୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାବି ପୂରଣ ଆଳରେ ନକଲି ସଂଘର ଅର୍ଥ ଆଦାୟ


ଭୁବନେଶ୍ୱର: ଓଡ଼ିଶାରେ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ପ୍ରଦାନ କରି ଲୋକମାନଙ୍କ ଆସ୍ତା ଓ ବିଶ୍ୱାସ ଜିତିଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନଙ୍କୁ ପ୍ରଲୋଭିତ କରି ବିଭିନ୍ନ ଦାବି ପୁରଣ କରାଇଦେବା ଆଳରେ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କ ଦ୍ୱାରା ଏକ ନକଲି ସଂଘ ଗଠନ ହୋଇଥିବା ସାମ୍ନାକୁ ଆସିଛି । ଅଲ ଓଡ଼ିଶା ୧୦୮ ଆମ୍ବୁଲାନ୍ସ କମର୍ଚାରୀ ମହାସଂଘ ନାମରେ ଗଠନ ହୋଇଥିବା ଏହି ସଂଘ ବିଭିନ୍ନ ଆଳରେ କର୍ମଚାରୀମାନଙ୍କ ଠାରୁ ଅର୍ଥ ଆଦାୟ କରୁଛି ।
ଏହି ସଂଘର ଉପଯୁକ୍ତ ଫୋରମରେ ପଞ୍ଜୀକୃତ ହୋଇନଥିବା ଜଣା ପଡ଼ିଛି, ଯାହାରକି କୌଣସି ଆଇନଗତ ବୈଧତା ନାହିଁ । ତଥାପି ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ବିଭିନ୍ନ ଦାବିକୁ ଏହା ଉପସ୍ଥାନ କରି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ତାହାର ସମାଧାନ କରାଇବାର ମିଥ୍ୟା ପ୍ରତିଶ୍ରୁତି ଦେଉଛି । ଦାବି ପୂରଣ କରିବା ବାହାନାରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନଙ୍କଠାରୁ ଏହା ବିଗତ ୬ ମାସ ହେବ ନିୟମିତ ଅର୍ଥ ଆଦାୟ କରୁଛି । ନିକଟରେ ଏହି ସଙ୍ଘ ପକ୍ଷରୁ ଦାବି ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ଏହାର ପଞ୍ଜିକରଣ ସମ୍ପର୍କିତ ପ୍ରଶ୍ନ ଆସିବା ପରେ ସମ୍ପୂର୍ଣ ଘଟଣା ପଦାକୁ ଅସିଛି ।


Share It

Comments are closed.