ସ୍ମାର୍ଟ ମନୋରଂଜନ ପାଇଁ ସୋନି ଇଣ୍ଡିଆ ପକ୍ଷରୁ ନୂଆ ବ୍ରାଭିଆ ଏକ୍ସ୭୦ଏଲ୍ ଟେଲିଭିଜନ ସିରିଜ୍ ଉନ୍ମୋଚିତ


ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ୪କେ ଅଲ୍‌ଟ୍ରା ଏଚ୍‌ଡି ଏଲ୍‌ଇଡି ଡିସ୍େ‌ପ୍ଲ ଥିବା ନୂଆ ବ୍ରାଭିଆ ଏକ୍ସ୭୦ଏଲ୍ ଟେଲିଭିଜନ ସିରିଜ୍‌କୁ ଉନ୍ମୋଚନ କରାଯାଇଛି । ଶ୍ରେଷ୍ଠ ଶ୍ରେଣୀର ମନୋରଂଜନ ଏବଂ ବାସ୍ତବ ଜୀବନ ଭଳି ଦେଖିବା ଅନୁଭୂତି ପ୍ରଦାନ କରିବା ଲାଗି ଏହି ନୂଆ ପିଢ଼ିର ଟିଭିକୁ ପ୍ରସ୍ତୁତ କରାଯାଇଛି । ଏକ୍ସ୭୦ଏଲ୍ ସହିତ ସ୍ମାର୍ଟ ମନୋରଂଜନ ଦୁନିଆରେ ପ୍ରବେଶ କରନ୍ତୁ ଏବଂ ସୁନ୍ଦର ରଙ୍ଗ ଓ ଅତୁଲ୍ୟ ୪କେ ସ୍ପଷ୍ଟତା ତଥା ସ୍ୱଷ୍ଟ ସାଉଣ୍ଡ୍ ସହ ସିନେମାକୁ ଉପଭୋଗ କରନ୍ତୁ ।
ସୋନି ଏକ୍ସ୭୦ଏଲ୍ ଟିଭିରେ ଥିବା ଏକ୍ସ୧ ୪କେ ପ୍ରୋସେସର ଓ ଲାଇଭ୍ କଲର ପ୍ରଯୁକ୍ତି ଜରିଆରେ ଜୀବନ୍ତ ଭଳି ରଙ୍ଗ, କଂଟ୍ରାଷ୍ଟ୍ ଓ ସୂକ୍ଷ୍ମ ବିବରଣୀକୁ ଉପଭୋଗ କରନ୍ତୁ । ଏକ୍ସ-ରିଅଲିଟି ପିଆର୍‌ଓ ଏବଂ ମୋସନଫ୍ଲୋ ଏକ୍ସଆର୍ ଜରିଆରେ ୪କେ ମାନର ଛବିକୁ ଉପଭୋଗ କରନ୍ତୁ ଯାହା ଟିଭି ଦେଖିବା ଅନୁଭବକୁ ଅଧିକ ସ୍ପଷ୍ଟ ଓ ଆରାମଦାୟକ କରିପାରିବ ।
ଡଲ୍‌ବି ଅଡିଓ ସହିତ ଚମତ୍କାର ବାସ୍‌, ଶକ୍ତି ଓ ପ୍ରାକୃତିକ ସାଉଣ୍ଡ୍ ଓ କ୍ଲିୟର ଫେଜ୍ ପ୍ରଯୁକ୍ତି ଜରିଆରେ ଟିଭି ଦେଖିବାରେ ବିଲୀନ ହୋଇଯିବା ଭଳି ଅନୁଭବ ହାସଲ କରନ୍ତୁ ।
ଏକ୍ସ୭୦ଏଲ୍ ସିରିଜି୍‌ରେ ରହିଛି ଗୁଗୁଲ୍ ଟିଭି ଯାହା ୧୦୦୦୦ରୁ ଅଧିକ ଆପ୍ ଏବଂ ଗେମ୍ ଓ ତା’ ସହିତ ୭,୦୦,୦୦୦ରୁ ଅଧିକ ସିନେମା ଏବଂ ଟେଲିଭିଜନ ସିରିଜ୍ ଜରିଆରେ ଅସୀମିତ ମନୋରଂଜନ ସହ ସ୍ମାର୍ଟ ବ୍ୟବହାରକାରୀ ଅନୁଭୂତି ପ୍ରଦାନ କରୁଛି । ଆପଲ୍ ଏୟାରପ୍ଲେ ଓ ହୋମ୍‌କିଟ୍ ସହିତ ଏହା ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛି । ଏକ୍ସ୭୦ ଏଲ୍ ସିରିଜ୍ ଟିଭିରେ ରହିଛି ସ୍ୱର ଦ୍ୱାରା ପରିଚାଳିତ ହେଉଥିବା ରିମୋଟ୍ କଂଟ୍ରୋଲ୍ ଯାହା ଟିଭି ସହିତ ଯୋଡ଼ିବାକୁ ସହଜ କରି ଆପଣଙ୍କ ପସନ୍ଦର ସୋ’ ଓ ସିନେମା ଚଲାଇବ ।
ଏକ୍ସଆର୍ ପ୍ରୋଟେକ୍ସନ ପିଆର୍‌ଓ ସହିତ ଏକ୍ସ୭୦ଏଲ୍ ସିରିଜ୍ ଅତି କଠିନ ପରିସ୍ଥିତିରେ ମଧ୍ୟ ପ୍ରଦର୍ଶନ ଜାରି ରଖିବ । ଏକ୍ସ୭୦ଏଲ୍‌ରେ ରହିଛି ନୂଆ ବେଜେଲ୍ ଏବଂ ଛଅଟି ହଟ୍ କି’ ଥିବା ସ୍ମାର୍ଟ ରିମୋଟ୍ ସହିତ ତାହା ଆସୁଛି ଯାହା ବିଲୀନ ହୋଇଯିବା ଭଳି ମନୋରଂଜନ ଅନୁଭବ ପ୍ରଦାନ କରୁଛି ।
କେଡି-୪୩ ଏକ୍ସ୭୦ଏଲ୍ ମଡେଲ୍‌ର ମୂଲ୍ୟ ୫୯,୯୦୦ ଟଙ୍କା ଏବଂ କେଡି-୫୦ଏକ୍ସ୭୦ଏଲ୍‌ର ମୂଲ୍ୟ ୭୪,୯୦୦ ଟଙ୍କା ରହିଛି ।


Share It

Comments are closed.