ଲଣ୍ଡନରେ ଚର୍ଚିଲଙ୍କ ପୁରୁଣା ଯୁଦ୍ଧ କାର୍ଯ୍ୟାଳୟକୁ ହୋଟେଲ୍ ଭାବେ ଖୋଲିବ ହିନ୍ଦୁଜା ଗ୍ରୁପ୍‌


ଭୁବନେଶ୍ୱର: ୧୦୯ ବର୍ଷ ପୁରୁଣା ବହୁଦେଶୀୟ କଂପାନି ହିନ୍ଦୁଜା ଗ୍ରୁପ୍ ପକ୍ଷରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚିଲଙ୍କ ପୁରୁଣା ଯୁଦ୍ଧ କାର୍ଯ୍ୟାଳୟ (ଓଡବ୍ଲୁଓ)କୁ ପୁର୍ନବାର ଖୋଲିବା ଲାଗି ବିଶ୍ୱ ପ୍ରସିଦ୍ଧ ରାଫଲ୍‌ସ ହୋଟେଲ୍‌ସ ଆଣ୍ଡ୍ ରିସୋର୍ଟସ୍ ସହିତ ସହଯୋଗିତା ସ୍ଥାପନ କରାଯାଇଛି । ଲଣ୍ଡନର କେନ୍ଦ୍ର ସ୍ଥଳରେ ସେପ୍ଟେମ୍ବର ୨୬ରେ ସେହି ହୋଟେଲ୍‌କୁ ଖୋଲାଯିବ ।
ଏହି ପ୍ରକଳ୍ପର ଦେଖାଶୁଣା କରୁଥିବା ସଞ୍ଜୟ ହିନ୍ଦୁଜା କହିଛନ୍ତି ଯେ, “ଆମେ ଯେତେବେଳେ ହ୍ୱାଇଟ୍‌ବଲ୍ ଆସିଲୁ ଏହି ଚମତ୍କାର କୋଠାର ଆକାର ଓ ସୌନ୍ଦର୍ଯ୍ୟରେ ବିମୋହିତ ହୋଇଯାଇଥିଲୁ । ଏହାର ପୂର୍ବ ଗୌରବକୁ ଫେରାଇ ଆଣିବାରେ କୌଣସି ଖର୍ଚ୍ଚକୁ ଅଣାଦେଖା କରାଯାଇନଥିବା ବେଳେ ଏହାର ଐତିହ୍ୟ ପ୍ରତି ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ଏହାକୁ ନୂତନ ଜୀବନଦାନ ପ୍ରଦାନ କରାଯାଇଛି । ରାଫେଲ୍‌ସ ଲଣ୍ଡନ ସହ ମିଶି ଦି ଓଡବ୍ଲୁଓ ସହ ଏକ ପରମ୍ପରା ସୃଷ୍ଟି କରିବାକୁ ଆମେ ଲକ୍ଷ୍ୟ ରଖିଛୁ ।’’
ଡାଉନିଂ ଷ୍ଟ୍ରିଟ୍ ଅପରପାଶ୍ୱର୍ରେ ଥିବା ଏହି ପ୍ରମୁଖ କୋଠାକୁ ହିନ୍ଦୁଜା ଗ୍ରୁପ୍ ପକ୍ଷରୁ ଆଠ ବର୍ଷ ପୂର୍ବେ ଅଧିଗ୍ରହଣ କରାଯାଇଥିଲା ଏବଂ ତାହାକୁ ଏକ ଲକ୍‌ଜୁରି ଆବାସିକ ପ୍ରକଳ୍ପ, ରେସ୍ତୋରାଁ ଓ ସ୍ପାରେ ପରିଣତ କରିବା ଲାଗି ରାଫେଲ୍‌ସ ହୋଟେଲ୍‌ସ ସହ ହାତ ମିଳାଇଥିଲା ।
ବ୍ରିଟେନ୍‌ର ସ୍ଥାପତି ୱିଲିୟମ୍ ୟଙ୍ଗ୍ ଡିଜାଇନ୍ କରିଥିବା ପୁରୁଣା ଯୁଦ୍ଧ କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟ ୧୯୦୬ରେ ଶେଷ ହୋଇଥିଲା । ପୂର୍ବରୁ ତାହା ହ୍ୱାଇଟ୍‌ବଲ୍ ରାଜପ୍ରାସାଦ ଥିଲା । ଜେମ୍‌ସ ବଣ୍ଡ୍ ସିନେମା ଓ ନେଟ୍‌ଫ୍ଲିକ୍ସ ସିରିଜ୍ “ଦି କ୍ରାଉନ୍‌’ରେ ଏହି କୋଠାର ଦୃଶ୍ୟ ରହିଛି ।
ଆକରର ଅଧ୍ୟକ୍ଷ ଓ ସିଇଓ ସେବାଷ୍ଟିନ୍ ବେଜିନ୍ କହିଛନ୍ତି ଯେ ଏହି ଐତିହାସିକ ପ୍ରକଳ୍ପର ଅଂଶ ହୋଇଥିବାରୁ ଆକରରେ ସମସ୍ତେ ଗର୍ବିତ ମନେ କରୁଛନ୍ତି ଯାହା ଦୁନିଆର ସବୁଠୁ ଆକର୍ଷଣୀୟ ହୋଟେଲ୍ ଭାବେ ଉଭା ହେବାକୁ ଯାଉଛି । ଏହି ହୋଟେଲ୍‌ର ଅନୁଭୂବ ହାସଲ କରିବା ଲାଗି ହିନ୍ଦୁଜା ଗ୍ରୁପ୍ ସହ ମିଶି ଆମେ ସମସ୍ତଙ୍କୁ ଆମନ୍ତ୍ରଣ କରୁଛୁ ।’’
ଦି ଓଡବ୍ଲୁଓ ହୋଟେଲ୍‌ରେ ରହିଛି ୧୨୦ ଅତିଥି କୋଠରି ଓ ସୁଇଟ୍‌, ଡାଇନିଂ ସ୍ଥାନ, ମନୋରଂଜନ ପାଇଁ ଏକ ଗ୍ରାଣ୍ଡ୍ ବଲ୍‌ରୁମ୍ । ଏଥିରେ ଥିବା ହ୍ୱାଇଟ୍‌ବଲ୍ ୱିଙ୍ଗ୍‌ରେ ଛଅଟି ଶଯ୍ୟା ରହିଛି ଓ ସେଥିରେ ୧୨ ଜଣ ସଦସ୍ୟ ରହିପାରିବେ ।
ଋାଫେଲ୍‌ସ ଲଣ୍ଡନରେ ଦି ଓଡବ୍ଲୁଓର ପରିଚାଳନା ନିର୍ଦ୍ଦେଶକ ଫିଲିପ ଲିବୋଫ କହିଛନ୍ତି ଯେ, “ଚମତ୍କାର ସ୍ଥାପତ୍ୟ, ଅତି ଯତ୍ନର ସହ ଚୟନ କରାଯାଇଥିବା ଭିତର ପାଶ୍ୱର୍ ଡିଜାଇନ୍ ଓ ସୁଦୃଶ୍ୟ ଐତିହ୍ୟ ସୁଇଟ୍ ଜରିଆରେ ପୁରୁଣା ଯୁଦ୍ଧ କାର୍ଯ୍ୟାଳୟର ଇତିହାସ ପୁନର୍ଜିବୀତ ହୋଇଛି । ଅତିଥିମାନଙ୍କୁ ସୁହାଇବା ଭଳି ବ୍ୟକ୍ତିଗତ ସେବା ପ୍ରଦାନ କରିବାକୁ ଆମେ ଉତ୍ସାହିତ ରହିଛୁ ଯେଉଁଥିପାଇଁ ରାଫେଲ୍‌ସ ସାରା ବିଶ୍ୱରେ ପରିଚିତ । ଏଥିରେ ଥିବା ବିଶ୍ୱସ୍ତରୀୟ ରେସ୍ତୋରାଁ ଓ ବାର୍‌କୁ ଅତିଥି ଭାବେ ଉପଯୋଗ କରିପାରିବେ ।’’
ସେଥିରେ ରହିଛି ନଅଟି ରେସ୍ତୋରାଁ, ତିନିଟି ବାର୍‌, ଛାତ ଉପରେ ବସିଲେ ବଙ୍କିଙ୍ଗହାମ୍ ରାଜପ୍ରାସାଦ ଦେଖାଯିବ । ଏଥିରେ ୮୫ ରେସିଡେନ୍ସ ବାଏ ରାଫେଲ୍‌ସ ମଧ୍ୟ ରହିଛି ।


Share It

Comments are closed.