ରାଜ୍ୟ ଯୋଜନାରେ ପାନବରଜ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ



ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ରାଜ୍ୟର ପାନ ବରଜ ଚାଷୀଙ୍କ ବର୍ତ୍ତମାନର ପାନ ବରଜର ପରିଚାଳନା ପାଇଁ ପ୍ରତି ୟୁନିଟ ପିଛା ୨୫୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି। ଏହି ସହାୟତା ରାଶି ପ୍ରତି ଚାଷୀଙ୍କୁ ଦୁଇଟି ୟୁନିଟ ପାଇଁ ପ୍ରଦାନ କରାଯାଉଛି। ଏଥି ସହିତ ନୂତନ ପାନବରଜ ନିର୍ମାଣ ପାଇଁ ଅନ୍ଯୁନ ୨୦୦ ବର୍ଗ ମିଟର ୟୁନିଟ ପିଛା ୨୦୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଉଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ପାନବରଜ ଚାଷୀଙ୍କୁ ଏହି ସହାୟତା ରାଶି ଯୋଗାଇ ଦିଆଯାଉଛି।
ଏଥି ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ପାନ ଚାଷ ନିମନ୍ତେ ପାନ ଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡ ମାଧ୍ୟମରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଫସଲ ଋଣ ଯୋଗାଇ ଦିଆଯାଉଛି। ସୂଚନାଯୋଗ୍ୟ ଯେ ସରକାରଙ୍କ ସେଣ୍ଟ୍ରାଲ ବୋର୍ଡ ଅଫ ଇନଡାଇରେକ୍ଟ ଟ୍ଯାକ୍ସେସ ଆଣ୍ଡ କଷ୍ଟମସର ବିଜ୍ଞପ୍ତି ଏବଂ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ଅନୁରୂପ ବିଜ୍ଞପ୍ତି ଅନୁଯାୟୀ ପାନପତ୍ର ଉପରେ ଜିଏସଟି ଛାଡ କରାଯାଇଛି।


Share It

Comments are closed.