ପ୍ରତ୍ୟେକ ବଜେଟ୍ ଓ ଷ୍ଟାଇଲ ପାଇଁ ବାଛନ୍ତୁ ଫ୍ଲିପ୍‌କାର୍ଟ ଅଡିଓ


ଭୁବନେଶ୍ୱର: ଫ୍ଲିପକାର୍ଟରେ ନୋ-କଷ୍ଟ ଇଏମ୍‌ଆଇ ବିକଳ୍ପ ଓ ସ୍ୱତନ୍ତ୍ର ଅଫର୍ ସମେତ ଅତୁଳନୀୟ ମୂଲ୍ୟ ଓ ଡିଲ୍ ସହିତ ପ୍ରମୁଖ ବ୍ରାଣ୍ଡ୍‌ଗୁଡିକରୁ ଅଡିଓ ପ୍ରଡକ୍ଟଗୁଡିକର ଏକ ବିସ୍ତୃତ ଚୟନ ଉପଲବ୍ଧ ରହିଛି । ଏହି ସିଲେକ୍ସନରେ ନିଜର ଉପଯୁକ୍ତ ଅଡିଓ ସାଥୀ ଆବିଷ୍କାର କରନ୍ତୁ, ସବୁକିଛି ଆପଣଙ୍କ ବଜେଟ୍‌ରେ କେବଳ ଫ୍ଲିପ୍‌କାର୍ଟରେ ଉପଲବ୍ଧ ହେଉଛି । ମ୍ୟୁଜିକ ଓ କଲ୍‌ଗୁଡିକ ପାଇଁ ଯଦି ଆପଣ ଉପଯୁକ୍ତ ଉତ୍ପାଦର ସନ୍ଧାନ କରୁଛନ୍ତି ତେବେ ରିଅଲ୍‌ମି ଏୟାର ୫, ୱାନ୍‌ପ୍ଲସ୍ ନର୍ଡ ବଡ୍‌ସ ୨ ଓ ସିଏମ୍‌ଏଫ୍ ବାଏ ନଥିଙ୍ଗ ବଡ୍‌ସଗୁଡିକ ଉପଯୁକ୍ତ ପସନ୍ଦ ଅଟନ୍ତି । ଏହି ସମସ୍ତ ବଡ୍‌ସଗୁଡିକରେ ବାହାରର ବିଭ୍ରାନ୍ତକୁ ରୋକିବା ପାଇଁ ନଏଜ୍ କ୍ୟାନ୍ସେଲେଶନ ଟେକ୍ନୋଲୋଜି ରହିଛି ଯଥା ରିଅଲ୍‌ମି ଏୟାର ୫ରେ ସର୍ବାଧିକ ୫୦ଡିବି, ସିଏମ୍‌ଏଫ୍ ବାଏ ନଥିଙ୍ଗରେ ୪୨ଡିବି ଓ ୱାନ୍‌ପ୍ଲସ୍ ନର୍ଡ ବଡ୍‌ସ ୨ରେ ୨୫ ଡିବିର ନଏଜ କ୍ୟାନ୍ସେଲେଶନ ରହିଛି । ସେହିପରି ଏଗୁଡିକର ବ୍ୟାଟେରୀ ଲାଇଫ୍ ମଧ୍ୟ ଉନ୍ନତ ରହିଛି । ରିଅଲ୍‌ମି ଏୟାର ୫ ୩୮ ଘଂଟାର, ସିଏମ୍‌ଏଫ୍ ବାଏ ନଥିଙ୍ଗ ୩୫.୫ ଘଂଟାର ଓ ୱାନ୍‌ପ୍ଲସ୍ ନର୍ଡ ବଡ୍‌ସ ୨ ୩୬ ଘଂଟାର ବ୍ୟାଟେରୀ ଲାଇଫ୍ ପ୍ରଦାନ କରୁଛି । ଏହାବ୍ୟତୀତ ରିଅଲ୍‌ମି ଏୟାର ୫ରେ ନିମଜ୍ଜିତ ଅଡିଓର ଅତିରିକ୍ତ ଡୋଜ୍ ପାଇଁ ଡଲ୍‌ବି ଅଟ୍‌ମୋସ ରହିଛି । ରିଅଲ୍‌ମି ଏୟାର ୫କୁ ଫ୍ଲିପ୍‌କାର୍ଟରେ ଟଙ୍କା.୨,୯୯୯ରେ, ସେହିପରି ୱାନ୍‌ପ୍ଲସ୍ ନର୍ଡ ବଡ୍‌ସ ୨ ଟଙ୍କା.୨,୪୯୯ ରେ ଏବଂ ସିଏମ୍‌ଏଫ୍ ବାଏ ନଥିଙ୍ଗ ବଡ୍‌ସ ୪୨ ଡିବି ଆକ୍ଟିଭ୍ ନଏଜ କ୍ୟାନ୍ସେଲେଶନ ଟଙ୍କା.୧,୯୯୯ରେ ଉପଲବ୍ଧ ହେଉଛି ।
ବୋଟ୍ ଏୟାରଡୋପ୍‌ସ ୨୦୦ ପ୍ଲସ୍ ଓ ବୋଲ୍ଟ ଜେଡ୍‌୪୦ ପ୍ରୋ ସହିତ ବାଧାମୁକ୍ତ ମନୋରଞ୍ଜନର ଅନୁଭୂତି ପାଆନ୍ତୁ । ଏଗୁଡିକ ୧୦୦ ଘଂଟାର ଆକର୍ଷଣୀୟ ପ୍ଲେବ୍ୟାକ୍ ସହିତ ଆସୁଥିବା ବେଳେ ଏହା ଗେମିଂ ସେଶନ, ମୁଭି ବିଞ୍ଜ କିମ୍ବା ଯାତ୍ରା ସମୟରେ ଅସୀମ ପ୍ଲେଲିଷ୍ଟ ପାଇଁ ଉପଯୁକ୍ତ ଅଟେ । ଏଥିରେ ଉତ୍କୃଷ୍ଟ ନଏଜ କ୍ୟାନ୍ସେଲେଶନ ପାଇଁ ଏକ କ୍ୱାଡ୍ ମାଇକ୍ ସହିତ ଜେନ୍ ଟେକ୍ନୋଲୋଜି ରହିଥିବା ବେଳେ ଏହାର ୟୁଏସ୍‌ବି-ସି ଚାର୍ଜିଂ କେବଳ ୧୦ ମିନିଟ୍‌ର ଚାର୍ଜରୁ ୧୨୦ ମିନିଟ୍‌ର ପ୍ଲେଟାଇମ୍ ପ୍ରଦାନ କରିଥାଏ । ବୋଟ୍ ଏୟାରଡୋପ୍‌ସ ୨୦୦ ପ୍ଲସ୍‌କୁ ଫ୍ଲିପ୍‌କାର୍ଟରେ ଟଙ୍କା.୯୯୯ରେ ଏବଂ ବୋଲ୍ଟ ଜେଡ୍‌୪୦ ପ୍ରୋକୁ ଟଙ୍କା.୧,୩୯୯ରେ କ୍ରୟ କରାଯାଇପାରିବ ।
ମୋଟୋ ବଡ୍‌ସ+ ଏବଂ ଏଲ୍‌ଡିଏସି ଓ ଏଲ୍‌ଏଚ୍‌ଡିସି ସହ ନଥିଙ୍ଗ ଇୟର ୨୪-ବିଟ୍ ହାଇ-ରେସ୍ ଅଡିଓକୁ ଆସିଛି । ଉଭୟ ଡିଭାଇସ୍ ଆକ୍ଟିଭ ନଏଜ୍ କ୍ୟାନ୍ସେଲେଶନ ପ୍ରଦାନ କରୁଛନ୍ତି, ମୋଟୋ ବଡ୍‌ସ+ ୪୬ ଡିବି ପର୍ଯ୍ୟନ୍ତ ଓ ନଥିଙ୍ଗ ଇୟର ୪୫ ଡିବି ପର୍ଯ୍ୟନ୍ତ ପହଂଚୁଛି । ଫ୍ଲିପ୍‌କାର୍ଟରେ ମୋଟୋ ବଡ୍‌ସ+ କୁ ଟଙ୍କା.୯,୯୯୯ ରେ ଏବଂ ନଥିଙ୍ଗ ଇୟରକୁ ଟଙ୍କା.୧୧,୯୯୯ ରେ କ୍ରୟ କରାଯାଇପାରିବ । ବୋଟ୍ ଇମ୍‌ମୋର୍ଟାଲ ୧୩୧ ଓ ବୋଲ୍ଟ ଆଷ୍ଟ୍ରା ସହିତ ଗେମରମାନେ ଅଡିଓ ଲ୍ୟାଗ୍‌କୁ ଦୂର କରିପାରିବେ ଏବଂ ବାଧାମୁକ୍ତ ଗେମ୍‌ପ୍ଲେ ପ୍ରଦାନ କରୁଥିବା ଏହି ଲୋ-ଲାଟେନ୍‌ସି ଇୟରବଡ୍‌ସଗୁଡିକ ସହ ପ୍ରତିଯୋଗିତାରେ ପ୍ରାଧାନ୍ୟ ବିସ୍ତାର କରିପାରିବେ । ବୋଟ୍ ଇମ୍‌ମୋର୍ଟାଲ ୧୩୧ ଏକ ଚମତ୍କାର ୪୦ଏମ୍‌ଏସ୍ ଅଲ୍‌ଟ୍ରା-ଲୋ ଲାଟେନ୍ସି ପ୍ରଦାନ କରୁଛି । ଏହାର ୪୦ ଘଂଟାର ପ୍ଲେଟାଇମ ବାଧାହୀନ ଗେମିଂ ସେଶନ ସୁନିଶ୍ଚିତ କରୁଛି ଏବଂ ଏଏସ୍‌ଏପି ଚାର୍ଜ ଫିଚର ୬୦ ମିନିଟ୍‌ର ଏକ ଅତିରିକ୍ତ ପ୍ଲେ ପାଇଁ ୧୦ ମିନିଟ୍‌ର ଚାର୍ଜିଂ ପ୍ରଦାନ କରୁଛି । ବୋଲ୍ଟ ଆଷ୍ଟ୍ରାରେ ୪୫ ଏମ୍‌ଏସ୍‌ର ଅଲ୍‌ଟ୍ରା-ଲୋ ଲାଟେନ୍ସି ଅନୁଭୂତି ରହିଛି, ଯାହା ଶକ୍ତିଶାଳୀ ବାସ୍ ପାଇଁ ବୁମ୍‌ଏକ୍ସ ଟେକ୍ ଦ୍ୱାରା ଉନ୍ନତ ହୋଇଛି । ଏଥିରେ ସ୍ପଷ୍ଟ ଭଏସ୍ ଚାଟ୍ ପାଇଁ ଜେନ୍ କ୍ୱାଡ୍ ମାଇକ୍ ଇଏନ୍‌ସି ଓ ଏକ ଦ୍ରୁତ ଚାର୍ଜିଂ କ୍ଷମତା ରହିଛି ଯାହା କେବଳ ୧୦ ମିନିଟ୍‌ର ଚାର୍ଜରେ ୧୦୦ ମିନିଟ୍‌ର ପ୍ଲେଟାଇମ୍ ପ୍ରଦାନ କରୁଛି । ଫ୍ଲିପ୍‌କାର୍ଟରେ ବୋଟ୍ ଇମ୍‌ମୋର୍ଟାଲ ୧୩୧କୁ ଟଙ୍କା.୧,୪୯୯ରେ ଏବଂ ବୋଲ୍ଟ ଆଷ୍ଟ୍ରାକୁ ଟଙ୍କା.୧,୪୯୯ରେ କ୍ରୟ କରାଯାଇପାରିବ ।


Share It

Comments are closed.