯାହା ହେଉଛି ଲିଙ୍ଗଗତ ସମାନତା ଲାଗି କମ୍ପାନିର ଅତୁଟ ପ୍ରତିବଦ୍ଧତାର ଫଳ । କାରଖାନାରେ ଉତ୍ପାଦନ ବୃଦ୍ଧି ସଫଳତାକୁ ଆଗକୁ ବଢ଼ାଇବାରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଉଛି । ଲାବୋରେଟୋରିଗୁଡ଼ିକ ନବସୃଜନର ହବ୍‌ରେ ପରିଣତ ହୋଇଛି । ସେଲ୍‌ସ ଫୋର୍ସ ଚମତ୍କାର ହୋଇପାରିଛି । ମହିଳାଙ୍କ ଉପରେ ନିବେଶ ଯୋଗୁଁ ଏହା ସମ୍ଭବ ହୋଇପାରିଛି ।
ଗୋଦରେଜ ଇଣ୍ଡଷ୍ଟ୍ରିଜର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତଥା ମୁଖ୍ୟ ବ୍ରାଣ୍ଡ୍ ଅଫିସର ତାନ୍ୟା ଦୁବାଶ କହିଛନ୍ତି ଯେ, “ଆମେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଥିବା ବେଳେ ନିଶ୍ଚିତ କରିବା ଯେ ମହିଳାଙ୍କ କ୍ଷେତ୍ରରେ ପୁଞ୍ଜିନିବେଶ କେବଳ ଏକ ପ୍ରତିଶ୍ରୁତି ନୁହେଁ; ଏହା ହିଁ ଆମ ସଫଳତାର ମୂଳଦୁଆ । ଆମ ସଂଗଠନରେ ମହିଳାମାନଙ୍କୁ ସଶକ୍ତ କରିବା ଉଦ୍ଭାବନକୁ ପ୍ରୋତ୍ସାହିତ କରେ, ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରେ ଏବଂ ସକାରାତ୍ମକ ପରିବର୍ତନ ଆଣିଥାଏ । ଆମେ ଦୃଢ଼ ଭାବରେ ବିଶ୍ୱାସ କରୁ ଯେ ଯେତେବେଳେ ପ୍ରତ୍ୟେକ ବ୍ୟକ୍ତିର ସାମର୍ଥ୍ୟ ଉନ୍ମୋଚିତ ହୁଏ ସେତେବେଳେ ଏକ ଉତମ ଦୁନିଆ କେବଳ ସମ୍ଭବ ନୁହେଁ, ବରଂ ଅନିବାର୍ଯ୍ୟ । ଇନଭେଷ୍ଟ ଇନ୍ ଓମେନ୍ ଅଭିଯାନ ଗୋଦରେଜ୍‌ରେ ମହିଳାଙ୍କ ଉଲ୍ଲେଖନୀୟ ଅବଦାନର ଏକ ଆନନ୍ଦଦାୟକ ଉତ୍ସବ ଭାବରେ ଉଭା ହୋଇଛି ।’’
କ୍ରିଏଟିଭଲ୍ୟାଣ୍ଡ ଏସିଆର ସହ ପ୍ରତିଷ୍ଠାତା ତଥା କ୍ରିଏଟିଭ୍ ଉପାଧ୍ୟକ୍ଷ ଅନୁ ଜୋସେଫ୍ କହିଛନ୍ତି ଯେ, “ଚଳିତ ବର୍ଷ ମହିଳା ଦିବସ ପାଇଁ ଜାତିସଂଘର ବିଷୟବସ୍ତୁ ମହିଳାଙ୍କ ଉପରେ ପୁଞ୍ଜିନିବେଶ ବିଷୟରେ ହୋଇଥିବାରୁ ଆମେ ଅନୁଭବ କରିଥିଲୁ ଯେ ଗୋଦରେଜରେ ସେମାନେ ଦଶନ୍ଧି ଧରି ଏହା କରି ଆସୁଛନ୍ତି । ବର୍ଷ ବର୍ଷ ପୂର୍ବେ ସେମାନେ ଯେଉଁ ଛୋଟ ଛୋଟ ପଦକ୍ଷେପ ନେଇଥିଲେ ତାହା ଫଳପ୍ରଦ ହେବାରେ ଲାଗିଛି । ଆମେ ଏହାକୁ ପ୍ରଦର୍ଶନ କରିବାକୁ ଚାହୁଁଥିଲୁ ଏବଂ ଏହା ସହିତ ଗୋଦରେଜ୍ ସମାନ ଭବିଷ୍ୟତ ଆଣିବା ପାଇଁ ସେମାନଙ୍କ ପ୍ରୟାସରେ ଅଟକିନଯିବାର ପ୍ରତିଶ୍ରୁତିକୁ ମଧ୍ୟ ଆଲୋକପାତ କରିବାକୁ ଚାହୁଁଥିଲୁ ।’’

YouTube Link – https://youtu.be/Yoxv6LckuWA


Share It

Comments are closed.