ଅହମ୍ମବାଦରେ ରାତି ଅଧରେ ଗରିବଙ୍କୁ ଟଙ୍କା ବାଣ୍ଟି ଦିପାବଳୀର ଶୁଭକାମନା ଜଣାଇଲେ ଆଫଗାନ ଖେଳାଳୀ ଗୁରୁବାଜ, ଦେଖନ୍ତୁ ଭିଡିଓ


ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଶନିବାର ଦିନ ଆଫଗାନିସ୍ତାନକୁ ଦକ୍ଷିଣ ଆଫ୍ରିକାଠାରୁ ୫ ୱିକେଟରେ ପରାସ୍ତ ହୋଇଛି । ଏହି ପରାଜୟ ସହ ବିଶ୍ୱକପରେ ଆଫଗାନିସ୍ତାନର ମୁକାବିଲା ଶେଷ ହୋଇଯାଇଛି । ଶନିବାର ଦିନ ରାତିରେ ଅହମ୍ମବାଦର ରାସ୍ତା କଡ଼ରେ ଶୋଇଥିବା ଅସହାୟମାନଙ୍କୁ ଅଫଗାନିସ୍ତାନ କ୍ରିକେଟର ରହମାନୁଲ୍ଲା ଗୁରୁବାଜ ଟଙ୍କା ବାଣ୍ଟୁଥିବା ଦେଖିବାକୁ ମିଳିଥିଲା । ଯାହାର ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାର ଲାଗିଛି ।

 


Share It

Comments are closed.