ରିଲାକ୍ସୋ ଫୁଟ୍‌ୱେୟାର ଲିଃର ଫ୍ଲାଇଟ୍ ପକ୍ଷରୁ ୨୦୨୪ ପାଇଁ ଏହାର ସ୍ପ୍ରିଙ୍ଗ୍ ସମର କଲେକ୍ସନ ଉନ୍ମୋଚିତ


ଭୁବନେଶ୍ୱର: ଅଗ୍ରଣୀ ଫୁଟ୍‌ୱେୟାର ନିର୍ମାତା, ରିଲାକ୍ସୋ ଫୁଟ୍‌ୱେୟାର୍‌ସ ଲିମିଟେଡର ମାଲିକାନାରେ ଥିବା ଏକ ସୁପରିଚିତ ବ୍ରାଣ୍ଡ୍ ଫ୍ଲାଇଟ୍ ପକ୍ଷରୁ ଏହାର ବହୁପ୍ରତିକ୍ଷୀତ ସ୍ପ୍ରିଙ୍ଗ୍‌-ସମର ୨୦୨୪ (ଏସ୍‌ଏସ୍‌’୨୪) କଲେକ୍ସନ ଶୁଭାରମ୍ଭ କରାଯାଇଛି । ଏହି ନୂଆ ରେଞ୍ଜରେ ୧୦୦ରୁ ଅଧିକ ସତେଜ ନୂଆ ଡିଜାଇନର ଏକ ଶୃଙ୍ଖଳା ସାମିଲ ରହିଛି । ଫ୍ଲାଇଟ୍‌ର ବିସ୍ତୃତ ଶୃଙ୍ଖଳାର ଜୋତାଗୁଡିକୁ ଉଭୟ ପୁରୁଷ ଓ ମହିଳାମାନଙ୍କ ଗତିଶୀଳ ଜୀବନଶୈଳୀର ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଜାଇନ କରାଯାଇଛି । ଗୁଣବତା, ଆରାମ ଓ ସୁଲଭତା ଉପରେ ଏହାର ଗୁରୁତ୍ୱ ପାଇଁ ସୁପରିଚିତ ଫ୍ଲାଇଟ୍ ଉପଭୋକ୍ତାଙ୍କ ମଧ୍ୟରେ ପସନ୍ଦର ବ୍ରାଣ୍ଡ ଭାବେ ଜାରି ରହିଛି, ଯାହା ସେମାନଙ୍କ ଜୀବନଶୈଳୀ ଆବଶ୍ୟକତା ଓ ପସନ୍ଦଗୁଡିକୁ ପ୍ରତିଫଳନ କରୁଛି । ଗ୍ରାହକମାନେ ରିଲାକ୍ସୋର ନିକଟସ୍ଥ ରିଟେଲ ଆଉଟ୍‌ଲେଟ୍‌କୁ ପରିଦର୍ଶନ କରି କିମ୍ବା ସମଗ୍ର କଲେକ୍ସନକୁ ଅନ୍‌ଲାଇନ୍‌ରେ ଙ୍ଗଙ୍ଗଙ୍ଗ.କ୍ସରକ୍ଷବଙ୍ଘକ୍ଟଲକ୍ଟକ୍ଟଗ୍ଧଙ୍ଗରବକ୍ସ.ମକ୍ଟଜ୍ଞରେ ଏକ୍ସପ୍ଲୋର କରି ଏହାର ବିସ୍ତୃତ ଶୃଙ୍ଖଳାର ଆରାମଦାୟକ ଓ ଷ୍ଟାଇଲିଶ ଫୁଟ୍‌ୱେୟାରଗୁଡିକୁ ଅନ୍ୱେଷଣ କରିପାରିବେ ।
ଏହି ନୂଆ କଲେକ୍ସନ ସମ୍ପର୍କରେ ରିଲାକ୍ସୋ ଫୁଟ୍‌ୱେୟାର୍‌ସ ଲିମିଟେଡର କାର୍ଯ୍ୟକାରୀ ନିର୍ଦ୍ଦେଶକ ଗୌରମ ଦୁଆ କହିଛନ୍ତି, “ ଆମେ ଫ୍ଲାଇଟ୍‌ର ନୂଆ ସ୍ପ୍ରିଙ୍ଗ୍‌-ସମର’୨୪ କଲେକ୍ସନ ଶୁଭାରମ୍ଭକରି ଖୁବ୍ ଉତ୍ସାହିତ ଅଛୁ, ଯାହା ଏହାର କୁଲ୍ ଭାଇବ୍‌, ଗୁଣାତ୍ମକ କାରିଗରୀ ଓ ଅତୁଳନୀୟ ମୂଲ୍ୟ ସହିତ ଆଗାମୀ ଋତୁ ପାଇଁ ଟୋନ୍ ସେଟ୍ କରିଛି । ଆମେ ସବୁବେଳେ ଆମର ଗ୍ରାହକଙ୍କୁ ବିକଳ୍ପଗୁଡିକର ଏକ ଆନନ୍ଦଦାୟକ ଶୃଙ୍ଖଳା ପ୍ରଦାନ କରିବାରେ ବିଶ୍ୱାସ ରଖିଥାଉ ଯାହା କେବଳ ଷ୍ଟାଇଲ୍‌ର ପ୍ରଦର୍ଶନ କରିନଥାଏ ବରଂ ଟ୍ରେଣ୍ଡି ମଧ୍ୟ ହୋଇଥାଏ । ବ୍ୟାପକ ଓ ସମାବେଶୀ ହେବା ପାଇଁ ଡିଜାଇନ କରାଯାଇଥିବା ଏହି କଲେକ୍ସନ ପରିବାରର ସମସ୍ତ ସଦସ୍ୟଙ୍କ ଆବଶ୍ୟକତା ପୂରଣ କରୁଛି, ପ୍ରତ୍ୟେକ ବ୍ୟକ୍ତି ଯେପରି ଷ୍ଟାଇଲରେ ଆତ୍ମବିଶ୍ୱାସର ସହ ଘରୁ ବାହାରିବେ ତାହା ସୁନିଶ୍ଚିତ କରୁଛି ।”


Share It

Comments are closed.