ନିଜ ଲୁକ୍ସ କାରଣରୁ ଧନୁଷଙ୍କୁ ‘ଅଟୋ ଡ୍ରାଇଭର’ ବୋଲି କହୁଥିଲେ ଲୋକେ, ତା’ପରେ ଏଭଳି ବଦଳିଥିଲା ଭାଗ୍ୟ


ସାଉଥ ଭେଟେରାନ୍ ଅଭିନେତାଙ୍କ ବିଷୟରେ କହିବା ଆଉ ଅଭିନେତା ଧନୁଶଙ୍କ ନା ନକହିବା ତାହା ଅସମ୍ଭବ । ସେ ୧୯୮୩ ମସିହା ଜୁଲାଇ ୨୮ ତାରିଖରେ ତାମିଲନାଡୁର ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ । ସାଉଥ ସିନେମାରେ ଧନୁଷ ପ୍ରଥମ ସିନେମାରୁ ନାମ ଅର୍ଜନ କରିଥିଲେ ମଧ୍ୟ ବଲିଉଡରେ ଫିଲ୍ମ ‘ରାଂଝନା’ରୁ ତାଙ୍କୁ ପ୍ରସିଦ୍ଧି ମିଳିଥିଲା । ଜନ୍ମଦିନ ସ୍ପେଶାଲରେ ଆମେ ଆପଣଙ୍କୁ ଧନୁଷଙ୍କ ଜୀବନର କିଛି କାହାଣୀ ସହିତ ପରିଚିତ କରାଇବୁ ।

ଧନୁଷ ଅଭିନୟ କରିବାକୁ ଚାହୁଁନଥିଲେ

ନିଜର ଡାଏଲଗ୍ ଡେଲିଭରି ଜରିଆରେ ପ୍ରଶଂସକଙ୍କ ହୃଦୟ ଜିତିବାରେ ମାହିର ଧନୁଷ କେବେ ବି ଅଭିନୟ ଦୁନିଆରେ ପାଦ ରଖିବାକୁ ଚାହୁଁନଥିଲେ। ବାସ୍ତବ ଜୀବନରେ ସେ ରୋଷେଇ କରିବାକୁ ପସନ୍ଦ କରନ୍ତି। ସେ ତାଙ୍କ ଶୌଖକୁ ବୃତ୍ତିରେ ପରିଣତ କରିବାକୁ ଚାହୁଁଥିଲେ, କିନ୍ତୁ ପରିବାର ଲୋକ ଏଥିରେ ରାଜି ହୋଇନଥିଲେ। ବାସ୍ତବରେ ଧନୁଷ ଏକ ନିର୍ଦ୍ଦେଶକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ, ଯେଉଁକାରଣରୁ ସେ ଫିଲ୍ମ ଦୁନିଆରେ ପାଦ ରଖିଥିଲେ । ୨୦୦୨ମସିହାରେ ସେ ତାଙ୍କ ପିତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଥୁଲୁଭାଧୋ ଇଲ୍ମାଇ’ ଜରିଆରେ ଅଭିନେତା ଭାବରେ ଡେବ୍ୟୁ କରିଥିଲେ ।

ଧନୁଷ ମଧ୍ୟ ସଙ୍ଗୀତରେ ଜଣେ ବିଶେଷଜ୍ଞ

ଧନୁଷଙ୍କ ପ୍ରକୃତ ନାମ ଭେଙ୍କଟେଶ ପ୍ରଭୁ କସ୍ତୁରୀ ରାଜା । ଫିଲ୍ମ ଜଗତ ପାଇଁ ସେ ନିଜକୁ ଧନୁଷ ନାମ ଦେଇଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅଭିନୟ ବ୍ୟତୀତ ଧନୁଷ ସଙ୍ଗୀତ ପ୍ରତି ମଧ୍ୟ ବହୁତ ଆଗ୍ରହୀ । ମାତ୍ର ୬ ମିନିଟରେ ସେ ନିଜର ପ୍ରଥମ ଗୀତ କୋଲାଭେରି ଡି ଲେଖିଥିଲେ ଏବଂ ଏହି ଗୀତମାତ୍ର ୩୫ ମିନିଟରେ ରେକର୍ଡ ହୋଇଥିଲା । ୨୦୧୧ ମସିହାରେ ମୁକ୍ତିଲାଭ କରିଥିବା ଏହି ଗୀତ ସେତେବେଳେ ଦେଶରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିଲା ।

ଲୋକମାନେ ତାଙ୍କୁ ‘ଅଟୋ ଡ୍ରାଇଭର’ କହି ଉପହାସ କରୁଥିଲେ।

ଧନୁଷ କହିଛନ୍ତି ଯେ ତାଙ୍କ ଲୁକ୍ ପାଇଁ ଲୋକମାନେ ତାଙ୍କୁ ଉପହାସ କରୁଥିଲେ। ଏନେଇ ନିଜେ ଧନୁଷ ସୂଚନା ଦେଇଛନ୍ତି। ଅଭିନେତା ବିଜୟ ସେତୁପତିଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ ୨୦୦୩ ମସିହାରେ ଯେତେବେଳେ ସେ ଫିଲ୍ମ ‘କାଦଲ କୋଣ୍ଡନ’ର ସୁଟିଂ କରୁଥିଲେ ସେତେବେଳେ ସେଟ୍ ରେ ତାଙ୍କୁ ବହୁତ ଟ୍ରୋଲ୍ କରାଯାଇଥିଲା। ସେହି ସମୟରେ ଲୋକେ ତାଙ୍କୁ ଅଟୋ ଡ୍ରାଇଭର କହି ମଜାକ ଉଠାଉଥିଲେ। ଏଥିସହ ତାଙ୍କୁ ବଡି ସେମିଂ ମଧ୍ୟ କରାଯାଇଥିଲା। ତେବେ ଧନୁଷ କେବେ ବି ହାର ମାନିନଥିଲେ ଏବଂ ନିଜର ଦମଦାର ପ୍ରଦର୍ଶନ ବଳରେ ଏହି ସ୍ଥାନ ହାସଲ କରିଥିଲେ ।


Share It

Comments are closed.