ଡଟ୍ ଫେଷ୍ଟ୍‌ର ୧୧ତମ ଦିନରେ ଫ୍ଲି ମାର୍କେଟ୍‌ରେ ଭିଡ ଜମିଲା


ଭୁବନେଶ୍ୱରର ଡଟ୍ ଫେଷ୍ଟ୍ ମହୋତ୍ସବର ଅଂଶ ଭାବେ ସ୍ଥାପିତ ହୋଇଥିବା ନାଇଟ୍
ବାଜାର୍‌ରେ ୫୦୦୦ରୁ ଅଧିକ ଲୋକ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀଗୁଡିକୁ କ୍ରୟ
କରିଥିଲେ

ଭୁବନେଶ୍ୱର, ୨୫ ଜାନୁଆରୀ ୨୦୨୩:  ଗତକାଲି ଫାଇନାଲ ଭୁବନେଶ୍ୱର ଲାଇଭ୍ କନ୍‌ସର୍ଟ
ଲାଇଭ୍ ସଙ୍ଗୀତ ପ୍ରଦର୍ଶନ ସହ ଶେଷ ହୋଇଥିବା ବେଳେ ଆଜି ଡଟ୍ ଫେଷ୍ଟ୍‌ର ୧୧ତମ ଦିନ
ଭୁବନେଶ୍ୱରର ନିଜସ୍ୱ ନାଇଟ୍ ଫ୍ଲି ମାର୍କେଟ୍‌ରେ ପ୍ରବଳ ଜନସମାଗମ ଦେଖିଥିଲା । ଫ୍ଲି
ମାର୍କେଟ୍‌କୁ ରେକର୍ଡସଂଖ୍ୟକ ଲୋକ ଆସିଥିଲେ, ଯେଉଁଠାରେ ୧୨୦ରୁ ଅଧିକ ଷ୍ଟଲ୍‌ରେ
ସ୍ଥାନୀୟ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ, କାଠରେ ନିର୍ମିତ ସାମଗ୍ରୀ, ଅଳଙ୍କାର ଓ
ମହିଳାଙ୍କ ପୋଷାକ ଆଦି ଉପଲବ୍ଧ ହେଉଛି । ଏହା ଏକ ଉଲ୍ଲେଖନୀୟ ରାତ୍ରି ଥିଲା
ଯେଉଁଠାରେ ଆଂଚଳିକ କଳାକାର, ଷ୍ଟାର୍ଟଅପ୍‌, ପ୍ରଦର୍ଶନକାରୀ, ନିର୍ମାତାମାନେ ନିଜର
ସୃଜନଶୀଳତା ଓ କଳାତ୍ମକ ଉତ୍କର୍ଷତା ସହିତ ପରିଦର୍ଶକମାନଙ୍କୁ ଆକର୍ଷିତ କରିଥିଲେ ।

ଓଡିଶାର ହସ୍ତଶିଳ୍ପ ଓ ବୟନଶିଳ୍ପକୁ ପ୍ରଦର୍ଶିତ କରିବାର ଲକ୍ଷ୍ୟ ସହିତ ସ୍ଥାପିତ
ହୋଇଥିବା ଫ୍ଲି ମାର୍କେଟ୍ ଡଟ୍ ଫେଷ୍ଟ୍‌ର ୧୧ତମ ଦିନରେ ପ୍ରମୁଖ ଆକର୍ଣଣ ଥିଲା ।
ସିମ୍ପଲ୍ କ୍ରେଜିସ୍‌, ଅର୍ବାନୋମ୍ୟାଡ୍‌, ପଞ୍ଜାବ ଜୁତି ଷ୍ଟୋର, ତନ୍‌ବୀର ଫ୍ରମ୍
ହିମାଚଳ, ଟ୍ରାଡିଶନାଲ ଓøରା-ବାରାଣାସି ଓ ରେଡ୍ ଅକ୍‌ରେ ଆଦି ଷ୍ଟୋର୍‌ଗୁଡିକ ବହୁ
ମାତ୍ରାରେ ଲୋକଙ୍କୁ ଆକର୍ଷିତ କରିପାରିଛି । ପର୍ଯ୍ୟଟକ ଓ ସ୍ଥାନୀୟ ଲୋକମାନେ ଏଠାରୁ
ନିଜ ପସନ୍ଦର ସାମଗ୍ରୀ କିଣିବା ପାଇଁ ଲାଇନ୍ ଲଗାଇଛନ୍ତି । ଏହି ଫ୍ଲି ମାର୍କେଟ୍
ଗତକାଲି ଜାନୁଆରୀ ୨୪ ତାରିଖରେ ପ୍ରାୟ ୭ ଲକ୍ଷ ଟଙ୍କାର ବ୍ୟବସାୟ କରିଥିଲା, ଯାହା
ଡଟ୍ ଫେଷ୍ଟ୍ ଆଂଚଳିକ ଉଦ୍ୟୋଗୀମାନଙ୍କ ପାଇଁ ଏକ ଉନ୍ନତ ସୁଯୋଗ ପ୍ରଦାନ କରିଛି ବୋଲି
ପ୍ରମାଣିତ କରୁଛି ।

କେବଳ ଆଂଚଳିକ ଉଦ୍ୟୋଗୀମାନେ ନୁହଁନ୍ତି, ଡଟ୍ ଫେଷ୍ଟ୍ ସ୍ଥାନୀୟ ଓ ଆଦିବାସୀ
କଳାକାରମାନଙ୍କ ପାଇଁ ମଧ୍ୟ ନୃତ୍ୟ, ସଙ୍ଗୀତ, ଯାଦୁବିଦ୍ୟା ଆଦି କ୍ଷେତ୍ରରେ ନିଜର
ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ମଂଚ ପ୍ରଦାନ କରିଛି । ରାଜ୍ୟର ସମସ୍ତ ବର୍ଗର
ପ୍ରଦର୍ଶନକାରୀ ଓ କଳାକାରମାନେ ଫ୍ଲି ମାର୍କେଟ୍‌ରେ ଥିବା ୩ଟି ଜୋନ୍‌ରେ ଅବସ୍ଥିତ
୩ଟି ମଂଚରେ ନିଜ କଳାର ପ୍ରଦର୍ଶନ କରିଥିଲେ । ଧୁଡୁକି, ଢାପ୍‌, ଯୋଡିଶଙ୍ଖ, ରାସ ଭଳି
ଆଦିବାସୀ ପ୍ରଦର୍ଶନ ସମେତ ଲୋକାଲ ବ୍ୟାଣ୍ଡ୍‌, ଗାୟକ, ନୃତ୍ୟଶିଳ୍ପୀମାନେ ଡଟ୍
ଫେଷ୍ଟ୍ ସମୟରେ ପ୍ରଦର୍ଶନ କରିଥିଲେ ।


Share It

Comments are closed.