ବିଶେଷଜ୍ଞଙ୍କ ଦାବୀ ତୃତୀୟ ଲହରରେ ମୁମ୍ବାଇ ଓ ଦିଲ୍ଲୀ ବେଶୀ ପ୍ରଭାବିତ ହୋଇନପାରେ


କରୋନା ଭାଇରସ ମହାମାରୀ ଦ୍ୱତୀୟ ଲହର ଦେଶରେ ମୋଟ ଜନସଂଖ୍ୟାର ମାତ୍ର ୫ ପ୍ରତିଶତଙ୍କୁ ପ୍ରଭାବିତ କରିଛି। ଗତ ବର୍ଷ ଦେଶରେ ଭୂତାଣୁ ସଂକ୍ରମଣ କାଳରେ ଯେଉଁମାନେ ଆକ୍ରାନ୍ତ ହୋଇଥିଲେ ସେହିମାନେ ହିଁ ଏହି ଲହରରେ ଗୁରୁତର ପ୍ରଭାବିତ ହୋଇଛନ୍ତି। ଟିକାକରଣର ଜାତୀୟ ବୈଷୟିକ ପରାମର୍ଶଦାତା ସମୂହ (ଏନଟିଏଜିଆଇ)ଙ୍କ କୋଭିଡ-୧୯ କାର୍ଯ୍ୟକାରୀ ଗ୍ରୁପ ଅଧ୍ୟକ୍ଷ ଡା.ଏନ.କେ. ଆରୋରା ଏହା କହିଛନ୍ତି। ‘ଆଉଟ ଲୁକ୍‌’ ସହ ଏକ ସାକ୍ଷାତକାରରେ ସେ କହିଥିଲେଯେ ଦିଲ୍ଲୀ ଓ ମୁମ୍ବାଇ ସମେତ ଦେଶର ଅନେକ ସହରରେ ଏତେମାତ୍ରାରେ ଲୋକେ ଦ୍ୱିତୀୟ ଲହରରେ ପ୍ରଭାବିତ ହୋଇଛନ୍ତି ଯେ ଏଠାରେ ତୃତୀୟ ଲହରର ଏବେ ଆଶଙ୍କାବି କରାଯାଇ ପାରୁନି। ଭାରତରେ କରୋନା ଦ୍ୱିତୀୟ ଲହରକୁ ଯଦି ବୈଶ୍ୱିକ ସ୍ତରରେ ଦେଖା ଯାଏ ତେବେ ମୋଟ ସଂକ୍ରମିତ ଜନ ସଂଖ୍ୟା ପ୍ରାୟ ୧ ପ୍ରତିଶତ ହେବ। ଏଣୁ ତୃତୀୟ ଲହରରେ ଏହି ଜନସଂଖ୍ୟା ପୁଣି ଆକ୍ରାନ୍ତ ହେବାର ସମ୍ଭାବନା ନାହିଁ। ସେହିପରି ଦେଶରେ ଲୋକଙ୍କ ସଂକ୍ରମିତ କରୁଥିବା ଭାଇରସ ଷ୍ଟ୍ରେନ ତୀବ୍ର ବ୍ୟାପୁଛି। ଏଥିରେ ଏତେ ମାତ୍ରାରେ ଲୋକେ ସଂକ୍ରମିତ ହୋଇଛନ୍ତି ଯେ ସେମାନଙ୍କ ଠାରେ ସୃଷ୍ଟି ହୋଇଥିବା ପ୍ରତିରକ୍ଷାରୁ ତୃତୀୟ ଲହରର ପରିକଳ୍ପନା ମଧ୍ୟ କରାଯାଇ ନପାରେ ବୋଲି ପ୍ରସିଦ୍ଧ ମହାମାରୀ ବୈଜ୍ଞାନିକ ଡା.ଜୟପ୍ରକାଶ ମୂଲିୟାଲ କହିଛନ୍ତି। ଏଣୁ ଯେଉଁ ପର୍ଯ୍ୟନ୍ତ ଭୂତାଣୁରେ ସେପରି କୌଣସି ବଡ ପରିବର୍ତ୍ତନ ନଆସିଛି କି ନୂଆ ଷ୍ଟ୍ରେନ ନ ଆସିଛି ସେ ପର୍ଯ୍ୟନ୍ତ ତୃତୀୟ ଲହରର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି।


Share It

Comments are closed.