ଫେଡ୍‌ବ୍ୟାଙ୍କ ପକ୍ଷରୁ ୨୨ ଆଙ୍କର ନିବେଶକଙ୍କଠାରୁ ୩୨୪.୬୭ କୋଟି ଟଙ୍କାର ପାଣ୍ଠି ହାସଲ


ଭୁବନେଶ୍ୱର: ଫେଡବ୍ୟାଙ୍କ ଫାଇନାନ୍ସିଆଲ ସର୍ଭିସେସ୍ ଲିମିଟେଡ୍ ପକ୍ଷରୁ ୨୨ ଆଙ୍କର ନିବେଶକଙ୍କୁ ୨୩,୧୯୧,୩୭୪ ଇକ୍ୱିଟି ସେୟାର ଆବଂଟନ କରାଯିବା ସହ କଂପାନି ଏହାର ପ୍ରସ୍ତାବିତ ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ପୂର୍ବରୁ ସେୟାର ପିଛା ୧୪୦ ଟଙ୍କା ଅନୁସାରେ ସେମାନଙ୍କଠାରୁ ୩୨୪.୬୭ କୋଟି ଟଙ୍କା ହାସଲ କରିଛି ।
ସେୟାର ଆବଂଟନ କରାଯାଇଥିବା ଆଙ୍କର ନିବେଶକଗୁଡ଼ିକ ହେଉଛି ନିପନ ଲାଇଫ୍ ଇଣ୍ଡିଆ ଟ୍ରଷ୍ଟି, ଏସ୍‌ବିଆଇ ଲାଇଫ୍ ଇନସ୍ୟୁରାନ୍ସ କଂପାନି, ଏଚ୍‌ଡିଏଫ୍‌ସି ମ୍ୟୁଚୁଆଲ୍ ଫଣ୍ଡ୍‌, ଏଚ୍‌ଡିଏଫ୍‌ସି ଲାଇଫ୍ ଇନ୍‌ସ୍ୟୁରାନ୍ସ କଂପାନି ଲିମିଟେଡ୍‌, ବନ୍ଧନ ଇମର୍ଜିଂ ବିଜନେସ୍ ଫଣ୍ଡ୍‌, ସୋସେଇଟି ଜେନେରାଲ-ଓଡିଆଇ, କୋଟାକ ମହିନ୍ଦ୍ରା ଲାଇଫ୍ ଇନ୍‌ସ୍ୟୁରାନ୍ସ କଂପାନି, ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସ କଂପାନି, ବଜାଜ ଆଲିଆଂଜ୍ ଲାଇଫ୍ ଇନ୍‌ସ୍ୟୁରାନ୍ସ କଂପାନି, ନାଟିକ୍ସିସ୍ ଇଟଂରନ୍ୟାସନାଲ୍ ଫଣ୍ଡ୍‌, କାନାରା ଏଚ୍‌ଏସ୍‌ବିସି ଲାଇଫ୍ ଇନ୍‌ସ୍ୟୁରାନ୍ସ କଂପାନି, ମାର୍ଶଲ ୱେସ୍ ଇନଭେଷ୍ଟମେଂଟ୍ ଷ୍ଟ୍ରାଟେଜିସ ୟୁରେକା ଫଣ୍ଡ୍‌, ଏଡେଲ୍‌ୱାଇସ୍ ଟ୍ରଷ୍ଟିସିପ୍‌, ବିସିଏଡି ଫଣ୍ଡ୍‌, ଇଂଟିଗ୍ରେଟେଡ୍ କୋର୍ ଷ୍ଟ୍ରାଟେଜିସ (ଏସିଆ) ପିଟିଇ, ସେଗାଟିଂ ଇଣ୍ଡିଆ ମରିସସ୍‌, ଗୋଲ୍ଡମ୍ୟାନ୍ ସଚ୍‌ସ (ସିଙ୍ଗାପୁର) ପିଟିଇ, ଇଣ୍ଡିଆ ମ୍ୟାକ୍ସ ଇନଭେଷ୍ଟମେଂଟ୍ ଫଣ୍ଡ୍‌, କୋପଥାଲ ମରିସସ୍ ଇନଭେଷ୍ଟମେଂଟ୍ ଲିମିଟେଡ୍‌, ୟୁନିଭର୍ସାଲ ସୋମ୍ପୋ ଜେନେରାଲ ଇନସ୍ୟୁରାନ୍ସ କଂପାନି, ସିଟିଗ୍ରୁପ୍ ଗ୍ଲୋବାଲ୍ ମାର୍କେଟସ୍ ମରିସସ୍ ଓ ଏଡେଲୱାଇସ୍ ଟ୍ରଷ୍ଟିସିପ୍ ।
ଆଙ୍କର ନିବେଶକମାନଙ୍କୁ ଆବଂଟନ କରାଯାଇଥିବା ୨,୩୧,୯୧,୩୭୪ ଇକ୍ୱିଟି ସେୟାର ମଧ୍ୟରୁ ମୋଟ ପାଂଚଟି ସ୍କିମ୍‌ରେ ଆବେଦନ କରିଥିବା ଚାରିଟି ସ୍ଥାନୀୟ ମ୍ୟୁଚୁଆଲ୍ ଫଣ୍ଡକୁ ୬,୬୪୨,୮୮୧ ଇକ୍ୱିଟି ସେୟାର କରିଛି । ସେଗୁଡ଼ିକ ହେଉଛି ନିପନ୍ ଲାଇଫ୍ ଇଣ୍ଡିଆ ଟ୍ରଷ୍ଟି ଲିମିଟେଡ୍‌, ଏଚ୍‌ଡିଏଫ୍‌ସି ମ୍ୟୁଚୁଆଲ୍ ଫଣ୍ଡ୍‌, ବନ୍ଧନ ଇମର୍ଜିଂ ବିଜନେସ୍ ଫଣ୍ଡ୍ ଓ ଏଡେଲ୍‌ୱାଇସ୍ ଟ୍ରଷ୍ଟିସିପ୍ ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ବିଏନ୍‌ପି ପରିବାସ, ଇକ୍ୱିରସ୍ କ୍ୟାପିଟାଲ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଜେଏମ୍ ଫାଇନାନ୍ସିଆଲ ଲିମିଟେଡ୍ ।


Share It

Comments are closed.