ଆପଣଙ୍କ ହ୍ୱାଟସ ଆପରୁ ତଥ୍ୟ ଚୋରୀ କରିପାରେ ଚାଇନା ?


ସୋସିଆଲ ମେସେଜିଂ ସାଇଟ ହ୍ୱାଟସ ଆପ ଉପରେ ଏବେ ଚାଇନାର ନଜର । ହ୍ୱାଟସ ଆପ ଜରିଆରେ ଭାରତୀୟ ବ୍ୟବହାରକାରୀଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି ଚାଇନା ହ୍ୟାକର । ଭାରତୀୟ ସେନା ପକ୍ଷରୁ ଏକ ଭିଡିଓ ଜାରୀ କରି ଏ ନେଇ ସତର୍କ କରାଯାଇଛି । ଏହି ଆପକୁ ସୁରକ୍ଷିତ ଢଙ୍ଗରେ ବ୍ୟବହାର କରିବା ଲାଗି ଭିଡିଓରେ ସତର୍କ କରାଯାଇଛି । ପୂର୍ବରୁ ମଧ୍ୟ ନିୟନ୍ତ୍ରଣ ରେଖା ନିକଟରେ ମୁତୟନ ଯବାନମାନଙ୍କୁ ଏଭଳି ସତର୍କବାଣୀ ଜାରି କରିଥିଲା ଭାରତୀୟ ସେନା । ହ୍ୱାଟସପ, ଫେସବୁକ ଭଳି ସୋସିଆଲ ସାଇଟ ବ୍ୟବହାର ବେଳେ ସତର୍କ ରହିବାକୁ ଯବାନଙ୍କୁ ସତର୍କ କରାଇବାର ୪ ମାସ ପରେ ଭାରତୀୟ ସେନା ଦେଶବାସୀଙ୍କ ପାଇଁ ସଦ୍ୟ ଆଲର୍ଟ ଜାରିକରିଛି ।

ଭାରତୀୟ ସେନାର ସରକାରୀ ଟୁଇଟର ଆକାଉଣ୍ଟ ହ୍ୟାଣ୍ଡଲର ଆଡିସନାଲ ଡିରେକ୍ଟର ଜେନେରାଲ ଅଫ ପବ୍ଲିକ ଇଣ୍ଟରଫେସଙ୍କ ଟୁଇଟ ମୁତାବକ ଡିଜିଟାଲ ୱାର୍ଲ୍ଡରେ ଚାଇନା ପତିଆରା ଭାରତରେ ଭାରୀ ରହିଛି । ୨୦୧୭ରେ ୫୩,୦୦୦ରୁ ଅଧିକ ସାଇବର ଆକ୍ରମଣ ସାମନ୍ନାକୁ ଆସିଛି । ଲୋକଙ୍କ ଡିଜିଟାଲ ୱାର୍ଲ୍ଡକୁ ପ୍ରଭାବିତ କରିବା ପାଇଁ ଚାଇନା ହ୍ୟାକରସ ସବୁ ସମ୍ଭବ ପନ୍ଥା ଆପଣାଉଛନ୍ତି । ହ୍ୱାଟସ ଆପ ଗ୍ରୁପକୁ ଟାର୍ଗେଟ କରି ସେମାନେ ତଥ୍ୟ ଚୋରି କରିଛନ୍ତି ।
ପ୍ରଥମ ବ୍ୟବହାରୀଙ୍କୁ ତାଙ୍କ ଗ୍ରୁପରେ ସାମିଲ କରୁଛନ୍ତି । ବ୍ୟବସାୟୀ ଏ ବିଷୟରେ ଅବଗତ ହେବା ପୂର୍ବରୁ ସେମାନେ ତଥ୍ୟ ଚୋରି କରି ନିଅନ୍ତି । ଏଣୁ ହ୍ୱାଟସ ଆପ ଗ୍ରୁପ ବ୍ୟବହାରକାରୀ ଗ୍ରୁପର ନିୟମିତ ଅଡିଟ କରନ୍ତୁ । ଚାଇନା ଫୋନ ନମ୍ବର +୮୬ରୁ ଆରମ୍ଭ ହୋଇଥାଏ । ଏହି ସଂଖ୍ୟ। ବିଶିଷ୍ଟ ନମ୍ବର ସହ ସେମାନେ ଯେଭଳି ଯୋଡିହୋଇ ନ ଥିବେ ସେଥିପ୍ରତି ଦୃଷ୍ଟିଦେବାକୁ ସେନା ଭିଡିଓରେ କୁହାଯାଇଛି । ସେହିପରି ସିମ ପରିବର୍ତ୍ତନ କରିବା ପରେ ପୁରୁଣା ସିମକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି ।


Share It

Comments are closed.