ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଋଣ ପ୍ରବାହ ଅବ୍ୟାହତ: ଟ୍ରାନ୍ସୟୁନିୟନ୍ ସିବିଲ୍ ରିପୋର୍ଟ


ଭୁବନେଶ୍ୱର: ଟ୍ରାନ୍ସ ୟୁନିୟନ୍ ସିବିଲ୍‌-ସିଡ୍‌ବି ପଲ୍‌ସ ରିପୋର୍ଟ ଅନୁସାରେ ୨୦୨୩ ସେପ୍ଟେମ୍ବର ଶେଷ ସୁଦ୍ଧା ଭାରତର ବାଣିଜ୍ୟିକ ଋଣ ପରିମାଣ ବାର୍ଷିକ ୧୧ ପ୍ରତିଶତ ବୃଦ୍ଧି ପାଇ ୨୮.୨ ଲକ୍ଷ କୋଟି ଟଙ୍କା ହୋଇଛି । ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ିଥିବାରୁ ବାଣିଜ୍ୟିକ ଋଣ ଚାହିଦା ବାର୍ଷିକ ୨୯ ପ୍ରତିଶତ ବଢ଼ିଥିବା ବେଳେ ଯୋଗାଣରେ ବାର୍ଷିକ ୨୦ ପ୍ରତିଶତ ବୃଦ୍ଧି ଘଟିଛି ।
ଏ ସମ୍ପର୍କରେ ସିଡ୍‌ବିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶିବସୁବ୍ରମଣ୍ୟମ ରମଣ କହିଛନ୍ତି ଯେ, “୨୦୨୩-୨୪ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ମଧ୍ୟ ଏମ୍‌ଏସଏମ୍‌ଇ କ୍ଷେତ୍ରକୁ ଋଣ ପ୍ରବାହ ଜାରି ରହିଛି । ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଂଟି ସ୍କିମ୍ ଜାରି ରହିବା ସତ୍ୱେ ଋଣ ଚାହିଦା ବଢ଼ିବା ଏହି କ୍ଷେତ୍ରରେ ଅଭିବୃଦ୍ଧିର ଧାରାକୁ ଦର୍ଶାଉଛି । ପ୍ରଯୁକ୍ତି ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ଋଣର ଚାହିଦା ବଢ଼ିଛି ଅନଲାଇନ ଋଣ ଆବେଦନ ବ୍ୟାପକ ଭାବେ ଗ୍ରହଣୀୟ ହେବ, ଆର୍ଥିକ ପରିଚାଳନା ଟୁଲ୍ ଏବଂ ଋଣ ପ୍ରଦାନକାରୀଙ୍କ ଦ୍ୱାରା ଡିଜିଟାଲ୍ ପେମେଂଟ୍ ପ୍ଲାଟଫର୍ମ ସହିତ ଡାଟା ଆନାଲିଟିକ୍ସର ବ୍ୟବହାର ଯୋଗୁଁ ଭାରତରେ ବ୍ୟବସାୟର ଅଭିବୃଦ୍ଧି ଧାରା ବଜାୟ ରହିପାରିଛି । ଏହି କ୍ଷେତ୍ରକୁ ଶୀଘ୍ର ଋଣ ପ୍ରଦାନ କରିବା ଲାଗି ସିଡ୍‌ବି (ଏସ୍‌ଆଇଡ଼ିବିଆଇ) ପ୍ରଯୁକ୍ତି ଓ ଭାରତର ସରକାରଙ୍କ ଡିଜିଟାଲ୍ ସାର୍ବଜନୀନ ଭିତିଭୂମିକୁ ବ୍ୟବହାର କରୁଛି ।”
୨୦୨୩ର ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ନୂଆ ଏମ୍‌ଏସ୍‌ଏମ୍‌ଇ ଋଣ ପରିମାଣ ୨୪,୩୦୦ କୋଟି ଟଙ୍କା ରହିଥିବା ବେଳେ ସେତିରେ କ୍ଷୁଦ୍ର ବ୍ୟବସାୟର ଭାଗ ୪୨ ପ୍ରତିଶତ ରହିଛି । ଆଲୋଚ୍ୟ ତ୍ରୈମାସିକରେ ୮୦ ଲକ୍ଷ ଏମ୍‌ଏସ୍‌ଏମ୍‌ଇକୁ ୨୮.୨ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ଏହି ଅବସରରେ ଡେଲିକ୍ୟୁଏନ୍‌ସି ହାର ୨.୩ ପ୍ରତିଶତକୁ ଉନ୍ନୀତ ହୋଇଛି ।
ଟ୍ରାନ୍ସୟୁନିୟନ୍ ସିବିଲ୍‌ର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ରାଜେଶ କୁମାର କହିଛନ୍ତି ଯେ, “ସବୁ ଗ୍ରାହକ ବର୍ଗରେ ଏମ୍‌ଏସଏମଇ ପୋର୍ଟଫୋଲିଓ ପ୍ରଦର୍ଶନରେ ଉନ୍ନତି ପରିଲକ୍ଷିତ ହୋଇଥିବା ବେଳେ ଡେଲିକ୍ୟୁଏନ୍‌ସି ହାର କମ୍ ହୋଇଛି । ୨୦୨୩ ସେପ୍ଟେମ୍ବର ତ୍ରୈମାସିକର ଡେଲିକ୍ୟୁଏନ୍‌ସି ହାର ଗତ ଦୁଇ ବର୍ଷ ଭିତରେ ସବୁଠୁ କମ୍ । ଦୃଢ଼ ଚାହିଦା, ସ୍ଥିର ପୋର୍ଟଫୋଲିଓ ଅଭିବୃଦ୍ଧି ଓ ଉନ୍ନତ ଋଣ ପ୍ରଦର୍ଶନ ଜରିଆରେ ଅର୍ଥନୈତିକ ଅଭିବୃଦ୍ଧିର ସମ୍ଭାବନା ବେଶ ଉଜ୍ଜ୍ୱଳ ଥିବାରୁ ନିଜର ଏମ୍‌ଏସ୍‌ଏମ୍‌ଇ ଋଣ ବଢ଼ାଇବା ଲାଗି ଋଣପ୍ରଦାନକାରୀମାନଙ୍କ ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ଏମ୍‌ଏସଏମଇ ପଲ୍‌ସ ରିପୋର୍ଟରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ପ୍ରତିଟି ବର୍ଗର ସ୍ୱତନ୍ତ୍ର ଉପସ୍‌ଥାପନା କରାଯାଇଛି । ଏମଏସଏମଇ ପାଖରେ ଅର୍ଥନୈତିକ ସଶକ୍ତୀକରଣ ଜରିଆରେ ସାମାଜିକ ବିକାଶକୁ ତ୍ୱରାନ୍ୱିତ କରିବାର ସମ୍ଭାବନା ରହିଛି ।”


Share It

Comments are closed.