କିଛି ଦିନ ଧରି ଦେଶରେ କରୋନା ସଂକ୍ରମଣର ଦୈନିକ ମାମଲା କମିଥିବା ବେଳେ ଏବେ ଏହି ସଂଖ୍ୟା ପୁଣି ବଢିଛି । ଗତ ୨୪ଘଣ୍ଟାରେ ୪୭,୯୦୫ କରୋନା ପଜିଟିଭ୍ କେସ୍ ଚିହ୍ନଟ ହୋଇଛି । ସେହିପରି ବୁଧବାର ଦିନ ୪୪,୨୮୧ଟି କରୋନା କେସ୍ ସାମ୍ନାକୁ ଆସିଥିଲା । ସେପଟେ ଦେଶରେ କରୋନା ସଂକ୍ରମଣମୁକ୍ତ ହୋଇଥିୂବା ଲୋକଙ୍କ ସଂଖ୍ୟା ୮୦ଲକ୍ଷ ପହଞ୍ଚିଛି । ସେହିପରି ଦେଶରେ କୋଭିଡ଼-୧୯ର ଆକ୍ଟିଭ୍ କେସ୍ ପାଞ୍ଚ ଲକ୍ଷ ତଳେ ରହିଛି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ ୪୭,୯୦୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୫୦ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୮୬,୮୩,୯୧୭ରେ ପହଞ୍ଚିଛି । ସେହିପରି କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮୦,୬୬,୫୦୨ରେ ପହଞ୍ଚିଛି । ଗତ ୨୪ଘଣ୍ଟା ମଧ୍ୟରେ ୫୨,୭୧୮କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ କରୋନାର ଆକ୍ଟିଭ୍ କେସ୍ ୫ଲକ୍ଷ ତଳେ ରହିଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନାର ଆକ୍ଟିଭ୍ କେସ୍ ୪,୮୯,୨୯୪ ରହିଛି । ଦେଖିବାକୁ ଗଲେ ଗତ ୨୪ଘଣ୍ଟା ମଧ୍ୟରେ ୫,୩୬୩ ସଂଖ୍ୟା କମ୍ ଆସିଛି । ସେହିପରି ଏବେ ଯାଏଁ ଦେଶରେ ମୋଟ କରୋନାରେ ୧,୨୮,୧୨୧ଜଣଙ୍କ ମୃତ୍ୟୁ ହୋଇସାରିଛି ।
Comments are closed.