ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରିବା ମହଙ୍ଗା ପଡିବ ଏହି ମୋବାଇଲ ଆପ ଆସିବା ପରେ


ନିର୍ବାଚନ ପ୍ରଚାର ସମୟରେ ଆଚରଣ ବିଧି ଉଲଙ୍ଘନ କରୁଥିବା ନେତା ଏବଂ ଦଳ ବିରୋଧରେ ନିର୍ବାଚନ କମିଶନ ପକ୍ଷରୁ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ସେଥିପାଇଁ ନିର୍ବାଚନ କମିଶନ ଡଜିଟାଲ ମିଡିଆର ସାହାରା ନେବା ସହ ଏକ ଆଣ୍ଡ୍ରଏଡ ଆପର ମଧ୍ୟ ଶୁଭାରମ୍ଭ କରିଛନ୍ତି ।
ନିର୍ବାଚନୀ ପ୍ରଚାର ସମୟରେ ଅନୈତିକ ଭାବରେ ବଣ୍ଟାଯାଉଥିବା ଟଙ୍କା ଏବଂ ପ୍ରଯୋଗ କରାଯାଉଥିବା କଟୁ ମନ୍ତବ୍ୟ ଉପରେ ଲଗାମ ଲଗାଇବା ପାଇଁ ନିର୍ବାଚନ କମିଶନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଇଣ୍ଟରନେଟ ଦ୍ୱାରା ପରିଚାଳିତ ଏହି ବିଟା ଭରସନର ନାମ “ସିଭିଜିଲ” ରହିଛି । ସେଥିରେ “ସି”ର ଅର୍ଥ ହେଉଛି ନାଗରିକ ବା ସିଟିଜେନ । ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ସମୟରେ କେବଳ କାର୍ଯ୍ୟକାରୀ ହେଉଥିବା ଏହି ଆପଲିକେସନରେ କୌଣସି ବି ବ୍ୟକ୍ତି ଆଚରଣ ବିଧି ଉଲଙ୍ଘନର ଫଟୋ କିମ୍ବା ଭିଡିଓ ଉତ୍ତୋଳନ କରି ଏହି ଆପରେ ଅପଲୋଡ କରିପାରିବେ, ଯାହା ଜିଓ ଟ୍ୟାଗିଙ୍ଗ ମାଧ୍ୟମରେ ଫଟୋ ଏବଂ ଭିଡିଓ ଉତ୍ତୋଳନର ପ୍ରକୃତ ସ୍ଥାନ ନିର୍ବାଚନ କମିଶନକୁ ଜଣାଇ ଏହା ଉପରେ କାର୍ଯ୍ୟନୁଷ୍ଠାନ ନେବାରେ ସାହାର୍ଯ୍ୟ କରିବ ।
ଏହି ବର୍ଷ ଶେଷରେ ମଧ୍ୟପ୍ରଦେଶ ସମେତ ରାଜସ୍ଥାନ, ଛତିଶଗଡ ହେବାକୁ ଥିବା ନିର୍ବାଚନ ସମୟରେ ଏହି ଆପର ପ୍ରଥମ ଥର ବ୍ୟବହାର କରାଯିବ । ଏହାକୁ ଗୁଗୁଲ ପ୍ଲେ ଷ୍ଟୋରରେ ମଧ୍ୟ ଉପଲବ୍ଧ କରାଯିବ । ଏହି ଆପଟି କେବଳ ନିର୍ବାଚନୀ ରାଜ୍ୟ ମାନଙ୍କରେ ଆଚରଣ ବିଧି ଉଲଙ୍ଘନ ସମୟରେ କାର୍ଯ୍ୟକାରୀ ହେବ ।

ଏହି ସମ୍ବନ୍ଧରେ ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି ଯେ, ଏହି ଆପଟି ଅଭିଯୋଗକାରୀଙ୍କର ପରିଚୟ ଏବଂ ଫୋନ ନମ୍ବରକୁ ଗୁପ୍ତ ରଖିବ, ଯାହା ଦ୍ୱାରା ଅଭିଯୋଗକାରୀ ମୁଷ୍ଟିମେୟ ଏବଂ କ୍ଷମତାଶାଳୀ ଲୋକଙ୍କ ବିରୋଧରେ ତଥ୍ୟ ଦେବାରେ ସାହସ ପ୍ରକଟ କରିପାରିବେ । ଯେଉଁ ଲୋକମାନେ ନିଜ ପରିଚୟ ପତ୍ର ଲୁଚାଇବେ ନାହିଁ ସେମାନେ କମିଶନକୁ ଏହାର କାରଣ ଦର୍ଶଆ ଦେବାକୁ ପଡିବ ।
ଏହି ପରିପ୍ରେକ୍ଷୀରେ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଓ.ପି ରାୱତ କହିଛନ୍ତି ଯେ, ଅଭିଯୋଗକାରୀ କରିଥିବା ଅଭିଯୋଗ ଯଦି ସଠିକ ହୁଏ ତେବେ ତାଙ୍କୁ ୧୦୦ ମିନିଟ ମଧ୍ୟରେ ସୂଚନା ପ୍ରଦାନ କରାଯିବ । ଜିପିଏସର ସାହାଯ୍ୟ ଅଭିଯୋଗ ଆସିଥିବା ସ୍ଥାନକୁ ଚିହ୍ନଟ କରାଯାଇ ଉକ୍ତ ସ୍ଥାନର ନିର୍ବାଚନ କମିଶନ ଅଧିକରୀଙ୍କ ଦ୍ୱାରା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।


Share It

Comments are closed.