ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିଲ୍ଡିଂରେ ଲାଗିଲା ନିଆଁ


ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିଲ୍ଡିଂରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଅଭିନେତ୍ରୀଙ୍କ ବିଲ୍ଡିଂରୁ ଧୂଆଁ ଉପରକୁ ଉଠୁଥିବା ଦେଖିବାକୁ ମିଳିଛି।

ସୂଚନାନୁସାରେ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ବାନ୍ଦ୍ରା ୱେଷ୍ଟ ସ୍ଥିତ ପାଲି ହିଲ୍ର ନାଭ୍ରୋଜ ହିଲ୍ ସୋସାଇଟିରେ ଥିବା ଘରେ ନିଆଁ ଲାଗିଯାଇଛି। ନିଆଁ ଲାଗିବା ମାତ୍ରେ ଚାରିଟି ଅଗ୍ନି ଟେଣ୍ଡର, ତିନୋଟି ଜମ୍ବୁ ଟ୍ୟାଙ୍କର୍ ଏବଂ ଏକ ବ୍ରିଦିଂ ଭ୍ୟାନ ଘଟଣା ସ୍ଥଳରେ ପହଞ୍ଚିଛି। ତେବେ ଏପର୍ଯ୍ୟନ୍ତ କେହି ଆହତ ହେବାର ଖବର ଆସିନାହିଁ। ସ୍ଥାନୀୟ ଲୋକ କହିଛନ୍ତି ଯେ କୋଠାର ୧୫ ତମ ମହଲାରେ ଥିବା ରୋଷେଇ ଘରେ ନିଆଁ ଲାଗିଯାଇଥିଲା, ଯେଉଁଠି ଅଭିନେତ୍ରୀ ଜ୍ୟାକଲିନ୍ ରହନ୍ତି। ମାତ୍ର ଏହି ଅଗ୍ନିକାଣ୍ଡ ଜ୍ୟାକଲିନଙ୍କ ତଳ ଫ୍ଲୋର ଅର୍ଥାତ ୧୪ତମ ଫ୍ଲୋରରେ ଲାଗିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ ଏହି ବିଲ୍ଡିଂରେ ବିଳାସପୂର୍ଣ୍ଣ 5 BHK ଫ୍ଲାଟରେ ରୁହନ୍ତି। ତେବେ ରାତି ପ୍ରାୟ ୮ ଟା ସମୟରେ ନର୍ଗିସ୍ ଦତ୍ତ ରୋଡରେ ଅବସ୍ଥିତ ଏକ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟିଥିଲା। ଖବର ଅନୁଯାୟୀ, ନାଭ୍ରୋଜ ହିଲ ସୋସାଇଟିର ୧୪ ତମ ମହଲାରେ ନିଆଁ ଏକ କୋଠରୀରେ ପହଞ୍ଚିଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ କୌଣସି କ୍ଷୟକ୍ଷତିର ଖବର ଆସିନାହିଁ। ଜ୍ୟାକଲିନ ଗତ ବର୍ଷ ମୁମ୍ବାଇର ବାନ୍ଦ୍ରା ୱେଷ୍ଟର ପାଲି ହିଲର ବିଳାସପୂର୍ଣ୍ଣ ଅଞ୍ଚଳରେ ଏହି ଫ୍ଲାଟଟି କିଣିଥିଲେ। ଏହି ବିଲ୍ଡିଂରେ ସୁଟ୍, ପେଣ୍ଟହାଉସ୍, ସ୍କାଏ ଭିଲ୍ଲା ରହିଛି।

ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ଆଗାମୀ ଫିଲ୍ମରେ ଆକ୍ସନ୍ ଷ୍ଟାର୍ ଜାନ୍-କ୍ଲୋଡ୍ ୱାନ୍ ଡ୍ୟାମଙ୍କ ସହ ନଜର ଆସିବେ | ସେ ଏହି ଚଳଚ୍ଚିତ୍ର ମାଧ୍ୟମରେ ହଲିଉଡରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ଅଛନ୍ତି। ସେ ଇଟାଲୀର ଆକ୍ସନ୍ ଷ୍ଟାରଙ୍କ ସହ ଫିଲ୍ମର ସୁଟିଂ ଶେଷ କରିଛନ୍ତି। ଏହା ବ୍ୟତୀତ ଅକ୍ଷୟ କୁମାରଙ୍କ ଫିଲ୍ମ ‘ୱେଲକମ୍ ଟୁ ଜଙ୍ଗଲ’ରେ ମଧ୍ୟ ତାଙ୍କୁ ଦେଖିବାକୁ ପାଇବେ ଦର୍ଶକ।


Share It

Comments are closed.