କୋର୍ଟରେ ସମସ୍ତ ଜଜଙ୍କୁ ହାତ ଯୋଡି କ୍ଷମାମାଗି ମହାନତା ଦେଖାଇଲେ CJI


ନିଜର ସାମନ୍ୟ ଭୁଲକୁ ବି ନଲୁଚାଇ ବରଂ ପ୍ରକାଶ କରିବାରେ ନିଜର ବଡପଣ ବୋଲି ପ୍ରମାଣ କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ । ଏହାଦ୍ୱାରା ଅନ୍ୟମାନେ ମଧ୍ୟ କିଛି ଭୁଲ କରିବା ପୂର୍ବରୁ ବାରମ୍ବାର ଚିନ୍ତା କରି ନିଜର ଭୁଲ ସୁଧାରିବେ ବୋଲି ବିଶ୍ୱାସ ରଖନ୍ତି ଜଷ୍ଟିସ୍ ଚନ୍ଦ୍ରଚୂଡ । ଏହାର ପ୍ରମାଣ ହେଉଛି କୋର୍ଟରେ ମାତ୍ର ୧୦ ମିନିଟ ବିଳମ୍ବରେ ପହଞ୍ଚି ସମସ୍ତ ସହକର୍ମୀଙ୍କୁ ହାତ ଯୋଡି ଭୁଲ ମାଗିଥିଲେ ଜଷ୍ଟିସ୍ ଚନ୍ଦ୍ରଚୂଡ । ‘ସରି! ମୋର ଆସିବାରେ ଡେରି ହେଇଗଲା’ ଏଭଳି କହି ହାତ ଯୋଡି କୋର୍ଟରେ ଉପସ୍ଥିତ ସମସ୍ତଙ୍କୁ ଅତି ବିନମ୍ରତାର ସହ କ୍ଷମା ମାଗିିଥିଲେ ଜଷ୍ଟିସ୍ ଚନ୍ଦ୍ରଚୂଡ । ଗଣମାଧ୍ୟମ ରିପୋର୍ଟ ମୁତାବକ, ଦିନେ ଡିୱାଇ ଚନ୍ଦ୍ରଚୂଡଙ୍କୁ କୋର୍ଟରେ ପହଞ୍ଚିବାକୁ ୧୦ ମିନିଟ ବିଳମ୍ବ ହୋଇଥିଲା । ହେଲେ ଯେତେବେଳେ ସେ କୋର୍ଟରେ ପହଞ୍ଚିଲେ ହାତ ଯୋଡି ସମସ୍ତଙ୍କୁ କ୍ଷମା ମାଗିଥିଲେ । କହିଥିଲେ ‘ସରି! ମୋର ଡେରି ହୋଇଗଲା । କ୍ଷମା କରିବେ ମୁଁ ଏକ ମାମଲାକୁ ନେଇ ସାର୍ଥୀ ଜଜଙ୍କ ସହ ଆଲୋଚନା କରୁ କରୁ ଡେରି ହେଇଗଲା’ । କିନ୍ତୁ ଜଣେ ମୁଖ୍ୟ ବିଚାରପତିଙ୍କ କ୍ଷେତ୍ରରେ ସାମାନ୍ୟ ଘଟଣାକୁ ନେଇ ସମସ୍ତଙ୍କୁ ଖୁସି କରିଦେଇଥିଲା । ତାଙ୍କର ଏପରି କର୍ତ୍ତବ୍ୟ ନିଷ୍ଠା ଯୋଗୁଁ ସେ ସବୁଠୁ ନିଆରା । ଏହାସହ କୌଣସି ଭୁଲ ହେଉ କି ଗୁରୁତର କଥାକୁ ଅତି ସହଜରେ ପ୍ରକାଶ କରି ସମାଧାନ କରିବାକୁ ଚେଷ୍ଟା କରନ୍ତି, ଯାହା ତାଙ୍କୁ ଅନ୍ୟ ଜଜଙ୍କଠାରୁ ସ୍ୱତନ୍ତ୍ର ପରିଚୟ ଦେଇଛି ବୋଲିି କହିଛନ୍ତି ଆହ୍ଲାବାଦ ହାଇକୋର୍ଟର ସେବାନିବୃତ୍ତ ଜଜ୍ ।


Share It

Comments are closed.