ଗ୍ଲୋବାଲ ମାରିଟାଇମ୍ ଇଣ୍ଡିଆ ସମିଟ୍ ୨୦୨୩ : ଦେଶର ସାମୂହିକ ନୌବାଣିଜ୍ୟ ଆକାଂକ୍ଷାକୁ ବୃଦ୍ଧି କରିବା ପାଇଁ ମଂଚ ପ୍ରସ୍ତୁତ କରିଛି ଭୁବନେଶ୍ୱର ରୋଡ୍‌ଶୋ’


ଭୁବନେଶ୍ୱର : ଗ୍ଲୋବାଲ ମାରିଟାଇମ୍ ଇଣ୍ଡିଆ ସମିଟ୍ (ଜିଏମ୍‌ଆଇଏସ୍‌) ୨୦୨୩ର ୩ୟ ସଂସ୍କରଣ ପୂର୍ବରୁ କେନ୍ଦ୍ର ବନ୍ଦର, ନୌପରିବହନ ଓ ଜଳପଥ (ଏମ୍‌ଓପିଏସ୍‌ଡବ୍ଲ୍ୟୁ) ଏବଂ ଆୟୁଷ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନ୍‌ୱାଲ ଭୁବନେଶ୍ୱରର ହୋଟେଲ୍ ମେଫେୟାର କନ୍‌ଭେନ୍‌ଶନଠାରେ ଆୟୋଜିତ ରୋଡ୍‌ଶୋ’ରେ ସ୍ୱତନ୍ତ୍ର ଅଭିଭାଷଣ ପ୍ରଦାନ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ସୋନ୍‌ୱାଲ ଉଲ୍ଲେଖ କରିଛନ୍ତି ଯେ, ଭାରତ ନୌବାଣିଜ୍ୟ କ୍ଷେତ୍ରରେ ଏକ ନୂତନ ଯୁଗର ଅଗ୍ରଭାଗରେ ରହିଛି ଏବଂ ଦେଶ ଏକ ଅନୁକୂଳ ବ୍ୟବସାୟ ପରିବେଶ ପାଇଁ ବୈଷୟିକ ଅଗ୍ରଗତି ଓ ଭିତିଭୂମି ଉନ୍ନତିକରଣ ମାଧ୍ୟମରେ ପ୍ରଗତିର ଏକ ଯାତ୍ରା ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଓ ଶିଳ୍ପନେତାମାନଙ୍କୁ ଏକତ୍ରିତ କରିଛି, ଯେଉଁମାନେ ଭାରତୀୟ ନୌବାଣିଜ୍ୟ ଶିଳ୍ପ ପାଇଁ ଏକ ସ୍ଥାୟୀ ଭବିଷ୍ୟତ ଦିଗରେ ପ୍ରମୁଖ ସୁଯୋଗ, ଉଦ୍ଭାବନ ଓ ରୋଡ୍‌ମ୍ୟାପ୍ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଶ୍ରୀଯୁକ୍ତ ସୋନ୍‌ୱାଲ ନିଜ ସ୍ୱତନ୍ତ୍ର ବାର୍ତାରେ ଗୁରୁତ୍ୱାରୋପ କରିଛନ୍ତି ଯେ, “ଏଭଳି ରୋଡ୍‌ଶୋ’ଗୁଡିକ ଭାରତୀୟ ନୌବାଣିଜ୍ୟ ଶିଳ୍ପର ପ୍ରଗତି ପାଇଁ ସଂଯୋଗ ଓ ସହଭାଗିତା ବିକଶିତ କରିବା ନେଇ ଆମର ପ୍ରତିବଦ୍ଧତାକୁ ସୁଦୃଢ କରୁଛି । ଆତ୍ମନିର୍ଭର ଭାରତ ଲକ୍ଷ୍ୟ ଏବଂ ଜିଏମ୍‌ଆଇଏସ୍ ୨୦୨୩କୁ ଅଭିବୃଦ୍ଧିକୁ ପରିଚାଳନା କରିବା ସହିତ ଆମ ସରକାରଙ୍କ ବ୍ୟାପକ ଲକ୍ଷ୍ୟଗୁଡିକୁ ସମର୍ଥନ କରିବା ପାଇଁ ଏକ କେନ୍ଦ୍ର ଭାବେ ସ୍ଥାପିତ କରିବା, ନୌବାଣିଜ୍ୟ ଉତ୍କର୍ଷତା ଦିଗରେ ଆମର ପରିବର୍ତନଶୀଳ ଯାତ୍ରା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।” ଏହାଛଡା ସେ କହିଛନ୍ତି ଯେ, ଦକ୍ଷିଣ ଏସିଆର ନୌବାଣିଜ୍ୟ ଇତିହାସର ପରବର୍ତୀ ପର୍ଯ୍ୟାୟର ନିର୍ମାଣର ନେତୃତ୍ୱ ନେଇ ଭାରତ ନୀଳ ଅର୍ଥନୀତି ପାଇଁ ଏକ ଆନ୍ତର୍ଜାତୀୟ କେନ୍ଦ୍ର ଭାବେ ନିଜର ସ୍ଥିତିକୁ ମଜଭୁତ କରୁଛି । ଏହି ରୋଡ୍‌ଶୋ’ ଏକ ଗୁରୁତ୍ୱପୂର୍ଣ୍ଣ ଆଂଚଳିକ ପ୍ରଭାବ ସୃଷ୍ଟି କରିବା ପାଇଁ ଆମର ମିଳିତ ସାଂସ୍କୃତିକ ସହଭାଗିତା ଏବଂ ଏକ ଗ୍ରୁପ୍ ଭାବେ ଆମର ସହଭାଗିତାକୁ ଆଲୋକପାତ କରିଛି ।”

ଏହି ସମ୍ମିଳନୀର ଉଦ୍ଦେଶ୍ୟ ଉପରେ ନିଜର ମତାମତ ପ୍ରକାଶ କରି ଭାରତ ସରକାରଙ୍କ ବନ୍ଦର, ନୌପରିବହନ ଓ ଜଳପଥ ମନ୍ତ୍ରୀ ଶ୍ରୀ ଶାନ୍ତନୁ ଠାକୁର କହିଛନ୍ତି ଯେ, “ଆଜିର କାର୍ଯ୍ୟକ୍ରମ ଆମ ଦେଶର ସାମଗ୍ରିକ ନୌବାଣିଜ୍ୟ ଆକାଂକ୍ଷାଗୁଡିକୁ ପ୍ରତିଫଳନ କରିବା ସହିତ ଏହି ଏକତ୍ରିତ ସାମୁଦ୍ରିକ ଯାତ୍ରାରେ ଭୁବନେଶ୍ୱରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ରେଖାଙ୍କିତ କରିଛି । ମାରିଟାଇମ୍ ଇଣ୍ଡିଆ, ୨୦୩୦ର ଉଚ୍ଚାଭିଳାଷୀ ଲକ୍ଷ୍ୟ ସହିତ ଏକ ପରିବର୍ତନଶୀଳ ଭବିଷ୍ୟତ ଦିଗକୁ ଜଳଯାତ୍ରା ପାଇଁ ପ୍ରସ୍ତୁତ ରହିଛି । ରେକର୍ଡ-ବ୍ରେକିଙ୍ଗ୍ କାର୍ଗୋ ଟ୍ରାଫିକ୍‌ଠାରୁ ଆରମ୍ଭ କରି ବନ୍ଦର କ୍ଷମତାରେ ବୃଦ୍ଧି ଓ ଆଧୁନିକ ଆଇନ୍‌ଗତ ସୁଧାର ପର୍ଯ୍ୟନ୍ତ ଭାରତର ନୌବାଣିଜ୍ୟ କ୍ଷେତ୍ର ଆନ୍ତର୍ଜାତୀୟ ଉତ୍କର୍ଷତା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି ।” ଏହି କାର୍ଯ୍ୟକ୍ରମ ଭାରତୀୟ ନୌବାଣିଜ୍ୟ କ୍ଷେତ୍ର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସୁଯୋଗଗୁଡିକ ଉପରେ ଆଲୋଚନାକୁ ତ୍ୱରାନ୍ୱିତ କରି ଶିଳ୍ପ ବିଶେଷଜ୍ଞ ଓ ସରକାରୀ ଅଧିକାରୀଙ୍କୁ ଏକତ୍ରିତ କରିଛି ।

ବନ୍ଦର, ନୌପରିବହନ ଓ ଜଳପଥ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭୁଷଣ କୁମାର କହିଛନ୍ତି, “ଆମେ ସ୍ୱୟଂଚାଳିତ ବନ୍ଦର ଓ ଟର୍ମିନାଲଗୁଡିକରେ ଏକ ବୃଦ୍ଧିର ଆକଳନ କରୁଅଛୁ କାରଣ ଆମେ ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନର୍‌ସିପ୍ (ପିପିପି) ମୋଡ୍ ଅଧିନରେ ଭବିଷ୍ୟତର ସମସ୍ତ ବିକାଶଗୁଡିକୁ ରଣନୈତିକ ଭାବେ ଏକତ୍ରିତ କରିଛୁ । ଘରୋଇ କ୍ଷେତ୍ର ସହିତ ଏହି ସହଭାଗିତା ଆମର ବନ୍ଦରଗୁଡିକର ଦକ୍ଷତା ବୃଦ୍ଧି କରିବା ସହିତ ସେମାନଙ୍କର କାର୍ଯ୍ୟଦକ୍ଷତା ଓ ଉନ୍ନତ ଉତ୍ପାଦକତା ମାନକକୁ ବୈପ୍ଳବିକ କରିବ ।’

ନିଜର ସ୍ୱାଗତ ସମ୍ବୋଧନରେ ପିପିଏ ଅଧ୍ୟକ୍ଷ, ଆଇଆର୍‌ଟିଏସ୍ ଶ୍ରୀ ପିଏଲ୍ ହରନାଧ କହିଛନ୍ତି, “ଜିଏମ୍‌ଆଇଏସ୍ ୨୦୨୩ କେବଳ ପାରାଦୀପ ବନ୍ଦର ପାଇଁ ନୁହେଁ ବରଂ ଓଡିଶାର ଅନ୍ୟାନ୍ୟ ବନ୍ଦର ଯେପରିକି ଗୋପାଳପୁର, ଧାମରା, ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗ ବନ୍ଦରଗୁଡିକ ପାଇଁ ଏକ ଉନ୍ନତ ସୁଯୋଗ ଅଟେ । ଏହି ସମସ୍ତ ବନ୍ଦରଗୁଡିକ ଓଡିଶାରେ ସମସ୍ତ ହିତାଧିକାରୀଙ୍କୁ ସୁବିଧାଜନକ ଇକୋସିଷ୍ଟମ ପ୍ରଦାନ କରିବା ଲାଗି ପରସ୍ପର ସହ ପ୍ରତିଦ୍ୱନ୍ଦିତା ନକରି ସହଭାଗିତା ଓ ସହଯୋଗ କରିବା ଉଚିତ୍ ।’

ଓଡିଶା ସରକାରଙ୍କ ଶିଳ୍ପ ବିଭାଗର ମୁଖ୍ୟ ସଚିବ ଆଇଏଏସ୍ ଶ୍ରୀ ହେମନ୍ତ ଶର୍ମା କହିଛନ୍ତି, “ଆମ ସରକାର ଆମ ଦେଶର ଶିଳ୍ପଗତ ବିକାଶ କ୍ଷେତ୍ରରେ ନୌବାଣିଜ୍ୟ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ପ୍ରଦାନ କରିବାରେ ଆଗରେ ରହିଛନ୍ତି । ଆମେ ଗ୍ଲୋବାଲ ମାରିଟାଇମ୍ ଇନ୍‌ଭେଷ୍ଟମେଂଟ୍ ସମିଟ୍ ୨୦୨୩ ପାଇଁ ପ୍ରସ୍ତୁତ ଥିବାରୁ ଆମର ନୌବାଣିଜ୍ୟ ଶିଳ୍ପଗୁଡିକ ପାଇଁ ଏହା ସୁଯୋଗଗୁଡିକର ଏକ ଜୁଆର ଅଟେ । ଆମେ ଏହି ତରଙ୍ଗକୁ ପରିଚାଳନା କରିବା, ଆମର ନୌବାଣିଜ୍ୟ ବ୍ୟବସାୟଗୁଡିକରେ ଅଭିବୃଦ୍ଧି, ନିଯୁକ୍ତି ଓ ଉଦ୍ଭାବନକୁ ତ୍ୱରାନ୍ୱିତ କରିବା ପାଇଁ ଆନ୍ତର୍ଜାତୀୟ ନିବେଶକଙ୍କୁ ଆମନ୍ତ୍ରିତ କରୁଛୁ ।”

ସେହିପରି ଓଡିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ସଚିବ ଆଇଏଏସ୍ ଶ୍ରୀମତି ଉଷା ପାଢୀ କହିଛନ୍ତି, “ଆମେ ଆମର ବିଚାର ଓ ଚିନ୍ତାଶୀଳ ପ୍ରକ୍ରିୟାଗୁଡିକୁ ଆଣିବୁ ଯାହାକୁ ସେୟାର କରାଯାଇପାରିବ ଏବଂ ମୁଁ ଏଠାରେ ନୌବାଣିଜ୍ୟ କ୍ଷେତ୍ରରେ ହିତାଧିକାରୀ ଥିବା ସମସ୍ତ ଉଦ୍ୟୋଗୀମାନଙ୍କୁ ଏହି ସମ୍ମିଳନୀର ଏକ ଅଂଶ ହେବା ପାଇଁ ଅନୁରୋଧ କରୁଛି । ଆମେ ଆଗକୁ ବଢିପାରିବା ଏବଂ ଆମେ ଲିଡର୍ ହୋଇପାରିବା ଯାହା ପାଇଁ ଆମେ ଆନ୍ତର୍ଜାତୀୟ ସ୍ତରରେ ଯୋଗ୍ୟ ଅଟୁ ।”

ଏହି କାର୍ଯ୍ୟକ୍ରମରେ ଗୋପାଳପୁର ପୋର୍ଟସ୍ ଲିମିଟେଡ୍ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଭି.ଜନାର୍ଦ୍ଧନ ରାଓ ଏବଂ ଧାମରା ପୋର୍ଟର ସିଓଓ ସଞ୍ଜୀବ କୁମାର ଗୁପ୍ତା ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ ଏବଂ ସେମାନଙ୍କର ବନ୍ଦରଗୁଡିକର ଲକ୍ଷ୍ୟ ଏବଂ ରାଜ୍ୟ ଅର୍ଥନୀତିରେ ଯୋଗଦାନ ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ । ପିପିଏର ଉପାଧ୍ୟକ୍ଷ, ଆଇଆର୍‌ଏସ୍ ଶ୍ରୀ ନୀଳାଭ୍ର ଦାସଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଓଡିଶା ସରକାରଙ୍କୁ ଜିଏମ୍‌ଆଇଏସ୍ ୨୦୨୩ ପାଇଁ ଏକ ସଫଳ ପ୍ରି-ଇଭେଂଟ୍ କର୍ଟନ ରାଇଜର୍‌ର ଆୟୋଜନ କରିବା ଲାଗି ଧନ୍ୟବାଦ ଜଣାଇଥିଲେ ଯାହା ରାଜ୍ୟର ଭିତିଭୂମି ଓ ଅର୍ଥନୀତିକୁ ବିକଶିତ କରିବାରେ ସାହାଯ୍ୟ କରିବ ।

ପାରାଦୀପ ପୋର୍ଟ ଦ୍ୱାରା ଆୟୋଜିତ ଏହି ୭ମ ରୋଡ୍‌ଶୋ’ ଗ୍ଲୋବାଲ ମାରିଟାଇମ୍ ଇଣ୍ଡିଆ ସମିଟ୍ ୨୦୨୩ ପାଇଁ ମାର୍ଗ ପ୍ରଶସ୍ଥ କରିଛି ଯାହାକି ଆସନ୍ତା ଅକ୍ଟୋବର ୧୭ରୁ ୧୯ ତାରିଖ ୨୦୨୩ ପର୍ଯ୍ୟନ୍ତ ଦିଲ୍ଲୀର ଆଇଟିପିଓ, ଭାରତ ମଣ୍ଡପମ୍‌ଠାରେ ଆୟୋଜିତ ହେବ । ଏହାପୂର୍ବରୁ ଚେନ୍ନାଇ, କୋଲ୍‌କାତା, ମାଙ୍ଗାଲୋର, ବିଶାଖାପଟ୍‌ନମ୍‌, ଗୋଆ ଓ ଗୌହାଟୀରେ ରୋଡ୍‌ଶୋ’ର ଆୟୋଜନ କରାଯାଇଥିଲା । ଜିଏମ୍‌ଆଇଏସ୍ , ସ୍ୱତନ୍ତ୍ର ଶିଳ୍ପ ସହଯୋଗୀ ଭାବେ ଏଫ୍‌ଆଇସିସିଆଇ ସହିତ ‘କନେକ୍ଟ, କୋଲାବରେଟ୍ ଆଣ୍ଡ୍ କ୍ରିଏଟ୍‌’ ବିଷୟବସ୍ତୁ ଅଧିନରେ ସଂଯୋଗ ସୃଷ୍ଟି କରିବା, ସହଭାଗିତା ବୃଦ୍ଧି କରିବା ଓ ଉଦ୍ଭାବନକୁ ପ୍ରେରିତ କରିବାକୁ ଲକ୍ଷ୍ୟ ରଖିଛି ।


Share It

Comments are closed.