ଦୀପାବଳି ଉପହାର: ୮.୫ ଲକ୍ଷ ବ୍ୟାଙ୍କ କର୍ମଚାରୀଙ୍କ ଦରମାରେ ହେବାକୁ ଯାଉଛି ୧୫% ଅଭିବୃଦ୍ଧି


ଦୀପାବଳି ପୂର୍ବରୁ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଉପହାର ଘୋଷଣା ହୋଇଛି। ନଭେମ୍ବର ପହିଲାରୁ ୮.୫ ଲକ୍ଷ ବ୍ୟାଙ୍କ କର୍ମଚାରୀଙ୍କ ବେତନରେ ୧୫ ପ୍ରତିଶତ ବୃଦ୍ଧି ହେବ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଅଧିକ କର୍ମଚାରୀ ସରକାରୀ ବ୍ୟାଙ୍କର ବୋଲି ଜଣାପଡ଼ିଛି। ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ, ୟୁନିୟନ୍‌ ଓ ଅଧିକାରୀ ସଂଘ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ହୋଇଥିବା ନେଇ ଆଇବିଏ ସିଇଓ ସୁନୀଲ ମେହେଟାଙ୍କ ପକ୍ଷରୁ ସୂଚନା ମିଳିଛି।

ଭାରତରେ କାରବାର କରୁଥିବା ସରକାରୀ, ଘରୋଇ, ଅନ୍ତର୍ଜାତୀୟ ସମେତ ପାଖାପାଖି ୩୭ ବ୍ୟାଙ୍କର କର୍ମଚାରୀଙ୍କ ବେତନ ବୃଦ୍ଧିକୁ ନେଇ ଆଲୋଚନା କରିବା ପାଇଁ ଆଇବିଏକୁ ଦାୟୀତ୍ବ ଦିଆଯାଇଥିଲା। ତେବେ ଏହି ବୃଦ୍ଧି ପାଇଁ ବ୍ୟାଙ୍କଗୁଡ଼ିକ ଉପରେ ବାର୍ଷିକ ୭,୮୯୮ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ ବୋଲି ଜଣାପଡ଼ିଛି।


Share It

Comments are closed.