ଷଣ୍ଡ ଆକ୍ରମଣରେ ଚାଲିଗଲା ବୃଦ୍ଧାଙ୍କ ଜୀବନ


ଷଣ୍ଢ ଆକ୍ରମଣରେ ଚାଲିଗଲା ବୃଦ୍ଧାଙ୍କ ଜୀବନ। ଏଥି ଅନ୍ୟ ଜଣେ ଜଣେ ଗୁରୁତର ଥିବା ସୂଚନା। ଏଭଳି ଦୁଃଖଦ ଓ ଅଭାବନୀୟ ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପଥର ଆଡିରେ ଘଟିଛି। ଗତ କିଛି ଦିନ ଧରି ଉକ୍ତ ଅଞ୍ଚଳରେ ଏକ ମାରଣା ଷଣ୍ଢ ବୁଲିବା ସହ ଲୋକଙ୍କୁ ମାରିବା ପାଇଁ ଗୋଡାଉଛି।ଏହାକୁ ନେଇ ଭୟଭିତ ଅଛନ୍ତି ସ୍ଥାନୀୟ ବାସିନ୍ଦା।ଷଣ୍ଢ ଭୟରେ ଲୋକମାନେ ବାହାରିବାକୁ ଭୟ କରୁଛନ୍ତି। ଆଜି ଭୋର ସମୟରେ ପଥରଆଡି ଅଞ୍ଚଳର ଜଣେ ବୃଦ୍ଧା କୌଣସି କାର୍ଯ୍ୟରେ ଯାଉଥିବା ସମୟରେ, ମାରଣା ଷଣ୍ଢଟି ବୃଦ୍ଧାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଘଟଣା ସ୍ଥଳରୁ ବୃଦ୍ଧା ଜଣଙ୍କୁ ଗୁରୁତର ଓ ସଜ୍ଞାହୀନ ଅବସ୍ଥାରେ ସ୍ଥାନୀୟ ଲୋକ ମେଡିକାଲରେ ଭର୍ତ୍ତି କରିଥିଲେ। ମେଡିକାଲରେ ବୃଦ୍ଧା ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଉକ୍ତ ଅଞ୍ଚଳର ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଷଣ୍ଢ ଆକ୍ରମଣରେ(Bull Attack) ଗୁରୁତର ହୋଇ ଭଦ୍ରକ ମେଡିକାଲରେ(Bhadrak Medical) ଚିକିତ୍ସା ହେଉଛନ୍ତି। ଏଭଳି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ , ମାରଣା ଷଣ୍ଢଟିକୁ କିପରି ଘଉଡ଼ାଇଯିବ, ସେଥିନେଇ ଲୋକମାନଙ୍କ ମଧ୍ଯରେ ଉତ୍ତେଜନା ଦେଖିବାକୁ ମିଳିଛି।


Share It

Comments are closed.