ହାତ ଛାଡି ବିଜେଡିରେ ମିଶିଲେ କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀ


ବିଜେଡିରେ ମିଶିଲେ କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ନବରଙ୍ଗପୁରରେ ଆୟୋଜିତ ଏକ ସ୍ଵତନ୍ତ୍ର ସମାରୋହରେ ହଜାର ହଜାର ସମର୍ଥକଙ୍କୁ ନେଇ ପ୍ରଦୀପ ମାଝୀ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ରମେଶ ମାଝୀଙ୍କ ଉପସ୍ଥିତିରେ ସେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।

କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବିଜେଡି ଇନିଂସ୍‌ ଆଜିଠାରୁ ଆରମ୍ଭ ହୋଇଛି। ବିଧିବଦ୍ଧ ଭାବେ ସେ ଦଳରେ ଯୋଗଦେଇ ଶଙ୍ଖ ଫୁଙ୍କିଛନ୍ତି । ତାଙ୍କ ସହିତ ନବରଙ୍ଗପୁର ଲୋକସଭା ନିର୍ବାଚନମଣ୍ଡଳୀର ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ୩ ଶହ ଆଗଧାଡିର କଂଗ୍ରେସ କର୍ମୀ, ୨୫୦୦ଜଣ ସାଧାରଣ କର୍ମୀ ଏବଂ ୭ ହଜାର ତୃଣମୂଳକର୍ମୀ ବିଜେଡିରେ ଯୋଗଦେଇଛନ୍ତି ।

କିଛି ଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ପ୍ରଦୀପ ମାଝୀ। କଂଗ୍ରେସରେ ଜନସେବାର ସୁଯୋଗ ନଥିବା କହି ସେ ଦଳରୁ ଇସ୍ତଫା ଦେଇଥିଲେ। ବିଜେଡିରେ ରହି ପଛୁଆ ଅଞ୍ଚଳର ବିକାଶ ପାଇଁ କାମ କରିବୁ ବୋଲି ସେ କହିଥିଲେ।


Share It

Comments are closed.